• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ମୈଦାନକୁ ଫେରିଲେ ପୃଥ୍ୱୀ ଶ', ଏହି ଭୁଲ ଯୋଗୁଁ ଲାଗିଥିଲା ବ୍ୟାନ

କ୍ରିକେଟ ମୈଦାନକୁ ଫେରିଲେ ପୃଥ୍ୱୀ ଶ' । ରବିବାର ସୈୟଦ ମୁଶ୍ତାକ ଅଲି ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେ ଧମାକାଦାର ଇଂନିସ ଖେଳିଛନ୍ତି । ମୁମ୍ୱାଇ ତରଫରୁ ଖେଳି ସେ ଆସାମ ବିରୋଧରେ ମାତ୍ର ୩୨ ବଲରେ ନିଜ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ସେ ୩୯ ବଲରେ ୬୩ ରନର ଧମାକାଦାର ଇଂନିସ ଖେଳିଥିଲେ । ଯେଉଁଥିରେ ୭ଟି ଚୌକା ଓ ୨ ଛକା ସାମିଲ ଥିଲା । 

ମୈଦାନକୁ ଫେରିଲେ ପୃଥ୍ୱୀ ଶ', ଏହି ଭୁଲ ଯୋଗୁଁ ଲାଗିଥିଲା ବ୍ୟାନ
ମୈଦାନକୁ ଫେରିଲେ ପୃଥ୍ୱୀ ଶ', ଏହି ଭୁଲ ଯୋଗୁଁ ଲାଗିଥିଲା ବ୍ୟାନ

ନୂଆଦିଲ୍ଲୀ: କ୍ରିକେଟ ମୈଦାନକୁ ଫେରିଲେ ପୃଥ୍ୱୀ ଶ' । ରବିବାର ସୈୟଦ ମୁଶ୍ତାକ ଅଲି ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେ ଧମାକାଦାର ଇଂନିସ ଖେଳିଛନ୍ତି । ମୁମ୍ୱାଇ ତରଫରୁ ଖେଳି ସେ ଆସାମ ବିରୋଧରେ ମାତ୍ର ୩୨ ବଲରେ ନିଜ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ସେ ୩୯ ବଲରେ ୬୩ ରନର ଧମାକାଦାର ଇଂନିସ ଖେଳିଥିଲେ । ଯେଉଁଥିରେ ୭ଟି ଚୌକା ଓ ୨ ଛକା ସାମିଲ ଥିଲା । 

ଶ' ନିକଟ ଅତୀତରେ ମୁମ୍ୱାଇର ୧୫ ଜଣିଆ ସଦସ୍ୟ ଟିମରେ ସାମିଲ କରାଯାଇଥିଲା । ଏହି ୨୦ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଡୋପିଂ କାରଣରୁ ଚଳିତ ବର୍ଷ ମାର୍ଚ୍ଚ ୧୬ରେ ବ୍ୟାନ ଲଗା ଯାଇଥିଲା । ବର୍ତ୍ତମାନ ତାଙ୍କୁ ରବିବାରରୁ  ପୁଣିଥରେ ଖେଳିବାର  ସୁଯୋଗ ମିଳିଛି । ମୁମ୍ୱାଇ ଦଳ ଗୁରୁବାର ମୁସ୍ତାକ ଅଲିର ୨ଟି ମ୍ୟାଚ ଓ ପରେ ସୁପର ଲିଗ ଷ୍ଟେଜ ପାଇଁ ଟିମ ଘୋଷଣା କରିଥିଲା । ଏହା ମୁମ୍ୱାଇର ଶେଷ ଲିଗ ମ୍ୟାଚ ହେବ । ଏହା ପୂର୍ବରୁ ଶ' ନେଟରେ ଅଭ୍ୟାସ କରୁଥିବା ଏକ ଭିଡିଓ ମଧ୍ୟ ସେୟାର କରିଥିଲେ ।

ଶ'ଙ୍କ ଉପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଡୋପିଂ ନିୟମର ଉଲ୍ଲଙ୍ଘନ କରିବା ମାମଲାରେ ୨୦୧୯ ନଭେମ୍ୱ ୧୫ ଯାଏ ବ୍ୟାନ ଲଗାଇଥିଲା । ବର୍ତ୍ତମାନ ତାଙ୍କ ଉପରୁ ବ୍ୟାନ ହଟିଯାଇଛି । ବିସିସିଆଇ ଅନୁସାରେ, ଚଳିତ ବର୍ଷ ଫେବୃଆରୀ ୨୨ରେ ସୈୟଦ ମୁଶ୍ତାକ ଅଲି ଟ୍ରଫି ବେଳେ ନିଜ ୟୁରିନ ସେମ୍ପଲ ଶ' ଦେଇଥିଲେ । ତାଙ୍କ ସେମ୍ପଲର ଯାଞ୍ଚ ପରେ ସେଥିରେ ପ୍ରତିବନ୍ଧକ ପଦାର୍ଥ ଟରବୁଟାଲାଇନର ଅଂଶ  ମିଳିଥିଲା । ଏହି ପଦାର୍ଥ ବାଡାର ପ୍ରତିବନ୍ଧିତ ପଦାର୍ଥ ତାଲିକାରେ ସାମିଲ ରହିଛି ।