close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଏହି ଯୁକ୍ତିରେ ଆହ୍ଲାବାଦ୍ ହାଇକୋର୍ଟଙ୍କ ରାୟକୁ ଭୁଲ ଦର୍ଶାଇଲେ ସୁପ୍ରିମକୋର୍ଟ...

ଅଯୋଧ୍ୟାରେ ହେବ ରାମ ମନ୍ଦିର । ମସଜିତ ପାଇଁ ସୁନ୍ନି ଓ୍ୱାକଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦିଆଯିବ । ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ୨୦୧୦ରେ ଆହ୍ଲାବାଦ୍ ହାଇକୋର୍ଟ ବିବାଦୀୟ ଜମି ତିନି ଭାଗରେ ବିଭକ୍ତ ନେଇ ଯେଉଁ ରାୟ ଶୁଣାଇଥିଲେ, ତାକୁ ଭୁଲ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । 

ଏହି ଯୁକ୍ତିରେ ଆହ୍ଲାବାଦ୍ ହାଇକୋର୍ଟଙ୍କ ରାୟକୁ ଭୁଲ ଦର୍ଶାଇଲେ ସୁପ୍ରିମକୋର୍ଟ...
ଫାଇଲ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ଅଯୋଧ୍ୟାରେ ହେବ ରାମ ମନ୍ଦିର । ମସଜିତ ପାଇଁ ସୁନ୍ନି ଓ୍ୱାକଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦିଆଯିବ । ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ୨୦୧୦ରେ ଆହ୍ଲାବାଦ୍ ହାଇକୋର୍ଟ ବିବାଦୀୟ ଜମି ତିନି ଭାଗରେ ବିଭକ୍ତ ନେଇ ଯେଉଁ ରାୟ ଶୁଣାଇଥିଲେ, ତାକୁ ଭୁଲ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । 

ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ ବେଳେ କହିଥିଲେ, ବିବାଦୀୟ ଜମିକୁ ଭାଗବଣ୍ଟା କରାଯାଇ ପାରିବ ନାହିଁ । ଅସ୍ଥା ଓ ବିଶ୍ୱାସକୁ ନେଇ କୌଣସି ବିବାଦ ହେବା ଉଚିତ ନୁହେଁ । ତେଣୁ ମସଜିତ ନିର୍ମାଣ ପାଇଁ ବିକଳ୍ପ ଭାବରେ ଅନ୍ୟତ୍ର ଜମି ଯୋଗାଇଦେବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ପୂର୍ବରୁ ହିନ୍ଦୁଙ୍କ ଦ୍ୱାରା ରାମ ଚୌତରା ଓ ସୀତା ରୋଷେଇର ପୂଜାର୍ଚ୍ଚନା କରାଯାଉଥିବାର ପ୍ରମାଣ ପ୍ରତ୍ନତତ୍ତ୍ୱ ବିଭାଗ ଦେଇଥିବା କହିଥିଲେ ଦେଶର ସର୍ବୋଚ୍ଚ ଅଦାଲତ । 

ନିଜ ଅଧ ଘଣ୍ଟାର ରାୟରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ପ୍ରତ୍ନତତ୍ତ୍ୱର ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା ବୋଲି କହିଛନ୍ତି ଅଦାଲତ । ତେବେ ମନ୍ଦିର ଭାଙ୍ଗି ମସଜିତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଥିଲେ । ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମଭୂମି । ହିନ୍ଦୁମାନଙ୍କ ଏହି ବିଶ୍ୱାସ ରହିଛି । ହିନ୍ଦୁମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇପାରିବନି । ମାତ୍ର କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ ବୋଲି କହିଥିଲେ ଜଷ୍ଟିସ ରଞ୍ଜନ ଗୋଗୋଇ । 

ସେହିପରି ସିଆ ୱାକଫ ବୋର୍ଡ ଏବଂ ନିର୍ମୋହି ଆଖଡ଼ାର ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ନିର୍ମୋହି ଆଖଡ଼ା ନିଜକୁ ସେବାୟତ ପାଇଁ ଦାବି କରୁଥିଲା। ତେବେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ମୋହି ଆଖଡ଼ା ସେବାୟତ ନୁହନ୍ତି।

କହିରଖୁଛୁ, ଆଲାହାବାଦ ହାଇକୋର୍ଟ ୯ବର୍ଷ ପୂର୍ବେ ଅର୍ଥାତ ୨୦୧୦ରେ ନିଜ ରାୟରେ କହିଥିଲେ, ଅଯୋଧ୍ୟାର ବିବାଦୀୟ ୨।୭୭ ଏକର ଜମିକୁ ତିନି ସମାନ ଭାଗରେ ବଣ୍ଟାଯାଉ । କିନ୍ତୁ ମାମଲାର ତିନି ପକ୍ଷକାର ଅର୍ଥାତ ନିର୍ମୋହୀ ଅଖାଡା, ସୁନ୍ନୀ ବକ୍ଫ ବୋର୍ଡ ଓ ରାମ ଲଲା ହାଇକୋର୍ଟଙ୍କ ଏହି ରାୟକୁ ନେଇ ଅସହମତି ବ୍ୟକ୍ତ କରିଥିଲେ । ପରେ ଦେଶର ସର୍ବୋଚ୍ଚ ଅଦାଲତ ।