ଚିଦାମ୍ବରମଙ୍କୁ ଜାମିନ, ବିଦେଶ ନ ଯିବାକୁ ସର୍ତ୍ତ
Advertisement

ଚିଦାମ୍ବରମଙ୍କୁ ଜାମିନ, ବିଦେଶ ନ ଯିବାକୁ ସର୍ତ୍ତ

ଆଇଏନଏକ୍ସ ମିଡିଆ ମାମଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମକୁ ମିଳିଲା ଜାମିନ । ସିବିଆଇ ପକ୍ଷରୁ ହୋଇଥିବା ମାମଲାରେ ତାଙ୍କୁ ଏହି ଜାମିନ ମିଳିଛି । ଦେଶ ଛାଡି ନଯିବା ସର୍ତ୍ତରେ ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । 

ମିଳିଲା ଜାମିନ, ସରିନି ଜେଲ ଦୁଃଖ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମକୁ ମିଳିଲା ଜାମିନ । ସିବିଆଇ ପକ୍ଷରୁ ହୋଇଥିବା ମାମଲାରେ ତାଙ୍କୁ ଏହି ଜାମିନ ମିଳିଛି । ଦେଶ ଛାଡି ନଯିବା ସର୍ତ୍ତରେ ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଏକ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଚିଦାମ୍ବରମ ଜାମିନ ପାଇଛନ୍ତି । ଏବେ ତିହାର ଜେଲରେ ଅଛନ୍ତି ଚିଦାମ୍ବରମ । 

ତେବେ ଜାମିନ ମିଳିବା ପରେ ମଧ୍ୟ ଏବେ ଜେଲରେ ରହିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ । କାହିଁକିନା ୨୪ ଅକ୍ଟୋବର ପର୍ଯ୍ୟନ୍ତ ସେ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ(ଇଡି) ହେପାଜତରେ ଅଛନ୍ତି । ଆଜି କୋର୍ଟ କହିଛନ୍ତି, ଯଦି ଅନ୍ୟ କୌଣସି ମାମଲାରେ ଆବଶ୍ୟକ ନପଡେ, ତେବେ ଚିଦାମ୍ବରମଙ୍କୁ ଜେଲରୁ ବାହାର କରାଯାଇପାରିବ । 

କହିରଖୁଛୁ, ଶୁକ୍ରବାର ଆଇଏନଏକ୍ସ ମିଡିଆ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) । ସିବିଆଇ ଦାଖଲ କରିଥିବା ଏହି ଚାର୍ଜସିଟରେ ଚିଦାମ୍ବରମ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ଆଣିଥିଲା । ସିବିଆଇର ସ୍ପେଶାଲ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ କୁହାଯାଇଥିଲା, ଚିଦାମ୍ବରମ ୨୦୦୮ ମସିହାରେ ଏହି ଲାଞ୍ଚ ନେଇଥିଲେ । 

ସିବିଆଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ, ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସମେତ ୧୫ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଯେଉଁଥିଲେ ଚିଦାମ୍ବରମ ୯.୯୬ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଦର୍ଶାଯାଇଛି । ସୁପ୍ରିମକୋର୍ଟଙ୍କୁ ସିବିଆଇ କହିଥିଲା, ଏହି ଦୁର୍ନିତି ମାମଲାର ତଦନ୍ତ ଜାରି ରହିଛି । ଆଗକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଜଣାପଡିବ । ଶୁକ୍ରବାର ଚିଦାମ୍ବରମ କୋର୍ଟରେ ଦର୍ଶାଇଥିଲେ, ଗତ ୪୩ ଦିନ ଜେଲରେ ରହିବା ପରେ ତାଙ୍କର ୫ କିଲୋଗ୍ରାମ ଓଜନ କମିଯାଇଛି । ଏପରିକି ୨ଥର ଦେହ ଅସୁସ୍ଥ ହୋଇଛି । 

ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଜାମିନ ପାଇବା ପରେ ମଧ୍ୟ ଏବେ ଜେଲରେ ରହିବେ । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ତାଙ୍କ ହେପାଜତର ସମୟ ସୀମା ବୃଦ୍ଧି କରିଥିଲେ । ସେ ଅକ୍ଟୋବର ୨୪ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ରହିବେ । ଅକ୍ଟୋବର ୨୪ରେ ତାଙ୍କୁ କୋର୍ଟରେ ହାଜର କରାଯିବ । 

ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନଏକ୍ସ ମିଡିଆକୁ ବିଦେଶ ନିବେଶ ସମ୍ବନ୍ଧନ ବୋର୍ଡ(ଏଫଆଇପିବି)ର ମଞ୍ଜୁରୀ ବେଆଇନ ଭାବେ କରାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଅଗଷ୍ଟ ୨୧ରେ ତାଙ୍କୁ ଗିରଫ କରିଥିଲା ସିବିଆଇ । ସେହି ସମୟ ଠାରୁ ନ୍ୟାୟିକ ହେପାଜତରେ ଅଛନ୍ତି ଚିଦାମ୍ବରମ ।