• ଟିକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଭିଡ଼ିଓ କନଫରେନସିଂ ଜରିଆରେ ଉଦଘାଟନ କଲେ ମୋଦି
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • ଆଜି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ।
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା
  • ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

ଅଭିନୟ ଦୁନିଆରେ ପାଦ ଥାପିଲେ ସୁହାନା ଖାନ୍, ରିଲିଜ୍ ହେଲା ସର୍ଟ ଫିଲ୍ମ 'The Grey Part of Blue'

'The Grey Part of Blue'।୧୦ ମିନିଟର ଏହି ସର୍ଟ ଫିଲ୍ମରେ ସୁହାନା ନିଜର ଅଭିନୟର ଦମ୍ ଦେଖାଇଛନ୍ତି । ଫିଲ୍ମରେ ସୁହାନା ଖାନ୍ 'ସ୍ୟାଣ୍ଡି' ନାମକ ଝିଅ ରୋଲରେ ଅଭିନୟ କରିଛନ୍ତି । 

ଅଭିନୟ ଦୁନିଆରେ ପାଦ ଥାପିଲେ ସୁହାନା ଖାନ୍, ରିଲିଜ୍ ହେଲା ସର୍ଟ ଫିଲ୍ମ 'The Grey Part of Blue'
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତ୍ରିବେଣୀ ମହାପାତ୍ର, ନୂଆଦିଲ୍ଲୀ: 'The Grey Part of Blue'।୧୦ ମିନିଟର ଏହି ସର୍ଟ ଫିଲ୍ମରେ ସୁହାନା ନିଜର ଅଭିନୟର ଦମ୍ ଦେଖାଇଛନ୍ତି । ଫିଲ୍ମରେ ସୁହାନା ଖାନ୍ 'ସ୍ୟାଣ୍ଡି' ନାମକ ଝିଅ ରୋଲରେ ଅଭିନୟ କରିଛନ୍ତି । 

ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ୍ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି । କିନ୍ତୁ ସେ ବଲିଉଡରେ ଅଭିନୟ କରିନାହାନ୍ତି । ସେ ଇଂରାଜୀ ଭାଷାରେ ଏକ ଫିଲ୍ମ କରିଛନ୍ତି । ଯେଉଁଥିରେ ସେ  'ସ୍ୟାଣ୍ଡି' ନାମକ ଝିଅ ରୋଲରେ ନଜର ଆସିଛନ୍ତି । ତାଙ୍କର ଏହି ଫିଲ୍ମ 'The Grey Part of Blue' ରିଲିଜ୍ ହୋଇସାରିଛି ।

ଏହି ସର୍ଟ ଫିଲ୍ମରେ ସୁହାନା  'ସ୍ୟାଣ୍ଡି' ନାମକ ଝିଅ ରୋଲ କରିଛନ୍ତି । 'ସ୍ୟାଣ୍ଡି' ଜଣେ ଏପରି ଯୁବତୀ ଯିଏ କି ନିଜର ବଏଫ୍ରେଣ୍ଡକୁ ନିଜ ପିତା ଓ ମାତାଙ୍କ ସହ ମିଶାଇବାକୁ ଚାହୁଁଛି । ଏହି ସର୍ଟ ଫିଲ୍ମରେ ଦୁଇଜଣ ଅଛନ୍ତି । ଜଣେ ସୁହାନା ଖାନ୍ ଓ ଆଉ ଜଣେ ସୁହାନାଙ୍କ ସାଙ୍ଗ ରବିନ୍ ଗୋନେଲା । 

ଏହି ଫିଲ୍ମ ପାଖାପାଖି ୧୦ ମିନିଟ୍ ଯାଏ ହୋଇଥିବା ବେଳେ ସୁହାନା ଏଥିରେ ତାଙ୍କର ଦମ୍ ଦେଖାଇଛନ୍ତି । ତେବେ ଫିଲ୍ମଟି ଇଂରାଜୀ ଭାଷାରେ ହୋଇଥିଲେ ମଧ୍ୟ ସୁହାନା କିଛି ଛାଡିନାହାନ୍ତି । ତାଙ୍କ ଡାଇଲଗ୍ ହିନ୍ଦି ଠାରୁ ଟିକେ ଅଲଗା ଥିଲା । ତେବେ ଫିଲ୍ମରେ ସୁହାନାଙ୍କୁ ବେଶି କିଛି କରିବାକୁ ମିଳିନାହିଁ । ହେଲେ ଯେତିକି ମିଳିଛି ସେଥିରେ ସେ ଭଲ ଅଭିନୟ କରି ଦେଖାଇଛନ୍ତି ।

ସୁହାନା ଖାନ୍ ତାଙ୍କର ଗ୍ରାଜୁଏସନ୍ ଶେଷ କରିଛନ୍ତି । ହେଲେ ତାଙ୍କର ବଲିଉଡ୍ ଡେଭ୍ୟୁକୁ ନେଇ ବହୁ ଖବର ଆସିସାରିଛି । ଅଭିନୟ ପ୍ରତି ନିଜର ଭଲପାଇବା ଦେଖାଇ ସୁହାନା ଏକ ମ୍ୟାଗାଜିନକୁ ତାଙ୍କର ଇନଟରଭ୍ୟୁ ଦେଇଥିଲେ । ଆଉ କହିଥିଲେ 'ଦ ଟେମ୍ପେଷ୍ଟ' ରେ ସେ ମିରାଣ୍ଡା ଭୂମିକାରେ ଅଭିନୟ କରିଛନ୍ତି । ଏବେ ଏଥିରେ ଶିଖିବାକୁ ବହୁ କଥା ଅଛି ଆଉ ସେ ଶିଖିବାକୁ ପସନ୍ଦ କରନ୍ତି । କିନ୍ତୁ ଏବେ ଗ୍ରାଜୁଏସନ୍ ଶେଷ କଲା ପରେ ଯାହା କରିବି କହିଥିଲେ ସୁହାନା ।

ଆହୁରି ବି ପଢନ୍ତୁ; ନୂଆ ଲୁକ୍ ରେ ରାନୁ, ଟ୍ରୋଲର୍ସ କହିଲେ ଏପରି କଥା