• ବିଧାନସଭା ସମ୍ମୁଖରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ । ନୟାଗଡ଼ର ଦମ୍ପତି ବୋଲି ସୂଚନା II
  • ଏସସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ II
  • କୋରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି II
  • ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଦିନକରେ ୩୭ ହଜାର ୯୭୫ ଜଣ କୋରୋନା ଆକ୍ରାନ୍ତ, ୪୮୦ ମୃତ
  • ରାଜଧାନୀବାସୀଙ୍କ ପାଇଁ ଖୁସି ଖବର।
  • ଭୁବନେଶ୍ୱର: କୋରୋନା ଶୂନ୍ୟ ହେଲା ବସ୍ତି ।I
  • ଆଜି ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ II

ସଫଳତାର ପାହାଚ ଚଢୁଛନ୍ତି ଅଶ୍ୱିନ

ନିଜର ନିଆରା ଉପସ୍ଥାପନା ଶୈଳୀ ହିଁ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ନୂଆ ଶୈଳୀ ତଥା ନିଆରା ସ୍ୱାଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଚଢିଥିଲେ ସଫଳତାର ପାହାଚ ପରେ ପାହାଚ। ରାଜ୍ୟ ବାହାରେ କାମ କରିବାର ଆଗ୍ରହ ରଖି ବିଭିନ୍ନ  ବିଜ୍ଞାପନରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ, ଯାହା ତାଙ୍କ ପାଇଁ ନୂଆ ସଫଳତା ଆଣିଦେଇଥିଲା ।  

ସଫଳତାର ପାହାଚ ଚଢୁଛନ୍ତି ଅଶ୍ୱିନ

ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର: ସକାଳର ଏକ ଲାଇଭ୍ ସୋ ମାଧ୍ୟମରେ ​ଦିନେ ସେ ଉପସ୍ଥାପକ ଭାବେ କ୍ୟାମେରା ସାମ୍ନାକୁ ଆସିଥିଲେ । ତାପରେ ଲଭ୍ ଗୁରୁ ହୋଇ ପ୍ରେମର ଜ୍ଞାନ ବାଣ୍ଟି ଯୁବପିଢିଙ୍କ ମନଜିତିଥିଲେ । ସେଇଠୁ ବଦଳିଥିଲା ତାଙ୍କ ଜୀବନର ରାସ୍ତା । ଇଞ୍ଜିନିୟରିଂ ପାଠ ପଢି ମଧ୍ୟ ଚାକିରୀ ପଛରେ ନଧାଇଁ ଓଲିଉଡ ପାଇଁ କିଛି କରିବାର ସ୍ୱପ୍ନ ଦେଖିଥିଲେ ଅଶ୍ୱିନ୍ ତ୍ରିପାଠୀ । ଅନେକ ଗୁଡିଏ ଲାଇଭ୍ ସୋ,ଷ୍ଟେଜ୍ ସୋ, ଆଲବମ୍, ଧାରାବାହିକ, ଫିଲ୍ମରେ ଅଭିନୟ କରିବାପରେ ନିର୍ଦ୍ଦେଶନା ଦୁନିଆକୁ ଆସିବାକୁ ମନ ବଳାଇଥିଲେ ।

ଏକ ମ୍ୟୁଜିକ୍ ଚ୍ୟାନେଲରେ ପ୍ରଥମ ଲାଇଭ୍ 'ସୋ'ରୁ ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଶ୍ୱିନ୍ । ନିଜର ନିଆରା ଉପସ୍ଥାପନା ଶୈଳୀ ହିଁ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ଏହା ମଧ୍ୟରେ ତାଙ୍କୁ ଅନେକ ଅଫର ମିଳିଥିଲେ ମଧ୍ୟ ନିଜ ପାଠପଢା ପାଇଁ ବ୍ୟସ୍ତ ରହୁଥିବାରୁ ଅଳ୍ପରେ ସନ୍ତୁଷ୍ଟ ହେଉଥିଲେ। ଇଞ୍ଜିନିୟରିଂ ପାଠ୍ୟକ୍ରମ ସରିବା ପରେ ଉଚ୍ଚ ବେତନରେ ଚାକିରୀ ମିଳିଥିଲେ ମଧ୍ୟ ତାଙ୍କର ରୁଚି ବଦଳାଇଦେଇଥିଲା ଭବିଷ୍ୟତର ରାସ୍ତା। ନିଜେ କିଛି କରିବା ଲକ୍ଷରେ ସେ ଖୋଲିଥିଲେ ଏକ ପ୍ରଡକ୍ସନ ହାଉସ୍।  ନୂଆ ଶୈଳୀ ତଥା ନିଆରା ସ୍ୱାଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଚଢିଥିଲେ ସଫଳତାର ପାହାଚ ପରେ ପାହାଚ। ଏହାପରେ ରାଜ୍ୟ ବାହାରେ କାମ କରିବାର ଆଗ୍ରହ ରଖି ବିଭିନ୍ନ  ବିଜ୍ଞାପନରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ, ଯାହା ତାଙ୍କ ପାଇଁ ନୂଆ ସଫଳତା ଆଣିଦେଇଥିଲା ।  

ଖୁବ କମ୍ ବୟସରୁ ସଫଳତାର ସ୍ୱାଦ ଚାଖିଥିବା ଅଶ୍ୱିନ କୁହନ୍ତି -'ବୟସ ନୁହେଁ  ମଣିଷର ପରିଶ୍ରମ ହିଁ ସଫଳତା ଆଡକୁ ଆପେଆପେ ହାତ କଢାଇ ନିଏ । ଖେଳରେ ଯେପରି ହାରିବା ଜିତିବା ଥାଏ ସେହିପରି ମଣିଷ ଜୀବନରେ ମଧ୍ୟ ପ୍ରତିଟି ପରିସ୍ଥିତି ଆସିଥାଏ, ଯାହାକୁ ଧର୍ଯ୍ୟର ସହ ମୁକାବିଲା କରିବା ଉଚିତ ଯାହା ମଣିଷକୁ ଆଗକୁ ନେବାରେ ସାହାର୍ଯ୍ୟ କରେ। ଲକ୍ଷ୍ୟ ଅସୁମାରୀ ହୋଇଥିଲେ ମଧ୍ୟ ବର୍ତ୍ତମାନରେ ବଞ୍ଚିବାକୁ ପସନ୍ଦ କରନ୍ତି ଯୁବ ନିର୍ଦ୍ଦେଶକ ଅଶ୍ୱିନ୍। ସେ ସବୁବେଳେ ନିଜ କାମର ଗୁଣବତ୍ତା ଚାହାନ୍ତି  ଯାହା ତାଙ୍କ ପାଇଁ ସବୁବେଳେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ ।

Tags: