ବିଜେପିକୁ 'ମହା' ଝଟକା ! ଆସନ୍ତାକାଲି ଫ୍ଲୋର ଟେଷ୍ଟ, ଗୁପ୍ତ ଭୋଟକୁ କୋର୍ଟଙ୍କ ନା

'ମହାରାଷ୍ଟ୍ର' ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆସନ୍ତାକାଲି ଫ୍ଲୋର ଟେଷ୍ଟ ଦେବେ ଫଡନାଭିସ ସରକାର । ଅପରାହ୍ନ ୫ଟା ମଧ୍ୟରେ ଫ୍ଲୋର ଟେଷ୍ଟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । କୋର୍ଟଙ୍କ ଏହି ରାୟ ବିଜେପିକୁ ବଡ ଝଟକା ଦେଇଛି । ସେପଟେ ରାୟକୁ ନେଇ ଆଶ୍ୱସ୍ତ ହୋଇଛନ୍ତି ଏନସିପି, ଶିବସେନା ଓ କଂଗ୍ରେସ । 

ବିଜେପିକୁ 'ମହା' ଝଟକା ! ଆସନ୍ତାକାଲି ଫ୍ଲୋର ଟେଷ୍ଟ, ଗୁପ୍ତ ଭୋଟକୁ କୋର୍ଟଙ୍କ ନା
ଫାଇଲ ଫଟୋ

ନୂଆଦିଲ୍ଲୀ: 'ମହାରାଷ୍ଟ୍ର' ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆସନ୍ତାକାଲି ଫ୍ଲୋର ଟେଷ୍ଟ ଦେବେ ଫଡନାଭିସ ସରକାର । ଅପରାହ୍ନ ୫ଟା ମଧ୍ୟରେ ଫ୍ଲୋର ଟେଷ୍ଟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । କୋର୍ଟଙ୍କ ଏହି ରାୟ ବିଜେପିକୁ ବଡ ଝଟକା ଦେଇଛି । ସେପଟେ ରାୟକୁ ନେଇ ଆଶ୍ୱସ୍ତ ହୋଇଛନ୍ତି ଏନସିପି, ଶିବସେନା ଓ କଂଗ୍ରେସ । 

ଆଜି ସକାଳ ୧୦ଟା ୩୦ରେ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ନିଜ ରାୟରେ ଆସନ୍ତାକାଲି ଫ୍ଲୋର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଫ୍ଲୋର ଟେଷ୍ଟର ଭିଡିଓ ରେକଡିଂ ଏବଂ LIVE ଟେଲିକାଷ୍ଟ କରିବାକୁ ଅଦାଲତ କହିଛନ୍ତି । ଏହାସହ ଗୁପ୍ତ ବ୍ୟାଲେଟ ପେପରରେ ଫ୍ଲୋର ଟେଷ୍ଟ କରିବାକୁ ମନା କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି ଫ୍ଲୋର ଟେଷ୍ଟ ପରୀକ୍ଷଣ ପାଇଁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଜଷ୍ଚିସ ଜଷ୍ଟିସ ସଞ୍ଜୀବ ଖାନ୍ନା, ଏନଭି ରମନ ଓ ଜଷ୍ଟିସ ଅଶୋକ ଭୂଷଣ ଏହାର ଶୁଣାଣି କରିଛନ୍ତି । ନିଜ ରାୟରେ କୋର୍ଟ ଆହୁରି ମଧ୍ୟ କହିଥିଲେ, ବିଧାୟକଙ୍କ ଶପଥ ଗ୍ରହଣ ସରିନି । ତେଣୁ ଆସନ୍ତାକାଲି ସନ୍ଧ୍ୟା ୫ଟା ପୂର୍ବରୁ ଶପଥ ଗ୍ରହଣ କରାଯାଉ । ଏହାସହ ଫ୍ଲୋର ଟେଷ୍ଟ ମଧ୍ୟ କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ହେବା ଦରକାର ବୋଲି କହିଛନ୍ତି ତିନି ଜଣିଆ ଖଣ୍ଡପୀଠ । 

Maharashtra assembly

ତେବେ ତୁରନ୍ତ ଫ୍ଲୋର ଟେଷ୍ଟ ପାଇଁ ଦାବି କରିଥିବା ଏନସିପି, ଶିବସେନା ଏବଂ କଂଗ୍ରେସଙ୍କୁ ଏହି ରାୟ ବେଶ ଆଶ୍ୱସ୍ତି ଦେଇଛି । କାହିଁକିନା ଏବେ ଏହି ମେଣ୍ଟ ପାଖରେ ୧୬୨ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି । ସେପଟେ ବିଜେପିକୁ ଏହା ବଡ ଝଟକା ବୋଲି ଚର୍ଚ୍ଚା ହେଉଛି । କାହିଁକିନା ଏତେ କମ ସମୟ ଭିତରେ ସମର୍ଥନ ଯୋଗାଡ କରିବା ଦଳ ପାଇଁ ଚ୍ୟାଲେଞ୍ଜ ଅଟେ । ଏବେ ବହୁମତ ପ୍ରମାଣ ପାଇଁ ବିଜେପିକୁ ଦରକାର ୧୪୫ ବିଧାୟକଙ୍କ ସମର୍ଥନ । ଅଜିତ ପାୱାରଙ୍କୁ ହାତେଇଲେ ବହୁ ଏନସିପି ବିଧାୟକଙ୍କ ସମର୍ଥନ ମିଳିଯିବ ବୋଲି ବିଜେପି ଯେଉଁ ଆଶା ରଖୁଥିଲା, ତାହା ଗୋଟିଏ ପ୍ରକାର ଫେଲ ମାରିଛି । ଗତକାଲି ବିରୋଧୀଙ୍କ ମେଳି ପରେ ବିଜେପିର ବହୁମତ ସାବ୍ୟସ୍ତ କରିବାର ସ୍ୱପ୍ନ ଦିବାସ୍ୱପ୍ନ ପରି ମନେ ହେଉଛି । 

ଗତକାଲି ସନ୍ଧ୍ୟାରେ କଂଗ୍ରେସ-ଏନସିପି-ଶିବସେନା ଶକ୍ତିପ୍ରଦର୍ଶନ କରିଛନ୍ତି । ୩ ଦଳର ବିଧାୟକମାନେ ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତରେ ମହାମେଳି କରିଥିଲେ । ଏନ୍‌ସିପିରୁ କେବଳ ଅଜିତ ପାୱାର ଏହି ମହାମେଳିକୁ ଆସି ନଥିଲେ । ଏହି ୩ ଦଳ ବ୍ୟତୀତ କିଛି ସ୍ୱାଧୀନ ବିଧାୟକ ମଧ୍ୟ ମହାମେଳିରେ ସାମିଲ ହୋଇଥିଲେ। ମୋଟ ୧୬୨ ଜଣ ବିଧାୟକଙ୍କ ସମର୍ଥନରେ କଂଗ୍ରେସ, ଏନ୍‌ସିପି ଓ ଶିବସେନା ସରକାର ଗଠନ କରିବେ ବୋଲି ଜୋର ଦେଇଛନ୍ତି । 

ଗ୍ରାଣ୍ଡ ହାୟାତର ମହାମେଳି ପରେ ସେଠାରେ ସମସ୍ତ ବିଧାୟକ ଏକାଠି ହୋଇ ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । କଂଗ୍ରେସ-ଏନସିପି-ଶିବସେନା ମେଣ୍ଟକୁ ସମସ୍ତେ ସ୍ୱାଗତ କରିଥିଲେ । ଏନସିପି ମୁଖ୍ୟ ଶରଦ ପାୱାର ବିଧାୟକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, କର୍ଣ୍ଣାଟକ ରାଜ୍ୟପାଳ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଥିଲେ। ଏବେ ମହାରାଷ୍ଟ୍ରରେ ସମାନ ଘଟଣା ଘଟିଥିବା ବେଳେ ସଂସଦୀୟ ବିଧିବ୍ୟବସ୍ଥାର ଅପବ୍ୟବହାର କରାଯାଉଛି । ଏଠାରେ ୧୬୨ ଜଣ ବିଧାୟକ ରହି ସମସ୍ତେ ଆମକୁ ସମର୍ଥନ କରୁଛନ୍ତି। ସୁପ୍ରିମକୋର୍ଟ ଯେବେ ଫ୍ଲୋରଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବେ, ଆମେ ଏହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛୁ ବୋଲି କହିଥିଲେ ପାୱାର ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଆମେ ସମସ୍ତେ ଏକାଠି ହୋଇ ସରକାର ଗଠନ କରିବୁ । ଆଗକୁ ଆହୁରି ବିଧାୟକ ଆମ ସହ ଯୋଡ଼ି ହେବେ। ସମସ୍ତ ବିଧାୟକଙ୍କ ଦସ୍ତଖତ ସମ୍ବଳିତ ସମର୍ଥନ ପତ୍ର ଆମେ ରାଜ୍ୟପାଳଙ୍କୁ ଦେଇଛୁ। ଏହି ମହାମେଳିରେ ଏନସିପି ସାଂସଦ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ରହିଥିଲେ ।

କହିରଖୁଛୁ, ଶନିବାର ମହାରାଷ୍ଟ୍ରରେ ବିଜେପି ସରକାର ଗଢିଛି । ତେବେ ସରକାର ଗଠନର ପୁରା ଘଟଣାକ୍ରମକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ରିଟ୍ ପିଟିସନ ଦାଖଲ ହୋଇଥିଲା । ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୫। ଏବେ ଶିବସେନା-କଂଗ୍ରେସ ଓ ଏନସିପି ପାଖରେ ୧୬୨ ବିଧାୟକଙ୍କ ସମର୍ଥନ ଥିବାରୁ ଏହି ୩ଦଳ ବେଶ ଆରାମରେ ସରକାର ଗଠନ କରିପାରିବେ ।

ଆହୁରି ପଢନ୍ତୁ; ସେହି ଅଭୁଲା ରାତି...୨୬/୧୧