• ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ୧୦୦ ସ୍କୁଲର ବିକାଶ ଦାୟିତ୍ୱ ନେବ 'ମୋ-ସ୍କୁଲ୍ ଅଭିଯାନ'
  • ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ
  • '5Tରେ ଅନ୍ତର୍ଭୂକ୍ତ ପରେ ମୋ-ସ୍କୁଲ୍ ଅଭିଯାନ'କୁ ଗୁରୁତ୍ୱ
  • ଶିକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ସରକାର ନିଷ୍ପତ୍ତି
  • ବର୍ଷକ ମଧ୍ୟରେ ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲ ଚୟନ ହେବ
  • ଚୟନ ସ୍କୁଲକୁ ମଡେଲ୍ ସ୍କୁଲରେ ବିକଶିତ କରାଯିବ
  • ପ୍ରତି ଜିଲ୍ଲାରୁ ଅତିକମରେ ୩ଟି ଲେଖାଁଏ ସ୍କୁଲ ରହିବ
  • ଖୁବଶୀଘ୍ର ଆରମ୍ଭ ହେବ 'ଷ୍ଟୁଡେଣ୍ଟ ଆଡପସନ୍' କାର୍ଯ୍ୟକ୍ରମ

ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ

ପ୍ରକାଶ ପାଉଛି ଅଯୋଧ୍ୟା ମାମଲାର ରାୟ । ସିଆ ୱାକଫ ବୋର୍ଡର ସିଙ୍ଗଲ ପିଟିସନ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସେହିପରି ବାବ୍ରି ମସଜିଦ ଖାଲି ଜମିରେ ତିଆରି ହୋଇନଥିବା କୋର୍ଟ କହିଛନ୍ତି । ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ଜମି ଯୋଗାଇ ଦିଆଯିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ
ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରକାଶ ପାଉଛି ଅଯୋଧ୍ୟା ମାମଲାର ରାୟ । ସିଆ ୱାକଫ ବୋର୍ଡର ସିଙ୍ଗଲ ପିଟିସନ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସେହିପରି ବାବ୍ରି ମସଜିଦ ଖାଲି ଜମିରେ ତିଆରି ହୋଇନଥିବା କୋର୍ଟ କହିଛନ୍ତି । ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ଜମି ଯୋଗାଇ ଦିଆଯିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ପ୍ରତ୍ନତତ୍ତ୍ୱ ବିଭାଗର ରିପୋର୍ଟ କହୁଛି, ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା। କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ। ହିନ୍ଦୁମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି । 

ସେହିପରି ସିଆ ୱାକଫ ବୋର୍ଡର ଆବେଦନ ମଧ୍ୟ ଖାରଜ ହୋଇଛି। ସର୍ବସମ୍ମତି କ୍ରମେ ସିଆ ୱାକଫ ବୋର୍ଡର ଆବେଦନ ଖାରଜ ହୋଇଛି। ବାବରଙ୍କ ସମୟରେ ହିଁ ମୀର ବାକି ଏହି ମସଜିଦ୍ ତିଆରି କରିଥିଲେ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । 

ନିଜକୁ ସେବାୟତ ପାଇଁ ଦାବି କରୁଥିଲା ନିର୍ମୋହି ଆଖଡାର ଆବେଦନ ମଧ୍ୟ ଖାରଜ ହୋଇଛି । କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ମୋହି ଆଖଡ଼ା ସେବାୟତ ନୁହନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମସ୍ତ ୫ ଜଣିଆ ବିଚାରପତିଙ୍କ ରାୟ ସମାନ । ଅର୍ଥାତ ସର୍ବସହମତିରେ ନିଷ୍ପତ୍ତି ନେଇଛନ୍ତି ଖଣ୍ଡପୀଠ । କୋର୍ଟ ନମ୍ବର ୧ରେ ଚାଲିଛି ଶୁଣାଣି ।