ଭାରତକୁ ଆସିବେ ଆଫ୍ରିକୀୟ ଚିତା, ସୁପ୍ରିମକୋର୍ଟ ଦେଲେ ଅନୁମତି
Advertisement

ଭାରତକୁ ଆସିବେ ଆଫ୍ରିକୀୟ ଚିତା, ସୁପ୍ରିମକୋର୍ଟ ଦେଲେ ଅନୁମତି

ଭାରତକୁ ଆସିବେ ବିଲୁପ୍ତ ଆଫ୍ରିକୀୟ ଚିତା ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତକୁ ଆସିବେ ବିଲୁପ୍ତ ଆଫ୍ରିକୀୟ ଚିତା ।  ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏଥିପାଇଁ ଅନୁମତି ଦେଇଛନ୍ତି । ବିଲୁପ୍ତ ଆଫ୍ରିକୀୟ ଚିତା ମଧ୍ୟପ୍ରଦେଶ ସ୍ଥିତି ନୌରାଦେହୀ ଅଭୟାରଣ୍ୟରେ ରଖିବାର ମହତ୍ତ୍ୱାକାଂକ୍ଷୀ ପରିଯୋଜନାର ବିରୋଧରେ ନଥିବା କୋର୍ଟ ସ୍ପଷ୍ଟ କରିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି, ବାଘ-ଚିତା ମଧ୍ୟରେ ଲଢ଼େଇର ପ୍ରମାଣ ମଧ୍ୟ ନାହିଁ । 

ଏବେ ଦେଶରେ ଚିତା ନାହାଁନ୍ତି । ଦକ୍ଷିଣ ଆଫ୍ରିକାର ନାମୀବିୟାରୁ ଏହା ଭାରତକୁ ଅଣାଯିବ । ୧୯୪୮ରେ ସରଗୁଜା ଜଙ୍ଗଲରେ ଶେଷ ଥର ପାଇଁ ଚିତା ଦେଖିବାକୁ ମିଳିଥିଲା । ଏବେ କେନ୍ଦ୍ର ସରକାର ଏ ପ୍ରକାର ପ୍ରଜାତିକୁ ଦେଶକୁ ଆଣିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ୨୦୧୦ରେ ମଧ୍ୟ ପ୍ରଦେଶ ସରକାରଙ୍କୁ ଚିତା ପାଇଁ ଅଭୟାରଣ୍ୟ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର କହିଥିଲେ । 

ବନ ବିଭାଗ ପ୍ରଥମରେ ଚିତା ପ୍ରକଳ୍ପ ପାଇଁ କୁନୋ ପାଳପୁର ଅଭୟାରଣ୍ୟର ପ୍ରସ୍ତାବ ଦେଇଥିଲେ । ମାତ୍ର ସୁପ୍ରିମକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । କାହିଁକିନା କୁନୋ ପାଳପୁର ଅଭୟାରଣ୍ୟକୁ ସିଂହଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହା ପରେ ବନ ବିଭାଗ ନୌରାଦେହୀ ଅଭୟାରଣ୍ୟକୁ ଚିତା ପାଇଁ ପ୍ରସ୍ତୁତ କରିଛନ୍ତି । 

ଆହୁରି ପଢ଼ନ୍ତୁ; ଟେକ ରଖିଲା ରୁକୁଣା ରଥ, ପୁରସ୍କୃତ ହେଲା ଓଡ଼ିଶା