ଜାଣନ୍ତୁ, ସୁସ୍ଥ ଶରୀର ଲାଗି ଭିଟାମିନ-ଡି କେତେ ଜରୁରୀ?
Advertisement

ଜାଣନ୍ତୁ, ସୁସ୍ଥ ଶରୀର ଲାଗି ଭିଟାମିନ-ଡି କେତେ ଜରୁରୀ?

ଗବେଷଣାରୁ ଜଣାପଡ଼ିଛି ଭାରତରେ ପ୍ରାୟ ୬୦ ପ୍ରତିଶତ ଲୋକଙ୍କର ଭିଟାମିନ-ଡି ଅଭାବ ରହିଛି । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟକିରଣ ସୁସ୍ଥ ଶରୀର ଲାଗି କେତେ ଜରୁରୀ । 

 

 ଜାଣନ୍ତୁ, ସୁସ୍ଥ ଶରୀର ଲାଗି ଭିଟାମିନ-ଡି କେତେ ଜରୁରୀ?

ରୁକ୍ମଣୀ ​ବେହେରା, ଭୁବନେଶ୍ୱର: ସୁସ୍ଥ ଶରୀର ଲାଗି ଭିଟାମିନ ଡିର  ଆବଶ୍ୟକତା ରହିଛି । ଏହାର ଏକ ଉତ୍ସ ହେଉଛି ସୂର୍ଯ୍ୟକିରଣ । ସକାଳର ହାଲକା ଖରା ଶରୀର ଲାଗି ଲାଭଦାୟକ ହୋଇଥାଏ । ଏହାଦ୍ୱାରା ଶରୀରକୁ  ଭିଟାମିନ-ଡି ମିଳିଥାଏ ଓ ତ୍ୱଚା ସମ୍ବନ୍ଧିତ ବହୁ ରୋଗ ଦୂର ହୋଇଯାଏ । ଗବେଷଣାରୁ ଜଣାପଡ଼ିଛି ଭାରତରେ ପ୍ରାୟ ୬୦ ପ୍ରତିଶତ ଲୋକଙ୍କର ଭିଟାମିନ୍ ଡି ଅଭାବ ରହିଛି । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟକିରଣ ସୁସ୍ଥ ଶରୀର ଲାଗି କେତେ ଜରୁରୀ । 

- ସୂର୍ଯ୍ୟକିରଣ ହାଡ଼କୁ ମଜଭୁତ କରିଥାଏ । ଶରୀର ପାଇଁ ଆବଶ୍ୟକ ହେଉଥିବା ୧୦ ପ୍ରତିଶତ ଭିଟାମିନ୍ ଡି ଆମକୁ ସୂର୍ଯ୍ୟକିରଣରୁ ମିଳିଥାଏ । ଏହା ଅଷ୍ଟିଓପୋରୋସିସରୁ ରକ୍ଷା କରେ ।

- ସୂର୍ଯ୍ୟକିରଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ । ଫଳରେ ଶରୀର ଥଣ୍ଡା-ଜ୍ୱର, କାଶ ଇତ୍ୟାଦି ସମସ୍ୟା ସହ ଲଢିବା ପାଇଁ ଶକ୍ତି ପାଇଥାଏ ।

- ସୂର୍ଯ୍ୟକିରଣ ଯୋଗୁ ଆମ ଶରୀରର ମେଟାବଲିଜିମ୍ ମଜଭୁତ ହୋଇଥାଏ । ଫଳରେ ଓଜନ କମିବାରେ ସହଜ ହୋଇଥାଏ । 

-  ସୂର୍ଯ୍ୟକିରଣ ଶରୀରରେ ମେଲାଟୋନିନ୍ ନାମକ ହରମୋନ୍ ସୃଷ୍ଟି ହୋଇଥାଏ । ଏହାଯୋଗୁଁ ଅନିଦ୍ରା ପରି ସମସ୍ୟାରୁ ମୁକ୍ତି ମିଳେ ଏବଂ ଶାନ୍ତିରେ ନିଦ ହୋଇଥାଏ ।

- ସୂର୍ଯ୍ୟକିରଣରେ କିଛି ସମୟ ବସିବା ଦ୍ୱାରା ଶରୀର ବ୍ୟାକ୍ଟେରିଆ ମୁକ୍ତ ହୋଇଯାଏ ।  ଏହାସହ ତ୍ୱଚାରେ ଚମକ ଆସିଯାଏ । ଫଳରେ ମୁଖବ୍ରଣ, ଚର୍ମ ସଂକ୍ରମଣ ସମସ୍ୟା ହୁଏନାହିଁ  ।

- ନିୟମିତ ଭାବେ ଖରାରେ କିଛି ସମୟ ଲେଖାଏଁ ବସିଲେ କୋଲେଷ୍ଟେରୋଲ୍ କମିଥାଏ । ରକ୍ତଚାପ ନିୟନ୍ତ୍ରଣରେ ରହେ ଏବଂ ହୃଦରୋଗର ଆଶଙ୍କା କମିଥାଏ ।

- ସୂର୍ଯ୍ୟକିରଣ ରକ୍ତ ସଞ୍ଚାଳନକୁ ଠିକ ରଖେ । ଏହାଯୋଗୁଁ ଲୋହିତ ରକ୍ତ କଣିକା ଏବଂ ଶ୍ୱେତରକ୍ତକଣିକାର ସଂଖ୍ୟା ବୃଦ୍ଧି ହୋଇଥାଏ । 

ବିଦ୍ର: ସୂର୍ଯ୍ୟକିରଣ ଶରୀର ପାଇଁ ଭଲ, ହେଲେ ସେଥିରୁ ବାହାରୁଥିବା ଅତିବାଇଗଣୀ ରଶ୍ମି ଶରୀର ପାଇଁ କ୍ଷତିକାରକ ହୋଇଥାଏ.। ଏହା ଯୋଗୁଁ ଚର୍ମ କର୍କଟ ମଧ୍ୟ ହୋଇଥାଏ।   ତେଣୁ ଟାଣ ଖରାରେ ବସନ୍ତୁ ନାହିଁ ।  ଝାଳ ବୋହିଲା ମାତ୍ରେ ଖରାରୁ ଉଠିଆସିବା ଉଚିତ୍ ।  ଖରାବେଳ ପରେ ସୂର୍ଯ୍ୟକିରଣରେ ବସିବା ଦ୍ୱାରା କିଛି ଲାଭ ମିଳେନାହିଁ ।  ବରଂ କ୍ଷତି ହୋଇଥାଏ ।