close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦରକାର ହେଲା ମାଇଗ୍ରେସନ ସାର୍ଟିଫିକେଟ, ଧରାପଡିଲା SVM କଲେଜର ଜାଲିଆତି

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି ଜତସିଂହପୁର ଜିଲ୍ଲା ଏସଭିଏମ କଲେଜ । ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ଜାଲ ସାର୍ଟିଫିକେଟ । ଜାଲିଆତିରେ ସମ୍ପୃକ୍ତ ଏସଭିଏମ କଲେଜ କର୍ତ୍ତୃପକ୍ଷ ! 

ଦରକାର ହେଲା ମାଇଗ୍ରେସନ ସାର୍ଟିଫିକେଟ, ଧରାପଡିଲା SVM କଲେଜର ଜାଲିଆତି
ଜାଲ ସାର୍ଟିଫିକେଟ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ସୁଚିତ୍ରା ସେଣ୍ଢ, ଜଗତସିଂହପୁର: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି ଜତସିଂହପୁର ଜିଲ୍ଲା ଏସଭିଏମ କଲେଜ । ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ଜାଲ ସାର୍ଟିଫିକେଟ  ।  ଜାଲିଆତିରେ ସମ୍ପୃକ୍ତ ଏସଭିଏମ କଲେଜ କର୍ତ୍ତୃପକ୍ଷ ! ନ୍ୟାୟ ପାଇଁ  କଲେଜ ସମ୍ମୁଖରେ  ଗଣଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ।

ଜଗତସିଂହପୁର ସହରରେ ଥିବା ଜିଲ୍ଲାର ସର୍ବ ବୃହତ କଲେଜ  ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି । କଲେଜ କର୍ତ୍ତୃପକ୍ଷଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । କଲେଜ କର୍ତ୍ତୃପକ୍ଷ ଜାଲିଆତି କରି ଛାତ୍ରଛାତ୍ରୀଙ୍କୁ ମିଥ୍ୟା ରେଜିଷ୍ଟେସନ ନମ୍ବର ପଡିଥିବା ପ୍ରୋଭିଜନାଲ ସାର୍ଟିଫିକେଟ ପ୍ରଦାନ କରିଥିବାର ତଥ୍ୟ ପଦାକୁ ଆସିଛି  ।  ଯାହା ଫଳରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି ।
 
ଏହି କଲେଜରେ ୨୦୧୫ ମସିହାରେ ଯୁକ୍ତ ତିନି  କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ୨୫୬ ଲେଖାଏଁ ସିଟରେ ନାମ ଲେଖାଇବାକୁ ବିଜ୍ଞପ୍ତି ଦେଇଥିଲା । କଲେଜ  କର୍ତ୍ତୃପକ୍ଷ ମନଇଚ୍ଛା ଉଦ୍ଧିଷ୍ଟ ସିଟ୍ ଠାରୁ  ୨ଶହରୁ ଅଧିକ  ଛାତ୍ରଛାତ୍ରୀଙ୍କ  ଆଡମିଶନ କରିଥିଲେ  ।  ଛାତ୍ରଛାତ୍ରୀ ନାମ ଲେଖାଇବା ପରେ ଦୈନିକ କଲେଜ ଆସି ଶିକ୍ଷା ଗ୍ରହଣ କରୁଥିଲେ । ଏପରିକି  କଲେଜର ସମସ୍ତ ଦେୟ ପୈଠ କରିବା ସହ  ପରୀକ୍ଷା ମଧ୍ୟ ଦେଇଥିଲେ । ପାସ କରିଥିବା ଛାତ୍ରଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ପ୍ରୋଭିଜନାଲ ସାର୍ଟିଫିକେଟ ମଧ୍ୟ  ପ୍ରଦାନ କରିଥିଲେ । ଏହି ସାର୍ଟିଫିକେଟକୁ ନେଇ ଶତାଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ  ଅନ୍ୟତ୍ର ଆଡମିଶନ କରିଥିଲେ । ସେଠାରେ ପରୀକ୍ଷା ଦେବା ପୂର୍ବରୁ କଲେଜ ପକ୍ଷରୁ ମାଇଗ୍ରେସନ ସାର୍ଟିଫିକେଟ ଆବଶ୍ୟକ ପଡିଥିଲା  । ଏଥିପାଇଁ  ଛାତ୍ରଛାତ୍ରୀ   ମାଇଗ୍ରେସନ ସାର୍ଟିଫିକେଟ ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟକୁ ଯାଇଥିଲେ ।  ସେଠାରେ  ପ୍ରୋଭିଜନାଲ ସାର୍ଟିଫିକେଟରେ ଜାଲ ରେଜିଷ୍ଟେସନ ନମ୍ବର  ଥିବା  ଜଣାପଡିଥିଲା  । ଫଳରେ ନିରାଶ ହୋଇ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ  ଫେରିଥିଲେ  ଛାତ୍ରଛାତ୍ରୀ  । ପରେ ଏସଭିଏମ କଲେଜ କର୍ତ୍ତୃପକ୍ଷଙ୍କୁ   ଘଟଣା ସମ୍ପର୍କରେ ଜଣାଇଥିଲେ ।

ଏପଟେ କଲେଜ କର୍ତ୍ତୃପକ୍ଷ ଜାଲ ଘଟଣାକୁ ସ୍ୱୀକାର କରିବା ସହ ଦୋଷ ଛଡାଇବା ପରି ଉତ୍ତର ଦେଇଥିଲେ । ହେଲେ  ଦେଢଶହରୁ  ଅଧିକ  ଛାତ୍ରଛାତ୍ରୀ ଏହି ଜାଲିଆତିର ଶୀକାର ହୋଇଥିଲେ ମଧ୍ୟ  କଲେଜ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି   ।  ଶେଷରେ ଛାତ୍ରଛାତ୍ରୀ  ଗଣଆନ୍ଦୋଳନ ଦେବାକୁ ବାଧ୍ୟ ହୋଇଛନ୍ତି ।   ସେପଟେ  ଘଟଣାକୁ ସ୍ୱୀକାର କରିଛନ୍ତି ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର  ଅଧ୍ୟକ୍ଷ । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ  ଖୁବଶୀଘ୍ର  ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

 ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଜଗତସିଂହପୁର ଜିଲ୍ଲାର ଏକ ପ୍ରତିଷ୍ଠିତ କଲେଜ । ଏହି କଲେଜ ଉପରେ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଛାତ୍ରଛାତ୍ରୀ ନିର୍ଭର କରନ୍ତି । ହେଲେ କଲେଜ କର୍ତ୍ତୃପକ୍ଷଙ୍କ ଶୋଷଣ ନୀତି ଯୋଗୁଁ ଅନ୍ଧାର  ଆଡକୁ ଠେଲି ହୋଇଯାଉଛି ପାଖାପାଖି ଦେଢଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।  ଯଦି ଜିଲ୍ଲାର  ବୃହତ କଲେଜରେ ଜାଲିଆତି  ହେବା ଘଟଣା ସାମ୍ନାକୁ ଆସୁଛି ତେବେ ଜିଲ୍ଲାରେ ଥିବା  ଛୋଟ କଲେଜ ଗୁଡିକରେ କିପରି ହେଉଥିବ, ତାହା ସହଜରେ ଅନୁମେୟ ।