ଘରୋଇ କଲେଜର ଛାତ୍ରଛାତ୍ରୀଙ୍କର ଫିସ୍ ଛାଡ୍ ପାଇଁ ରୋକଠୋକ୍ ମନାକରିଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।
Trending Photos
ନୂଆଦିଲ୍ଲୀ: ଦେଶ କୋରୋନା ମୁକାବିଲା କରୁଛି । ଆଉ ଏଥିପାଇଁ ଲକଡାଉନ୍ ଜାରିରହିଛି । ଫଳରେ ବିଭିନ୍ନ ଉଦ୍ୟୋଗ କ୍ଷତିରେ ଚାଲୁଛି । ଅନେକ କମ୍ପାନୀ କର୍ମଚାରୀଙ୍କ ଦରମା ହ୍ରାସ କରିଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ଚାକିରି ହରାଇବାକୁ ପଡ଼ିଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ଘରୋଇ ବିଦ୍ୟାଳୟଗୁଡ଼ିକୁ ଫିସ୍ ନବଢ଼ାଇବା ପାଇଁ ଅପିଲ କରିସାରିଲେଣି । ତେବେ ଏସବୁ ଭିତରେ କଲେଜ ଛାତ୍ରଙ୍କୁ ବଡ଼ ଝଟକା ଲାଗିଛି ।
ଘରୋଇ କଲେଜର ଛାତ୍ରଛାତ୍ରୀଙ୍କର ଫିସ୍ ଛାଡ୍ ପାଇଁ ରୋକଠୋକ୍ ମନାକରିଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଅଦାଲତ କହିଛନ୍ତି, ଯଦି ଫିସ୍ ମିଳିବ ନାହିଁ, ତେବେ ଘରୋଇ କଲେଜ ଚାଲିବ କିପରି ? ନିଜ ନିଜ ଷ୍ଟାପଙ୍କୁ କଲେଜଗୁଡ଼ିକ ଦରମା ଦେବେ କେଉଁଠୁ ? ତେଣୁ କଲେଜ ଫିସ୍ କମାଇବା ନେଇ ମନା କରିଛନ୍ତି ସୁପ୍ରିମକୋର୍ଟ ।
ଏହା ମାମଲାରେ ଆବେଦନକାରୀ କହିଥିଲେ, ଛାତ୍ରଛାତ୍ରୀ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ସମନ୍ୱୟ ହେଲା ପରି ବ୍ୟବସ୍ଥା କରାଯାଉ । ଅର୍ଥାତ କିଛି ମାତ୍ରାରେ ଫିସ୍ କମାଯାଉ । ତେବେ ଆବେଦନକାରୀଙ୍କ ଏହି ଅନୁରୋଧକୁ ମଧ୍ୟ ଖଣ୍ଡନ କରିଥିଲେ ଦେଶର ସର୍ବୋଚ୍ଚ ନ୍ୟାୟଳୟ ।
ଏଠାରେ କହିରଖୁଛୁ, ଲକଡାଉନ୍ କାରଣରୁ ବହୁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଚାକିରି ହରାଇଛନ୍ତି । ତେଣୁ ଯେଉଁ ଛାତ୍ରଛାତ୍ରୀମାନେ ଘରୋଇ କଲେଜରେ ପାଠ ପଢ଼ୁଛନ୍ତି, ଏବେ ସେମାନଙ୍କୁ ଫିସ୍ ଭରିବା ମୁସକିଲ ହୋଇପଡ଼ିଛି ।