• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଦୁର୍ଗମ ଅଞ୍ଚଳରେ ସୁଗମ ସ୍ୱାସ୍ଥ୍ୟସେବା, ସୁଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ 'ମିନି ପାର୍କ'

ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯିବା ସହ ସୁନ୍ଦର ଓ ସୁସ୍ଥ ବାତାବର ମଧ୍ୟ ସୃଷ୍ଟି କରାଯାଇଛି। ବର୍ଜ୍ୟବସ୍ତୁକୁ ନେଇ ଗଢା ହୋଇଛି  ମିନିପାର୍କ। ସୁଡ୍ରା ଓ ଆଖପାଖ ପଞ୍ଚାୟତରୁ ଆସୁଥିବା ରୋଗୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା  ପାଇବା ସହ ଏହି ଉଦ୍ୟାନକୁ ମଧ୍ୟ ଉପଭୋଗ କରୁଛନ୍ତି। ଅବହେଳିତ ହୋଇ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନୂଆ ରୂପରେଖ ଦେଇଛନ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ।   

ଦୁର୍ଗମ ଅଞ୍ଚଳରେ ସୁଗମ ସ୍ୱାସ୍ଥ୍ୟସେବା, ସୁଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ 'ମିନି ପାର୍କ'

କନ୍ଧମାଳ: ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଏକ ସୁସ୍ଥ ପରିବେଶ ଗଢିତୋଳିବା ପାଇଁ ଯୁବ ଫାର୍ମାସିଷ୍ଟ ଓ ତାଙ୍କ ସହଯୋଗୀ ପ୍ରୟାସ କରିଛନ୍ତି। କେବଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଉଛି ତାହା ନୁହେଁ ଏଥି ସହ  ସୁନ୍ଦର ଓ ସୁସ୍ଥ ବାତାବର ମଧ୍ୟ ସୃଷ୍ଟି କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଦୁର୍ଗମ ଓ ମାଓ ପ୍ରବଣ ଅଞ୍ଚଳରେ ଅବସ୍ଥିତ ସୁଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ।   ସ୍ୱାସ୍ଥ୍ୟକେନ୍ଦ୍ରର ଯୁବ ଫାର୍ମାସିଷ୍ଟ ଓ କର୍ମଚାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରସ ସୁନ୍ଦର କରିବା ପାଇଁ ସେମାନଙ୍କ ଜି ଜାନ ଲଗାଇଛନ୍ତି। ସେଇଥି ପାଇଁ ସୁଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବିଷୟରେ ଅଳ୍ପ ବହୁତେ ସମସ୍ତେ ଜାଣିଲେଣି। ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ମନରେ ଖୁସି ଆଣିବାକୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବର୍ଜ୍ୟବସ୍ତୁ କୁ  ନେଇ ତିଆରି କରିଛନ୍ତି  ଏକ ସୁନ୍ଦର ଉଦ୍ୟାନ। ସୁଡ୍ରା ଓ ଆଖପାଖ ପଞ୍ଚାୟତରୁ  ଆସୁଥିବା ରୋଗୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା  ପାଇବା ସହ ଏହି ଉଦ୍ୟାନକୁ ମଧ୍ୟ ଉପଭୋଗ କରୁଛନ୍ତି ।  

mini prak at sudra medical campus

ସୁଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଜ୍ୟବସ୍ତୁକୁ ନେଇ ଗଢା ହୋଇଛି  ମିନିପାର୍କ। ଏହି ମିନି ପାର୍କରୁ କର୍ମଚାରୀ ମାନେ ଡିୟୁଟି ସାରିବା ପରେ  ମିଳିମିଶି  ତିଆରି କରିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଏହି  ଉଦ୍ୟାନରେ ରହିଛି ବହୁ ଔଷଧୀୟ ବୃକ୍ଷ।  ନଡ଼ା ଛପରରେ ତିଆରି ବିଶ୍ରାମ କୂଟିର  ମିନିପାର୍କର  ସୌନ୍ଦର୍ଯ୍ୟ ବଢାଉଛି। ଏଥି ପାଇଁତ ଏଠାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି  ଡାକ୍ତରଖାନା। କେବଳ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମିନି ପାର୍କ କଥା ଆମେ କହୁନୁ। ଏଠାରେ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗା ଯାଉଛି। ସ୍ୱଚ୍ଛତାକୁ ମଧ୍ୟ ବେଶ ପ୍ରାଧାନ୍ୟ ଦିଆଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତି କକ୍ଷ ଠାରୁ ଆରମ୍ଭ କରି ଡାଇରିଆ ପର୍ଯ୍ୟନ୍ତ ପ୍ରତିଟି କକ୍ଷ ପରିଷ୍କାର ପରିଚ୍ଛନ୍ନ ରଖୁଛନ୍ତି କର୍ମଚାରୀ। ପ୍ରତି ୱାର୍ଡକୁ  ସଫା ସୁତର ରଖୁଛନ୍ତି କର୍ମଚାରୀ ଓ ସଚେତନ ରୋଗୀ। ପରିକି ଡାକ୍ତରଖାନା ଭତରେ  ସ୍ଥାନେ ସ୍ଥାନେ ଫୁଲ କୁଣ୍ଡ ଦେଖିବାକୁ ମିଳୁଛି ।

mini park sudra medical campus ଦୁର୍ଗମ ଅଞ୍ଚଳରେ  ଥିବା ଏହି ଡାକ୍ତରଖାନାକୁ ସୁନ୍ଦର କରିବାରେ ପ୍ରମୁଖ ଭୂମିକା ଥିବା  ସ୍ୱାସ୍ଥ୍ୟକେନ୍ଦ୍ର ର ଯୁବ ଫାର୍ମାସିଷ୍ଟ ଓ କର୍ମଚାରୀଙ୍କୁ ପୁରା କନ୍ଧମାଳ ଜିଲ୍ଲାବସୀ ପ୍ରଶଂସା କରିଛନ୍ତି। ଏଥିସହ  ବାଲିଗୁଡ଼ା ଉପଜିଲ୍ଲାପାଳ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ସେପଟେ ଜିଲ୍ଲାର ପ୍ରତ୍ୟେକ ଚିକିତ୍ସାଳୟକୁ  ସ୍ୱଚ୍ଛତା ରଖିବା  ଜରୁରୀ ବୋଲି ବୃଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । ପୂର୍ବରୁ ସୁଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀ ଆସୁନଥିଲେ। ଏବେ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଉଛି ରୋଗୀଙ୍କ ଭିଡ଼। ଅବହେଳିତ ହୋଇ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନୂଆ ରୂପରେଖ ଦେଇଛନ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ।