କୁପାରୀ ଶୂନ୍ୟ ମଣ୍ଡପ; ଏଠିକାର ପାଦୂକା ପିଇଲେ ଦୂର ହୋଇଯାଏ ସମସ୍ତ ରୋଗ
Advertisement

କୁପାରୀ ଶୂନ୍ୟ ମଣ୍ଡପ; ଏଠିକାର ପାଦୂକା ପିଇଲେ ଦୂର ହୋଇଯାଏ ସମସ୍ତ ରୋଗ

 ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଥାଏ ଶୂନ୍ୟବାଣୀ ପ୍ରତ୍ୟେକ ମଣିଷର ହୃଦୟଠାରୁ ବାହାରିଥାଏ । ଏଥି ସହ ବାବାଙ୍କ ପାଦୁକା ସବୁ ରୋଗ ଦୂର ହୋଇଥାଏ । 

କୁପାରୀ ଶୂନ୍ୟ ମଣ୍ଡପ; ଏଠିକାର ପାଦୂକା ପିଇଲେ ଦୂର ହୋଇଯାଏ ସମସ୍ତ ରୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଗାଁରେ ଥିବା ଶୂନ୍ୟ ମଣ୍ଡପ ସାରା ଓଡିଶାରେ ପ୍ରସିଦ୍ଧି ଲାଭ କରିଛି । ସବୁ ମନ୍ଦିର ଓ ପୀଠ ମାନଙ୍କର ଦେବା ଦେବୀଙ୍କ ମୂର୍ତ୍ତୀ ରଖି ପୂଜାର୍ଚ୍ଚନା କରା ଯାଉଥିବା ବେଳେ ଖଇରା ବ୍ଲକ କୁପାରୀ ଠାରେ  ଶୂନ୍ୟ ମଣ୍ଡପରେ ପୂଜା କରାଯାଏ । ଦେବାଦେବୀ ବିହୀନ ଶୂନ୍ୟ ବ୍ରହ୍ମକୁ ବିଶ୍ୱାସ କରି ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି । ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଥାଏ ଶୂନ୍ୟବାଣୀ ପ୍ରତ୍ୟେକ ମଣିଷର ହୃଦୟଠାରୁ ବାହାରିଥାଏ । ଏଥି ସହ ବାବାଙ୍କ ପାଦୁକା ସବୁ ରୋଗ ଦୂର ହୋଇଥାଏ । 

ଏହି ମଣ୍ଡପକୁ ପ୍ରଭାକର ବାବା ଆବିଷ୍କାର କରିଥିଲେ । ଗାଁରେ ରହି ଗ୍ରାମବାସୀଙ୍କ ଦୁଃଖ ଦୂରକରିବା ପାଇଁ ପ୍ରଭାକାର ବାବାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ସେହିଦିନଠାରୁ ବାବା ଗାଁରେ ରହି ଗ୍ରମବାସୀଙ୍କ ଦୁଃଖ ଦୂର କରିଥିଲେ । ବଡ ବଡ ରୋଗୀମାନେ ଏଠାରେ  ମାନସିକ କରି ରୋଗମୁକ୍ତ ହୋଇଛନ୍ତି । ଏଠାକାର  ପାଦୂକା ପିଇଲେ ଦେହରେ ଥିବା ବିଭିନ୍ନ ରୋଗ ମୁକ୍ତ ହେବା ସହ ମନସ୍କାମନା କୁ ପୂର୍ଣ୍ଣ ହୁଏ । ଏଠାରେ ପ୍ରସାଦ ଭାବେ ଶ୍ରଦ୍ଧାଳୁଙ୍କୁ  ଖେଚୁଡି ଓ କ୍ଷୀରି ବଣ୍ଟାଯାଏ ।

ରାହାସ ପୂର୍ଣ୍ଣିମା ଦିନ ଶୂନ୍ୟ ମଣ୍ଡପରେ ଭଜନ କିର୍ତ୍ତନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ । ଏହି ଶୂନ୍ୟ ମଣ୍ଡପ ପାଖରୁ   ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ  ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ଏଠାରେ ଡଙ୍ଗା ଭସାଇ ଶୂନ୍ୟ ମଣ୍ଡପକୁ ଦର୍ଶନ କଲେ କୋଟି ଜନ୍ମର ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ଏହି ରାହାସ ପୂର୍ଣ୍ଣିମାରେ ଏହି ସ୍ଥାନରେ ମେଳା ଲାଗିଥାଏ । ଛୋଟ ପିଲାଠାରୁ ବୟସ୍କ ଲୋକମାନେ ବିଭିନ୍ନ ଜିନିଷ କିଣା କିଣି କରି ଚଟପଟା ଖାଦ୍ୟର ମଜା ନେଇଥାନ୍ତି ।