୨୦୧୯-୨୦ ବର୍ଷ ପାଇଁ ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ ୨୦୧୯-୨୦୨୦

୨୦୧୯-୨୦ ବର୍ଷ ପାଇଁ ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞାପାରମିତା ପତ୍ରୀ, ଭୁବନେଶ୍ୱର: ବୁଧବାର ଅହରାହ୍ନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ ୨୦୧୯-୨୦୨୦ । ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସମୁଦାୟ ୮୧୨୬ କୋଟି ୩୨ ଲକ୍ଷ ଟଙ୍କାର ବଜେଟ ଆଗତ ହୋଇଛି । ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ  ୬ କୋଟି ୫୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ପ୍ରାଶାସନିକ ପାଇଁ ୨୬୭ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି, ସେହିପରି ପ୍ରୋଗ୍ରାମ ପାଇଁ ୭୪୩୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ଗମନାଗମନ ପାଇଁ ୪୧୯ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି ଅତିରିକ୍ତ ବଜେଟରେ ।

ବଜେଟ୍ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀ ପ୍ରେସମିଟ୍ ଜରିଆରେ ବଜେଟରେ ଆକଳନ ଅର୍ଥର ଉପଯୁକ୍ତ ବିନିଯୋଗ କରାଯିବ ବୋଲି କହିବା ସହିତ ପୁଞ୍ଜି ବିନିଯୋଗକୁ ୫ ପ୍ରତିଶତ ବୃଦ୍ଧି ପାଇଁ ଲକ୍ଷ୍ୟ କରାଯାଇଛି ବୋଲି କହିଛନ୍ତି ।

ତେବେ ବଜେଟରେ ସହରାଞ୍ଚଳ ସଡ଼କ ପରିବହନ ପାଇଁ ୩୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି, ଭିତ୍ତିଭୂମୀ ଓ ଶିଳ୍ପକ୍ଷେତ୍ର ଗୁଡ଼ିକକର ଏକତ୍ରିକରଣ ପାଇଁ ୨୬୨୩.୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ରାସ୍ତା ନିର୍ମାଣ ଓ ଉନ୍ନତିକରଣ ପାଇଁ  ୭୩୦ କୋଟି, ପୁରୀ ମୌଳିକ ସୁବିଧା ଓ ଐତିହ୍ୟ ଓ ସ୍ଥାପତ୍ୟର ସୁରକ୍ଷା ପାଇଁ  ୩୦ କୋଟି ଟଙ୍କା, ଶିଳ୍ପ ଭିତ୍ତିକ ଉନ୍ନୟନ ପାଇଁ IPCOL ଓ IDCOL ଅନୁଦାନ ମଧ୍ୟରେ ୨୫ କୋଟି ଟଙ୍କା, RGGVY ଯୋଜନା ନିମିତ୍ତ ୮୦୦ କୋଟି ବ୍ୟୟବରାଦ କରାଯାଇଥିବାବେଳେ ଓଡ଼ିଶା ଟ୍ରାନ୍ସମିଶନ ପ୍ରକଳ୍ପ ଉନ୍ନୟନ ପାଇଁ ୫୦ କୋଟି ବ୍ୟୟବରାଦ କରାଯାଇଛି । ଏତଦବ୍ୟତୀତ ବାମପନ୍ଥୀ ନକ୍ସଲ ପ୍ରଭାବିତ ରାସ୍ତା ନିର୍ମାଣ ପାଇଁ ୧୬ ହଜାର ୬ ୫୦କୋଟି ବ୍ୟୟବରାଦ କରାଯାଇଛି ।

ଓଡ଼ିଶା ପଶ୍ଚିମ ଓଡ଼ିଶାରେ ବିଜୁ ଏକ୍ସପ୍ରେସ ସୟଯୋଗୀକରଣ ପାଇଁ ୧୦ କୋଟି ଟଙ୍କା, ସେତୁ ନିର୍ମାଣ ପାଇଁ ବିଜୁ ଯୋଜନା ଅଧିନରେ ୫୦ କୋଟି ଟଙ୍କା, ଉପଭୋକ୍ତା ସଚେତନ କାର୍ଯ୍ୟକ୍ରମ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ପାଇଁ ୫୦୧.୫୬ କୋଟି ଟଙ୍କା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଅବହେଳିତ ଜାତିର କଲ୍ୟାଣ ପାଇଁ ୫୦୦.୫୬ କୋଟି ଟଙ୍କା, ଜନସ୍ୱାସ୍ଥ୍ୟ ସେବା ପାଇଁ ୪୫୯ କୋଟି ଟଙ୍କା, ଉତ୍ତମ ବିଶେଷ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ପରିବାର କଲ୍ୟାଣ ଯୋଜନାରେ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ପାଇଁ  ୩୧.୬୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ତେବେ ବଜେଟ ଉପସ୍ଥାପନ ପରେ ହଟ୍ଟଗୋଳ ପାଇଁ ବାଚସ୍ପତି ବିଧାନସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରିଛନ୍ତି ।