ଅଯୋଧ୍ୟା ମାମଲାର ହୋଇପାରେ ପୁନଃବିଚାର!
Advertisement

ଅଯୋଧ୍ୟା ମାମଲାର ହୋଇପାରେ ପୁନଃବିଚାର!

ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ପାଞ୍ଚଜଣିଆ ଖଣ୍ଡପୀଠ ଏହାର ବିଚାର କରିବେ

ସୌଜନ୍ୟ: ସୋସିଆଲ ମିଡିଆ

ହିମାଂଶୁ ଶେଖର ସାମଲ, ନୂଆଦିଲ୍ଲୀ: ବିବାଦୀୟ ଅଯୋଧ୍ୟା ଜମି ବିବାଦ ମାମଲା ସାରାଦେଶରେ ସରଗରମ ପରିସ୍ଥିତି ରହିଥିଲା । ଏହାକୁ ନେଇ ନଭେମ୍ୱର ୯ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହାକୁ ବିରୋଧ କରି କିଛି ସଂଗଠନ ଏହାର ପୁନଃବିଚାର କରିବାକୁ ଆବେଦନ କରିଛନ୍ତି । ଏ ନେଇ ଆଜି ସୁପ୍ରିମକୋର୍ଟ ଏହି ସବୁ ମାମଲାର ଶୁଣାଣି କରିବେ କି ନାହିଁ ନିଷ୍ପତ୍ତି କରିବେ । ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ପାଞ୍ଚଜଣିଆ ଖଣ୍ଡପୀଠ ଏହାର ବିଚାର କରିବେ । ଏହି ସାମ୍ୱିଧାନିକ ପୀଠରେ ଧନଜ୍ୱୟ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ଏସ. ଅବଦୁଲ ନଜୀର ଓ ସଞ୍ଜୀବ ଖାନ୍ନା ରହିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଅଯୋଧ୍ୟାରେ ୨.୭୭ ଏକର ଭୂମିରେ ରାମ ମନ୍ଦିର ନିର୍ମାଣ କରିବାକୁ ରାସ୍ତା ପରିଷ୍କାର ହୋଇଥିଲା ।

ପୂର୍ବରୁ ଏହି ମାମଲାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ରାୟ ପ୍ରକାଶ ପାଇଥିଲା । ବର୍ତ୍ତମାନ ରଞ୍ଜନ ଗୋଗେଇ ଅବସର ନେବା ପରେ ଏହି ସାମ୍ୱିଧାନିକ ପୀଠରେ ସଞ୍ଜୀବ ଖାନ୍ନାଙ୍କୁ ସାମିଲ କରାଯାଇଛି । ନ୍ୟାୟଳୟର କାର୍ଯ୍ୟସୂଚି ଅନୁସାରେ ୧୮ଟି ପୁନଃ ବିଚାର ଉପରେ ଏହାର ନିଷ୍ପତ୍ତି ନିଆଯିବ । ଏହି ମାମଲାରେ ଜଡ଼ିତ ଥିବା ପକ୍ଷକାର ହିଁ ୯ଟି ପୁନ୍ଃବିଚାର ଆବେଦନ କରିଛନ୍ତି । ଏହି ମାମଲାରେ ପ୍ରଥମେ ପୁନଃ ବିଚାର ଆବେଦନ ମୌଲାନା ଅଶହଦ ରଶିଦ ଡିସେମ୍ୱର ୨ ତାରିଖରେ ଆବେଦନ କରିଥିଲେ । ହିନ୍ଦୁ ମହାସଭା ମଧ୍ୟ ଏକ ପୁନଃ ବିଚାର ଆବେଦନ କରିଥିବା ଜଣାପଡ଼ିଛି । ମସଜିଦ ନିର୍ମାଣ କରିବାକୁ ଦିଆଯାଇଥିବା ୫ଏକର ଜମି ଉପରେ ହିନ୍ଦୁ ମହାସଭା ପ୍ରଶ୍ନ ସୃଷ୍ଟି କରିଛି ।