ପରବର୍ତ୍ତୀ ରାୟ ଆସିବା ଯାଏ ସାବରୀମାଳା ମନ୍ଦିର ଯାଇପାରିବେ ମହିଳା

ସାବଳୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୫ ନୁହେଁ, ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ତେବେ ପରବର୍ତ୍ତୀ ଶୁଣାଣି ଯାଏ ପୂର୍ବାବସ୍ଥା ଜାରି ରହିବ । ଅର୍ଥାତ ମହିଳାଙ୍କ ପ୍ରବେଶ ନେଇ ପୂର୍ବରୁ ଦେଇଥିବା ରାୟ କାଏମ ରହିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । 

 ପରବର୍ତ୍ତୀ ରାୟ ଆସିବା ଯାଏ ସାବରୀମାଳା ମନ୍ଦିର ଯାଇପାରିବେ ମହିଳା
ଫାଇଲ ଫଟୋ

ନୂଆଦିଲ୍ଲୀ: ସାବଳୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୫ ନୁହେଁ, ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ତେବେ ପରବର୍ତ୍ତୀ ଶୁଣାଣି ଯାଏ ପୂର୍ବାବସ୍ଥା ଜାରି ରହିବ । ଅର୍ଥାତ ମହିଳାଙ୍କ ପ୍ରବେଶ ନେଇ ପୂର୍ବରୁ ଦେଇଥିବା ରାୟ କାଏମ ରହିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । 

ଆଜି ପ୍ରଧାନ ବିଚାରବତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରକାଶ କରିଛନ୍ତି । ପ୍ରଧାନ ବିଚାରପତି କହିଥିଲେ, ମହିଳାଙ୍କୁ ମଧ୍ୟ ସମସ୍ତ ଧର୍ମ କାର୍ଯ୍ୟ କରିବାର ଅଧିକାର ରହିଛି । ଏହା କେବଳ ମନ୍ଦିର କାହିଁକି, ମସଜିଦ ଏବଂ ଗ୍ୟାରୀରେ ପାର୍ସୀ ମହିଳାଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରଭାବ ପକାଇବ । ତେବେ ଏହି ମାମଲା ୭ ଜଣିଆ ଖଣ୍ଡପୀଠଙ୍କ ପାଖକୁ ସ୍ଥାନାନ୍ତର କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ୩:୨ ମତରେ ଏହି ନିଷ୍ପତ୍ତି ନିଆଯାଇଛି । 

କେରଳରେ ଥିବା ଭଗବାନ ଆୟପ୍ପାଙ୍କ ସାବରୀମାଳା ମନ୍ଦିରକୁ ୧୦ ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା । ହେଲେ ଗତବର୍ଷ ସେପ୍ଟେମ୍ବର ୨୮ରେ ଏହି କଟକଣାକୁ ହଟାଇ ଦେଇଥିଲେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ର । ଏହା ବିପକ୍ଷରେ ବହୁ ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା । ଗତ ଫେବୃଆରୀ ମାସରେ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । 

ସାବରୀମାଳା ମନ୍ଦିର ବିବାଦ କ'ଣ ?

କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ବିବାଦ ବହୁ ସମୟ ଧରି ଚାଲୁଛି । ଗତ ବର୍ଷ ଏହା ଉପରେ କୋର୍ଟ ରାୟ ପ୍ରଦାନ କରି ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ଥିବା ପ୍ରତିବନ୍ଧକ ହଟାଇ ଦେଇଥିଲେ । କୋର୍ଟର ଏହି ରାୟ ପରେ ଜୋରଦାର ପ୍ରଦର୍ଶନ ମଧ୍ୟ ହୋଇଥିଲା । ସାବରୀମାଳା ଉପରେ ପୁନର୍ବିଚାର ଯାଚିକାରେ ସର୍ବମୋଟ ୬୪ଟି ମାମଲା ଥିଲା ।