ଦେଶରେ କୋରୋନା ତାଣ୍ଡବ ଜାରି ରହିଥିବା ବେଳେ ଦିଲ୍ଲୀସ୍ଥିତ ହଜରତ ନିଜ୍ଜାମୁଦ୍ଦିନ ମରକଜରେ ତବଲିଗ ଜମାତ କାର୍ଯ୍ୟକ୍ରମ ଆୟୋଜନ କରି ଚର୍ଚ୍ଚାରେ ରହିଥିବା ମୌଲନା ସାଦକୁ ନେଇ ଏବେ ଚାଞ୍ଚଲ୍ୟକର ଖୁଲାସା ହୋଇଛି | ସଂଶୋଧିତ ନାଗରିକତା ଆଇନକୁ ନେଇ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ହୋଇଥିବା ଦଙ୍ଗାରେ ଜଡିତ ଜଣେ ଅଭିଯୁକ୍ତ ମୌଲନା ସାଦର ଖୁବ ନିକଟତର ଥିବ
Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ତାଣ୍ଡବ ଜାରି ରହିଥିବା ବେଳେ ଦିଲ୍ଲୀସ୍ଥିତ ହଜରତ ନିଜ୍ଜାମୁଦ୍ଦିନ ମରକଜରେ ତବଲିଗ ଜମାତ କାର୍ଯ୍ୟକ୍ରମ ଆୟୋଜନ କରି ଚର୍ଚ୍ଚାରେ ରହିଥିବା ମୌଲନା ସାଦକୁ ନେଇ ଏବେ ଚାଞ୍ଚଲ୍ୟକର ଖୁଲାସା ହୋଇଛି | ସଂଶୋଧିତ ନାଗରିକତା ଆଇନକୁ ନେଇ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ହୋଇଥିବା ଦଙ୍ଗାରେ ଜଡିତ ଜଣେ ଅଭିଯୁକ୍ତ ମୌଲନା ସାଦର ଖୁବ ନିକଟତର ଥିବା ଜଣାପଡିଛି |
ଦିଲ୍ଲୀ ଦଙ୍ଗା ଘଟଣାରେ କରାଯାଉଥିବା ଯାଞ୍ଚରୁ ଜଣାପଡିଛି ଯେ, ହିଂସାକାଣ୍ଡ ବେଳେ ଉଭୟ ଲଗାତାର ସମ୍ପର୍କରେ ରହିଥିଲେ | ମୌଲନା ସାଦର ଖୁବ ନିକଟତର କୁହାଯାଉଥିବା ଅବଦୁଲ ଅଲିମ ବ୍ରିଜପୁରସ୍ଥିତ ରାଜଧାନୀ ସ୍କୁଲରେ ହୋଇଥିବା ଦଙ୍ଗା ଘଟଣାରେ ଜଡିତ ଅଭିଯୁକ୍ତ ଫୈଜଲ ଫାରୁଖି ସହ ସମ୍ପର୍କରେ ଥିଲା | ଜାକିର ନଗର ଓଖଲା ପଶ୍ଚିମ ନିବାସୀ ଅବଦୁଲ ଅଲିମ ମରକଜ ମୁଖିଆ ମୌଲନା ସାଦର ଖୁବ ନିକଟତର |
କୋରୋନା ସଂକଟ ବେଳେ ହଜରତ ନିଜାମୁଦ୍ଦିନ ମରକଜରେ ତବଲିଗ ଜମାତ କାର୍ଯ୍ୟକ୍ରମ ବିବାଦ ଘେରକୁ ଆସିଥିଲା ମୌଲନା ସାଦ | ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଭାରତ ସମେତ ବିଦେଶରୁ ଆସିଥିବା ମୁସଲମାନ | ତବଲିଗ ଜମାତ କାର୍ଯ୍ୟକ୍ରମରେ ମୌଲନ ସାଦ ସହ ଯୋଗ ଦେଇଥିବା ଅବଦୁଲ ଅଲିମ ଧାର୍ମିକ ଶୋଭଯାତ୍ରାର ଆୟୋଜନ କରିଥିଲା | ଯେଉଁଠି କୋରୋନା ମହାମାରୀର ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବା ନିୟମ ଖୋଲାଖୋଲି ଉଂଲଘନ କରାଯାଇଥିବା | ଯାହା ଦେଶରେ କୋରୋନା ସଂକ୍ରମଣ ବଢିବାର ରାସ୍ତାକୁ ପ୍ରଶସ୍ତ କରିଥିଲା |
ଦିଲ୍ଲୀ ଦଙ୍ଗା ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାଲିଥିବା ଯାଞ୍ଚରୁ ଜଣାପଡିଛି ଅବଦୁଲ ଅଲିମ, ଦଙ୍ଗା ଅଭିଯୁକ୍ତ ଫୈଜଲ ଫାରୁଖ ସହ ଯୋଗାଯୋଗରେ ଥିଲା | ଦିଲ୍ଲୀ ହିଂସାକାଣ୍ଡ ବେଳେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା | ଅଭିଯୁକ୍ତ ଫୈଜଲ ରାଜଧାନୀ ସ୍କୁଲରେ ହୋଇଥିବା ଦଙ୍ଗାର ମୁଖ୍ୟ ଅଭିଯୁକ୍ତ | ଅବଦୁଲ ଅଲିମ ତବଲିଗ ଜମାତର ଏକ ଉଚ୍ଚ ପଦରେ ଥିଲା | ଦିଲ୍ଲୀରେ ଦଙ୍ଗା ବେଳେ ସେ ଅଭିଯୁକ୍ତ ଫୈଜଲକୁ ସହଯୋଗ କରିଥିବା ନେଇ ଯାଞ୍ଚରୁ ଜଣାପଡିଛି |