ନା ନିର୍ମୋହୀ, ନା ୱକଫ ବୋର୍ଡ, ନା ରାମଜନ୍ମଭୂମି ନ୍ୟାସ, ଜାଣନ୍ତୁ କାହାକୁ ମିଳିଛି ବିବାଦୀୟ ଜମି
Advertisement

ନା ନିର୍ମୋହୀ, ନା ୱକଫ ବୋର୍ଡ, ନା ରାମଜନ୍ମଭୂମି ନ୍ୟାସ, ଜାଣନ୍ତୁ କାହାକୁ ମିଳିଛି ବିବାଦୀୟ ଜମି

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରୁ ଐତିହାସିକ ରାୟ ପ୍ରକାଶ ପାଇଛି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ୱିଧାନିକ ପୀଠ ବିବାଦୀୟ ଜମି ଉପରେ ନିଜ ରାୟ ପ୍ରଦାନ କରିଛନ୍ତି । ବିବାଦୀୟ ଜମି ଉପରେ ରାମଲଲା ବିରାଜମାନର ଅଧିକାର କଥା ସ୍ୱୀକାର କରିଛନ୍ତି ସର୍ବୋଚ୍ଚ କୋର୍ଟ । ନିଜ ରାୟରେ କୋର୍ଟ କହିଛନ୍ତି ଯେ ବିବାଦୀୟ ଜମି ଉପରେ ରାମଲଲାଙ୍କ ଦାବି ଯଥାର୍ଥ । ଏହି ଜମି ଉପରେ ମନ୍ଦିର ନିର୍ମାଣର ରୂପରେଖା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ୩ ମାସରେ ଟ୍ରଷ୍ଟ ଗଠନ କରିବାର ଆଦେଶ ଦେଇଛନ୍ତି କୋର୍ଟ । କେନ୍ଦ୍ର ସରକାର ହିଁ ଟ୍ରଷ୍ଟର ସଦସ୍ୟଙ୍କ ନାଁ ନିର୍ଦ୍ଧାରିତ କରିବେ ।

ନା ନିର୍ମୋହୀ, ନା ୱକଫ ବୋର୍ଡ, ନା ରାମଜନ୍ମଭୂମି ନ୍ୟାସ, ଜାଣନ୍ତୁ କାହାକୁ ମିଳିଛି ବିବାଦୀୟ ଜମି

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରୁ ଐତିହାସିକ ରାୟ ପ୍ରକାଶ ପାଇଛି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ୱିଧାନିକ ପୀଠ ବିବାଦୀୟ ଜମି ଉପରେ ନିଜ ରାୟ ପ୍ରଦାନ କରିଛନ୍ତି । ବିବାଦୀୟ ଜମି ଉପରେ ରାମଲଲା ବିରାଜମାନର ଅଧିକାର କଥା ସ୍ୱୀକାର କରିଛନ୍ତି ସର୍ବୋଚ୍ଚ କୋର୍ଟ । ନିଜ ରାୟରେ କୋର୍ଟ କହିଛନ୍ତି ଯେ ବିବାଦୀୟ ଜମି ଉପରେ ରାମଲଲାଙ୍କ ଦାବି ଯଥାର୍ଥ । ଏହି ଜମି ଉପରେ ମନ୍ଦିର ନିର୍ମାଣର ରୂପରେଖା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ୩ ମାସରେ ଟ୍ରଷ୍ଟ ଗଠନ କରିବାର ଆଦେଶ ଦେଇଛନ୍ତି କୋର୍ଟ । କେନ୍ଦ୍ର ସରକାର ହିଁ ଟ୍ରଷ୍ଟର ସଦସ୍ୟଙ୍କ ନାଁ ନିର୍ଦ୍ଧାରିତ କରିବେ ।

ରାୟରେ ସୁପ୍ରିମକୋର୍ଟ ନିର୍ମୋହୀ ଅଖାଡ଼େର ଦାବିକୁ ଖାରଜ କରି ଦେଇଛନ୍ତି । ଏହାସହ ସୁନ୍ନି ୱକଫ ବୋର୍ଡକୁ ମସଜିଦ ନିର୍ମାଣ କରିବା ପାଇଁ ୫ ଏକର ବିକଳ୍ପ ଜମି ଦେବାର ଆଦେଶ ଦେଇଛନ୍ତି କୋର୍ଟ । ଏହି ବିକଳ୍ପ ଜମି କେନ୍ଦ୍ର ସରକାର ଓ ଯୋଗୀ ସରକାର ଅଯୋଧ୍ୟାରେ ଦେବେ । ରାମଜନ୍ମଭୂମି ନ୍ୟାସକୁ ମଧ୍ୟ ଜମିର ମାଲିକାନ ଅଧିକାର ମିଳି ନାହିଁ । ନିଜ ରାୟରେ କୋର୍ଟ କହିଛନ୍ତି ଯେ ବିବାଦୀୟ ଜମିର ବାହ୍ୟ ଓ ଆଭ୍ୟନ୍ତରୀଣ ଅଂଶ ଉପରେ ରାମଲଲାଙ୍କ ଅଧିକାର ରହିଛି । ଏଥିପାଇଁ ଏକ ଟ୍ରଷ୍ଟ ଗଠନ କରାଯାଉ ।

ଏହାସହ ନିଜ ଅଧ ଘଣ୍ଟାର ରାୟରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ପ୍ରତ୍ନତତ୍ତ୍ୱର ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା ବୋଲି କହିଛନ୍ତି କୋର୍ଟ । ତେବେ ମନ୍ଦିର ଭାଙ୍ଗି ମସଜିତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଥିଲେ । ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମଭୂମି । ହିନ୍ଦୁମାନଙ୍କ ଏହି ବିଶ୍ୱାସ ରହିଛି । ହିନ୍ଦୁମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇପାରିବନି । ମାତ୍ର କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ ବୋଲି କହିଥିଲେ ଜଷ୍ଟିସ ଗୋଗୋଇ ।