ଦିନକୁ ୮ ଘଣ୍ଟା ଖୋଲିବ ମିଠା ଦୋକାନ...
Trending Photos
)
କୋଲକାତା: ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ସମଗ୍ର ଦେଶ ବର୍ତ୍ତମାନ ଲକଡାଉନ ସ୍ଥିତିରେ। ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗରେ ଦୈନିକ ମିଠା ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୈନିକ ୮ ଘଣ୍ଟା ଏହି ମିଠା ଦୋକାନ ଖୋଲା ରଖିବାକୁ ଅନୁମତି ପ୍ରଦାନ କରିଛନ୍ତି ଦିଦି।
ଦିଦି କହିଛନ୍ତି ଯେ, ଏହି ମିଠା ଦୋକାନ ସମଗ୍ର ରାଜ୍ୟରେ ଦୈନିକ ୮ ଘଣ୍ଟା ଖୋଲିବାକୁ ଅନୁମତି ପ୍ରଦାନ କରାଯାଉଛି। ଧାର୍ଯ୍ୟ ସମୟ ମଧ୍ୟରେ ମିଠା ଦୋକାନୀ ଦୋକାନ ଖୋଲିପାରିବେ। ଏଥିପାଇଁ ସକାଳ ୮ ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ସେମାନେ ଦୋକାନ ଖୋଲି ବ୍ୟବସାୟ କରିପାରିବେ ବୋଲି ଦିଦି କହିଛନ୍ତି।
ତେବେ ପୂର୍ବରୁ ରାଜ୍ୟ ସରକାର ଏହି ମିଠା ଦୋକାନୀମାନଙ୍କୁ ଦିନ ୧୨ଟାରୁ ସନ୍ଧ୍ୟା ୪ ପର୍ଯ୍ୟନ୍ତ, ମାତ୍ର ୪ ଘଣ୍ଟା ଖୋଲିବାକୁ ଅନୁମତି ପ୍ରଦାନ କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୩୧ଟି ମାମଲା ରାଜ୍ୟରେ ରହିଛି। ସେଥିମଧ୍ୟରୁ ୧୭୯ ଜଣ ଚିକିତ୍ସାଧିନ ରହିଥିବା ବେଳେ ୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।