ଦେଖନ୍ତୁ, ଶରଦ ପାୱାରଙ୍କ ଝିଅଙ୍କ ହ୍ୱାଟସ ଆପ ଷ୍ଟାଟସ

ନାଟକୀୟ ମୋଡରେ ମହାରାଷ୍ଟ୍ରରେ ସରକାର ଗଢିବାରେ ସଫଳ ହୋଇଛି ବିଜେପି । ଶିବସେନାକୁ ଶିଶୁପାଳ ହେବାକୁ ପଡିଛି । କାହିଁକିନା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ବିଜେପି ଆଡକୁ ପଲଟି ଦେଇଛନ୍ତି । ତେବେ ଏହା ଏନସିପିର ନୁହେଁ, ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି ଶରଦ ପାୱାର । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ହ୍ୱାଟସ ଆପ ଷ୍ଟାଟସ । 

ଦେଖନ୍ତୁ, ଶରଦ ପାୱାରଙ୍କ ଝିଅଙ୍କ ହ୍ୱାଟସ ଆପ ଷ୍ଟାଟସ
ଫାଇଲ ଫଟୋ

ନୂଆଦିଲ୍ଲୀ: ନାଟକୀୟ ମୋଡରେ ମହାରାଷ୍ଟ୍ରରେ ସରକାର ଗଢିବାରେ ସଫଳ ହୋଇଛି ବିଜେପି । ଶିବସେନାକୁ ଶିଶୁପାଳ ହେବାକୁ ପଡିଛି । କାହିଁକିନା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ବିଜେପି ଆଡକୁ ପଲଟି ଦେଇଛନ୍ତି । ତେବେ ଏହା ଏନସିପିର ନୁହେଁ, ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି ଶରଦ ପାୱାର । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ହ୍ୱାଟସ ଆପ ଷ୍ଟାଟସ । 

ବରିଷ୍ଠ ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଆଜି ହ୍ୱାଟସ ଆପ ଷ୍ଟାଟସରେ ଚମକାଇଦେଲା ପରି ଲେଖାଟିଏ ଲେଖିଛନ୍ତି । ୪ଟି ଶବ୍ଦର ଏହି ଲେଖା ଏବେ ଏନସିପିର ସ୍ଥିତିକୁ ଦର୍ଶାଉଛି । ସେ ଲେଖିଛନ୍ତି Party and family split। ଅର୍ଥାତ ଦଳ ଏବଂ ପରିବାର ବିଭାଜିତ । 

ସୁପ୍ରିୟାଙ୍କ ଏହି ଷ୍ଟାଟସ ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଅଜିତ ପାୱାର । ଯଦିଓ ବିଜେପି ସହ ମିଶି ସରକାର ଗଢିବାରେ ଶରଦ ପାୱାରଙ୍କ ଭିତିରିଆ ଡିଲ ଥିବା ଚର୍ଚ୍ଚା ହେଉଛି, ତେବେ ଶରଦ ଏହାକୁ ଖଣ୍ଡନ କରିଛନ୍ତି । ଅଜିତଙ୍କ ଏହା ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି ଶରଦ ପାୱାର । 

ତେବେ ଆଜି ଅପରାହ୍ନ ୪।୩୦ରେ ଏନସିପି ବିଧାୟକ ଦଳ ବୈଠକ ଡାକିଛନ୍ତି ଶରଦ ପାୱାର । ସେପଟେ ୨୨ ଦଳୀୟ ବିଧାୟକ ଅଜିତ ପାୱାରଙ୍କ ଆଡକୁ ମୁହାଁଇଥିବା କୁହାଯାଉଛି ।