ଆଜି ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି

ସରକାର ବଦଳିବା ପରେ ପ୍ରଥମ ଶୁଣାଣି

ଆଜି ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି
ଫାଇଲ ଫଟୋ

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲା । ଆଜି ସୁପ୍ରିମକୋର୍ଟରେ ଏହାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ବିଚାରପତି ଏନଭି ରମନ୍ନା, ବିଚାରପତି ସଞ୍ଜୀବ ଖାନ୍ନା ଓ ବିଚାରପତି କୃଷ୍ଣା ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆନ୍ଧ୍ରରେ ସରକାର ପରିବର୍ତ୍ତନ ହେବା ପରେ ଆଜି ଏହି ମାମଲାର ପ୍ରଥମ ଶୁଣାଣି ହେବ । 

ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ଦ୍ୱାରା ଦାଖଲ କରାଯାଇଥିବା ମୂଳ ମାମଲା ସମେତ ସ୍ୱେଚ୍ଛାସେବୀ ସଙ୍ଗଠନ ରେଲା ଦ୍ୱାରା ଦାଖଲ କରା ଯାଇଥିବା ପିଟିସନର ଏକତ୍ର ଶୁଣାଣି ହେବ . ଆନ୍ଧ୍ର ସରକାରଙ୍କ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଦାବି କରିଛି ଓଡିଶା । ଏହାସହ କେନ୍ଦ୍ର ସରକାର ପ୍ରକଳ୍ପକୁ ୨ବର୍ଷ କାର୍ଯ୍ୟାଦେଶ ଅନୁମତିକୁ ବିରୋଧ କରୁଛି । 

ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ସଠିକ ଢଙ୍ଗରେ ବିଚାର କରି ଦିଆଯାଇନାହିଁ। କ୍ଷତିଗ୍ରସ୍ତ ଆଦିବାସୀ ଅଞ୍ଚଳ ଗୁଡିକରେ ଜନ ଶୁଣାଣି କରାଯାଇନାହିଁ । ଏପରିକି ପରେ ପ୍ରକଳ୍ପର ଉଚ୍ଚତା ବୃଦ୍ଧି କରାଯାଇଛି । ତେବେ ଓଡ଼ିଶାର ଏହି ଅଭିଯୋଗ ଉପରେ ଆନ୍ଧ୍ର ନିଜର ଜବାବ ରଖି ସାରିଛି। ଆନ୍ଧ୍ର ସରକାର ପ୍ରକଳ୍ପକୁ ୨୦୨୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ମମାଲର କିପରି ଶୁଣାଣି ହେଉଛି ତାହା ଦେଖିବାର କଥା ।

ଆହୁରି ପଢ଼ନ୍ତୁ; କେବେ ଅଭିଜ୍ଞତାରୁ ଶିକ୍ଷାଲାଭ କରିବ ଓଡ଼ିଶା କଂଗ୍ରେସ ?