)
ନୂଆଦିଲ୍ଲୀ: ସମଗ୍ର ବୈଶ୍ୱିକ ମହାମାରୀ ପାଲଟି ସାରିଛି କୋରୋନା। ସମଗ୍ର ବିଶ୍ୱରେ ଆକ୍ରନ୍ତଙ୍କ ସଂଖ୍ୟା ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ରହିଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହି ରୋଗୀମାନଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଓ ଦକ୍ଷିଣ ଏସିୟାର ରାଷ୍ଟ୍ରରେ ସଂକଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଭବିଷ୍ୟତରେ କୋରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।
କୋରୋନା ରୋଗୀଙ୍କର ମୂଳ ଲକ୍ଷଣ ହେଉଛି ଯେ, ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେବା। ସେପଟେ ବିଶେଷଜ୍ଞମାନେ କହିଛନ୍ତି କି ଏହି ସବୁ ରାଷ୍ଟ୍ରରେ ବାୟୁ ମଣ୍ଡଳରୁ ଅମ୍ଳଜାନ ଦିନକୁ ଦିନ କମିବାରେ ଲାଗିଛି। ଫଳରେ ଏହି ଗରିବୀ ରାଷ୍ଟ୍ର ଗୁଡ଼ିକରେ ସ୍ୱାସ୍ଥ୍ୟ ସେବାରେ ସଂକଟ ଦେଖାଦେଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଜଣେ ବିଶେଷଜ୍ଞ କହିଛନ୍ତି କି, ଆଫ୍ରିକାର ସାହାର ମରୁଭୁମି ଅଞ୍ଚଳ ଓ ଦକ୍ଷିଣ ଏସିଆର ପ୍ରମୁଖ ଡାକ୍ତରଖାନାରେ ଅକ୍ସିଜେନ ସିଲିଣ୍ଡର ଅପରେସନ ଥିଏଟରରେ ହି ରଖାଯାଇଥାଏ। ସେ ଆହୁରି ମଧ୍ୟ କହିଥିଲେ କି, ଏହି ଅକ୍ସିଜେନ ଡାକ୍ତରଖାନାରେ ଯେକୌଣସି ସମୟରେ ମଧ୍ୟ ହୋଇଥାଏ। ଏପରିକି କିଛି ସ୍ୱାସ୍ଥ୍ୟ କର୍ମୀଙ୍କ ରକ୍ତରେ ଅମ୍ଳଜାନର ମାତ୍ରା ମାପିବାରେ ମଧ୍ୟ ବ୍ୟବହାର କରାଯାଇଥାଏ।
ସୂଚନା ଯୋଗ୍ୟ ଚୀନରେ କୋରୋନା ମହାମାରୀରେ ଆକ୍ରାନ୍ତ ରୋଗୀଙ୍କ ତଥ୍ୟ ଅନୁଯାୟୀ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ସେଥିରେ ୨୦ ପ୍ରତିଶତ ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକତା ଅତ୍ୟାଧିକ ଜରୁରୀ ହୋଇ ପଡ଼େ। ସେଥି ମଧ୍ୟରୁ ୧୪ ପ୍ରତିଶତ ରୋଗୀଙ୍କୁ ଅକ୍ସିଜେନ ଥେରାପିର ଆବଶ୍ୟକତା ପଡ଼ୁଥିବା ବେଳେ ୫ ପ୍ରତିଶତ ରୋଗୀଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ରହୁଛି। ସେହିପରି ସଂକଟାପନ୍ନ ଅବସ୍ଥାରେ ରହିଥିବା ରୋଗୀଙ୍କର ଫୁସଫୁସ ଉପରେ କୋରୋନା ଭାଇରସ ଆକ୍ରମଣ କରିଥାଏ। ଏହି ସମୟରେ ଫୁସଫୁସ ଅକ୍ସିଜେନ ନେଇ ପାରିନଥାଏ। ଫଳରେ ରକ୍ତରେ ଅମ୍ଳଜାନ ହୀନତା ଦେଖାଦେଇଥାଏ। ରକ୍ତରେ ଅମ୍ଳଜାନହୀନତାକୁ ହାଇପୋକ୍ସମିଆ କୁହାଯାଇଥାଏ। ଏହି ସମୟରେ ଅମ୍ଳଜାନର ଅଭାବ ଦେଖାଦେଇଥାଏ ଓ ରୋଗୀର ମୃତ୍ୟୁ ହୋଇଥାଏ ବୋଲି ବିଶେଷଜ୍ଞମାନେ ଉକ୍ତ ରିପୋର୍ଟରେ ପ୍ରକାଶ କରିଛନ୍ତି।
ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟର ଡାକ୍ତରଖାନା ଏବଂ ଅନ୍ତର୍ଜାତୀୟ ଚାଇଲ୍ଡ ହେଲଥ କେୟାରର ବିଶେଷଜ୍ଞ ହାମିଶ ଗ୍ରାହାମ କହିଛନ୍ତି କି ଆଫ୍ରିକା ଓ ଦକ୍ଷିଣ ଏସିଆର ବାସ୍ତବିକ ସ୍ଥିତି କହେ ଯେ ଏହି ରୋଗର ବର୍ତ୍ତିବା ପାଇଁ ଅକ୍ସିଜେନ ଏକମାତ୍ର ଥେରାପି। ଯେଉଁଥିରେ ଲୋକମାନଙ୍କ ଜୀବନ ରକ୍ଷା କରାଯାଇପାରିବ। କେବଳ ଭେଣ୍ଟିଲେଟର ଉପରେ ନିର୍ଭର କରିବା ମୁର୍ଖାମି ହେବ। ଏହି ସମୟରେ ଯଥେଷ୍ଟ ଅମ୍ଳଜାନ କିଭଳି ସଂରକ୍ଷିତ ହୋଇ ପାରିବ ତାହା ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ ବୋଲି ସେ କହିଥିଲେ।