close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ନିର୍ବାଚନ ଆସିଲେ ସର୍ଜିକାଲ ଷ୍ଟ୍ରାଇକ: କଂଗ୍ରେସ

ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ନେଇ  ପ୍ରଶ୍ନ ଉଠାଇଛି କଂଗ୍ରେସ । 

ନିର୍ବାଚନ ଆସିଲେ ସର୍ଜିକାଲ ଷ୍ଟ୍ରାଇକ: କଂଗ୍ରେସ
akhilesh singh

ନୂଆଦିଲ୍ଲୀ: ପାକିସ୍ତାନ ସେନା ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରିବା ପରେ ଆଜି କଡା ଜବାବ ଦେଇଛି ଭାରତ । ଆର୍ଟିଲାରୀ ଗନର ବ୍ୟବହାର କରାଯାଇ ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ସହ ବହୁ ଲଞ୍ଚିଙ୍ଗ ପେଡ ଧ୍ୱଂସ କରିଦେଇଛନ୍ତି ଭାରତୟ ଯବାନ । ଏଥିରେ ୫ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ହୋଇଛି । ବହୁ ଆତଙ୍କୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ନେଇ  ପ୍ରଶ୍ନ ଉଠାଇଛି କଂଗ୍ରେସ । 

ଆଜି କଂଗ୍ରେସ ନେତା ଅଖିଲେଶ ସିଂହ  ଏକ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି, ମୋଦି ସରକାରରେ ନିର୍ବାଚନ ଆସିଲେ ସର୍ଜିକାଲ ଷ୍ଟ୍ରାଇକ୍‌ ହୁଏ । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଠିକ୍ ନିର୍ବାଚନ ପୂର୍ବରୁ ଏପରି କିଛି କରାଯାଏ । କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି ଅଖିଲେଶ । କହିଛନ୍ତି, ଏବେ ସରକାର ସେନାର ସଫଳତାକୁ ନେଇ ରାଜନୀତି କରିବା ଆରମ୍ଭ କରିବେ । ଏପରିକି ଶାସକ ଦଳକୁ ଏହା ଫାଇଦା ଦେବ । ପିଓକରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଉପରେ ଭାରତୀୟ ସେନାର ଆକ୍ରମଣ ପରେ ସମସ୍ୟା ଭିତ୍ତିକ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବା ପାଇଁ ପ୍ରୟାସ ହେବ ବୋଲି ସେ କହିଛନ୍ତି । 

କହିରଖୁଛୁ, ରବିବାର ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରିବାରୁ ୨ ଭାରତୀୟ ଯବାନ ଏବଂ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ସୀମାନ୍ତବର୍ତ୍ତୀ କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଆଉ ଏହା ପରେ ଭାରତୀୟ ସେନା ଦେଇଥିଲା ମୁହଁତୋଡ ଜବାବ । ପାକ୍ ଅଧିକୃତ କାଶ୍ମୀର(ପିଓକେ) ସ୍ଥିତ ଆତଙ୍କୀ ଠିକଣା ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା ଭାରତୀୟ ସେନା । 

ଏହି ଆକ୍ରମଣ ପାଇଁ ସେନା ଆର୍ଟିଲାରୀ ଗନର ବ୍ୟବହାର କରିଥିଲା । ଯେଉଁଥିରେ ପିଓକେର ବହୁ ଆତଙ୍କୀ କ୍ୟାମ୍ପ ସହ ଲଞ୍ଚପ୍ୟାଡ ଧ୍ୱଂସ ହୋଇଥିବା ଜଣାପଡିଛି । ସେପଟେ ପାକିସ୍ତାନ ତରଫରୁ କ୍ରମାଗତ ଅସ୍ତ୍ରବିରତ ଉଲଙ୍ଘନ କରାଯାଉଛି ।  ରିପୋର୍ଟ ଅନୁସାରେ ବର୍ତ୍ତମାନ ସୀମାରେ ପରିସ୍ଥିତି ଭଲ ନାହିଁ ।  ପାକ୍ ସେନା କ୍ରମାଗତ ତଙ୍ଗାଧର, ନୌଗାମ ଓ କୁପୱାଡାରେ ଫାଇରିଂ କରୁଛି ।  ଯାହାର ଜୋରଦାର ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି ।  ଭାରତୀୟ ସେନାଙ୍କ ଜବାବୀ ଆକ୍ରମଣରେ ପିଓକେରେ ବହୁତ କ୍ଷତି ହୋଇଛି । 

ଅନ୍ୟପକ୍ଷେ ପାକ୍ ସେନାର ଆକ୍ରମଣରେ  ସର୍ବାଧିକ କ୍ଷୟକ୍ଷତି ଚିତ୍ରକୂଟ ଗାଁରେ ହୋଇଛି ।  ଯେଉଁଠି ପାକିସ୍ତାନ ପକ୍ଷରୁ ଫାଇରିଂ ହେବାରୁ ୬ ଘର ଭାଙ୍ଗିଯାଇଛି । ଗୁଣ୍ଡି ସାଲ ନାମକ ସ୍ଥାନରେ ମଧ୍ୟ ପାକିସ୍ତାନର ଫାଇରିଂ ଯୋଗୁଁ ୨ଟି ଘର ନଷ୍ଟ ହୋଇଛି । ଏହାସହ ଜଣେ ନାଗରିକଙ୍କ ମୃତ୍ୟୁ ମଧ୍ୟ ହୋଇଛି ।  ରବିବାର ପାକିସ୍ତାନ ଜମ୍ମୁ କାଶ୍ମୀରର କୁପୱାଡା ସ୍ଥିତ ତଙ୍ଗାଧର ସେକ୍ଟରରେ କରିଥିଲା ଏହି ଅସ୍ତ୍ର ବିରତି ଉଲଙ୍ଘନ କରିଛି ।  ଯେଉଁଥିରେ ୨ ଭାରତୀୟ ଯବାନ ଶହୀଦ ହୋଇଥିଲେ । ପରେ ଭାରତୀୟ ସେନା ଦେଇଥିଲା ମୁହଁତୋଡ ଜବାବ ।