)
ନୂଆଦିଲ୍ଲୀ: ନିଜାମୁଦ୍ଦିନ ମକରଜ ଘଟଣା ସାମ୍ନାକୁ ଆସିବା ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି ଜମାତିମାନେ। ସେମାନଙ୍କୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସିବାରେ ଲାଗିଛି। ମାଲେସିଆ ଲେଖକ ଫାରିଶ ଅ ନୁର ତାଙ୍କ ବହି 'ଇସ୍ଲାମ ଅନ ଦ ମୁଭ'ରେ ଚକିତ କରିବା ଭଳି ତଥ୍ୟ ପ୍ରଦାନ କରିଛନ୍ତି। ସେ ତାଙ୍କ ବହିରେ ଲେଖିଛନ୍ତି କି, ଯେଉଁମାନେ ଜମାତି ମରକଜ ରହିଛନ୍ତି, ସେମାନେ ସର୍ବସାଧାରଣରେ କିମ୍ବା ଖୋଲାଖୋଲି ଭାବେ ଶୌଚ ହେବାରେ କୌଣସି ପ୍ରକାର ଲଜ୍ଜ୍ୟା ଅନୁଭବ କରିନଥାନ୍ତି। କାରଣ ସେମାନଙ୍କ ମାନସିକତାରେ ଲଜ୍ଜା ବୋଲି କୌଣସି ଅନୁଭବ ହିଁ ନଥାଏ।
କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ ଲେଖିଛନ୍ତି କି, ମରକଜରେ ପାଇଖାନାକୁ ଏଭଳି ନିର୍ମାଣ କରାଯାଇଥାଏ ଯେ, ଯାହାକୁ ବ୍ୟବହାର କଲେ ଜଣେ ଜମାତି ତାର ଶରୀରକୁ ନଗ୍ନ ଅବସ୍ଥାରେ ସମ୍ପୂର୍ଣ୍ଣ ଭାବେ ଦେଖିପାରିବ। ଜମାତି ମାନେ ଛିଡ଼ା ହେବା ପରିବର୍ତ୍ତେ ବସିକରି ପରିସ୍ରା କରିଥାନ୍ତି ବୋଲି ଫାରିଶ ତାଙ୍କ ବହିରେ ଲେଖିଛନ୍ତି।

ତେବେ ମାଲେସିଆ ଲେଖକ ଲେଖିଥିବା ସମସ୍ତ ତଥ୍ୟ ଯଦି ସତ୍ୟ ହୋଇଥାଏ, ତେବେ ଜମାତିଙ୍କ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ। କାରଣ ଜମାତିମାନଙ୍କୁ ମକରଜରେ ସବୁକିଛି ଶିଖାଇ ଦିଆଯାଇଥାଏ। କେବଳ ମାଲେସିଆ ଲେଖକ ନୁହନ୍ତି, ସ୍ତମ୍ଭକାର ତଥା ରାଷ୍ଟ୍ରୀୟ ସୁରକ୍ଷା ମାମଲାର ବିଶ୍ଲେଷକ ଦିବ୍ୟକୁମାର ସୋତୀ ଏନେଇ ସୋସିଆଲ ମିଡ଼ିଆରେ ମଧ୍ୟ ନିଜର ମତ ରଖିଛନ୍ତି। ସେ କହିଛନ୍ତି କି, ଆଜି ଏ ସଂକଟମୟ ପରିସ୍ଥିତିରେ ସମସ୍ତେ ଆଇସୋଲେସନ ମଧ୍ୟରେ ରହିଛନ୍ତି। ତେବେ ଏହାରି ମଧ୍ୟରେ ତବଲିଗିମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ମୁଁ ଏଠାରେ କହି ରଖିବାକୁ ଚାହେଁ କି, ଧର୍ମଶାସ୍ତ୍ର ସେମାନଙ୍କୁ ଏଭଳି ଶିକ୍ଷା ଦେଉଛି କି ନମାଜ ପଢିବା ସମୟରେ ଏହି ମଜହବୀ କାର୍ଯ୍ୟ କରିବାକୁ ହୁଏ ବୋଲି ସେ ଟ୍ୱିଟରେ ଲେଖିଥିଲେ।
Everyone is wondering why Tablighis in isolation are spitting so much? Well! Their theology directs them to spit to ward off Satan's interference in their religious practices like offering namaz. Presently, they are being stopped from congregating for namaz due to Corona. Hence. pic.twitter.com/IfZOxTVBiE
— Divya Kumar Soti (@DivyaSoti) April 7, 2020
ଏ ସମସ୍ତ ତଥ୍ୟ ସହିତ ମରକଜର ମୁଖ୍ୟ ମୌଲାନା ସାଦଙ୍କ ଅଡ଼ିଓକୁ ମଧ୍ୟ ଧ୍ୟାନରେ ରଖିବାକୁ ହେବ। କାରଣ ସେଥିରେ ଜମାତିମାନଙ୍କୁ ଏଭଳି ଶିକ୍ଷା ଦେବାକୁ ପ୍ରଚେଷ୍ଟା କରାଯାଉଥିଲା, ଯାହା ସମସ୍ତଙ୍କ ପାଇଁ ନିଶ୍ଚିତ ପକ୍ଷେ ଆଶ୍ଚର୍ଯ୍ୟକର ଘଟଣା। ସେଥିରେ କୋରୋନା ଭାଇରସ ଏକ ଷଡ଼ଯନ୍ତ୍ର, ଯେଉଁଥିରେ ମୁସଲିମମାନଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଉଛି ବୋଲି ଉକ୍ତ ଅଡ଼ିଓରେ କୁହାଯାଉଥିବା ଶୁଣିବାକୁ ମିଳିଥିଲା। ଏହା ସହିତ ସରକାରଙ୍କୁ ଏଭଳି ଏକ ଶତ୍ରୁର ରୂପ ଦିଆଯାଇଥିଲା। କାରଣ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ସରକାର କୌଣସି ଧର୍ମସ୍ଥଳରେ ଭିଡ଼ ଜମାଇବାକୁ ମନା କରିଦେଇଥିଲେ।