close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କମିବ ଚିନି ଉତ୍ପାଦନ! ହାଣ୍ଡିଶାଳେ ପଡ଼ିପାରେ ପ୍ରଭାବ

ଇସମାର ୨୦୧୯-୨୦ରେ ୨୬୦ ଲକ୍ଷ ଟନ ଚିନି ଉତ୍ପାଦନ ଅନୁମାନ

କମିବ ଚିନି ଉତ୍ପାଦନ! ହାଣ୍ଡିଶାଳେ ପଡ଼ିପାରେ ପ୍ରଭାବ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଦ୍ୟୁମ୍ନ ମାଝୀ, ନୂଆଦିଲ୍ଲୀ: ଭାରତୀୟ ସୁଗାର ମିଲ୍ସ ଆସୋସିଏସନ ଇସମା ଗତ ମଙ୍ଗଳବାର  ଚିନି ଉତ୍ପାଦନ ପୂର୍ବରୁ ଆଗୁଆ ଅନୁମାନ କରିଛି । ଏଥିରେ ଇସମା ୨୦୧୯-୨୦ ବର୍ଷ ଚିନି ସିଜିନରେ ଚିନି ଉତ୍ପାଦନ ୨୬୦ ଲକ୍ଷ ଟନ୍ ରେ ସିମିତ ରହିବା ଅନୁମାନ କରିଛି । ୨୦୧୮-୧୯ ବର୍ଷରେ ଚିନି ସିଜିନରେ ଦେଶରେ ମୋଟ  ୩୩୧.୬୧ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଥିଲା । ସେପ୍ଟେମ୍ୱର  ୩୦, ୨୦୧୯ ଯାଏଁ  ୧୪୫.୮୧ ଲକ୍ଷ ଟନ୍ ଚିନି ବକେୟା ଷ୍ଟକ୍ ରହିଛି । ଏହାଦ୍ୱାରା ଚଳିତ ବର୍ଷରେ ଚିନି ଉତ୍ପାଦନ କମ୍ ରହିଲେ ମଧ୍ୟ ଯୋଗାଣରେ କୌଣସି ସମସ୍ୟା  ଦେଖାଦେବନାହିଁ ।  କାରଣ ଦେଶରେ ବାର୍ଷିକ ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ପ୍ରାୟ ୨୫୦ରୁ ୨୬୦ ଲକ୍ଷ ଟନ୍ ଚାହିଦା ରହିବ ।

ଜୁଲାଇ ମାସରେ ଇସମା ପାରମ୍ପରିକ ଭାବେ ୨୦୧୯-୨୦  ବର୍ଷ ପାଇଁ ୨୮୧ ଲକ୍ଷ ଟନ୍ ଚିନି ଉତ୍ପାଦନ ପାଇଁ ଅନୁମାନ କରିଥିଲା । ଏସମା କହିଛି ଚଳିତ ବର୍ଷ ଦେଶରେ  ୪୮.୩୧ ହେକ୍ଟର ଜମିରେ ଆଖୁ ଚାଷ ହୋଇଛି । ୨୦୧୮-୧୯ ତୁଳନାରେ ୫୫.୦୨ ଲକ୍ଷ ହେକ୍ଟର ତୁଳନାରେ ପ୍ରାୟ ୧୨ ପ୍ରତିଶତ କମ୍ ଚାଷ ହୋଇଛି ।

ଇସମା ଅନୁସାରେ ପ୍ରମୁଖ ଆଖୁ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ୩୦ ରୁ ୪୦ ପ୍ରତିଶତ ଭାଗିଦାରିରେ ଫସଲ ନଷ୍ଟ ହୋଇଛି  ।  ଦେଶର ସବୁଠୁ ବଡ଼ ଚିନି ଉତ୍ପାଦନକାରୀ ରାଜ୍ୟ ଉତ୍ତର ପ୍ରଦେଶରେ ୨୦୧୮-୧୯  ବର୍ଷରେ ୧୧୮.୨୧ ଲକ୍ଷ ଟନ୍ ଉତ୍ପାଦନ ହୋଇଥିବା ବେଳେ ୨୦୧୯-୨୦ ରେ   ବର୍ଷରେ ୧୨୦ ଲକ୍ଷ ଟନ୍ ଚିନି ଉତ୍ପାଦନ କରାଯିବାର ଅନୁମାନ କରାଯାଉଛି ।  

ଚିନି କାରଖାନା ମାନଙ୍କରେ ଗତବର୍ଷ ତୁଳନାରେ ଚଳିତ ବର୍ଷ  ଆଖୁ ପେଡ଼ା ଏବଂ ଚିନି ଉତ୍ପାଦନରେ ସାମାନ୍ୟ ବିଳମ୍ୱ ହୋଇଛି । ସାରାଦେଶରେ ୨୮ ଚିନି କାରଖାନାରେ ଆଖୁପେଡ଼ା ଆରମ୍ଭ ହୋଇଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ୧୪.୫୦ ଲକ୍ଷ ଟନ୍ ଆଖୁପେଡ଼ା ହୋଇ  ୧.୨୫ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇସାରିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ୧୩  ଚିନି କାରଖାନାରେ  ଆଖୁପେଡ଼ା ଆରମ୍ଭ ହୋଇଛି । କର୍ଣ୍ଣାଟକରେ ୯ କାରଖାନା  ଓ ତାମିଲନାଡୁରେ ୬ଟି କାରଖାନାରେ ଆଖୁପେଡ଼ା ହୋଇ ଚିନି ଉତ୍ପାଦନ  ଆରମ୍ଭ ହୋଇଛି ।   ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଟିକେ ବିଳମ୍ୱରେ ଚିନି ଉତ୍ପାଦନ ଆରମ୍ଭ ହୋଇଛି ।

ଏନଏଫସିଏସଏଫର ସଭାପତି ଦିଲ୍ଲୀପ ବଲସେ ପାଟିଲ ତାଙ୍କ ବୟାନରେ କହିଛନ୍ତି ଆଖୁ ଉତ୍ପାଦନ କମିବା ସହ ଚଳିତ ବର୍ଷରେ ଚିନି ଉତ୍ପାଦନ ରେ ହ୍ରାସ ପରିଲକ୍ଷିତ ହୋଇପାରେ । ଦେଶରେ ଚିନି ଉତ୍ପାଦନ ଚଳିତ ସିଜିନ୍ ୨୬୦-୨୬୫ ଲକ୍ଷ ଟନ୍ ଉତ୍ପଦାନ ରହିବାର ଅନୁମାନ କରାଯାଇଛି । ପୂର୍ବବର୍ଷ ମାନଙ୍କରେ ଭାରତରେ ଚିନି ଉତ୍ପାଦନ ୩୩୧ ଲକ୍ଷ ଟନ୍ ରହିଥିଲା । ପୂର୍ବବର୍ଷ ଠାରୁ ଚଳିତ ବର୍ଷ ଚିନି ଉତ୍ପାଦନରେ ହ୍ରାସ ପାଇପାରେ  ।