Advertisement
Article Detail0/zeeodisha/odisha667624
Zee OdishaOther Newsଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ସମୟ ଆଗ୍ରା ବନ୍ଦ...

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ସମୟ ଆଗ୍ରା ବନ୍ଦ...

ଏହା ପୂର୍ବରୁ ଏକାଧିକ ବାର ବନ୍ଦ ହୋଇଛି ତାଜମହଲ....

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ସମୟ ଆଗ୍ରା ବନ୍ଦ...

ନୂଆଦିଲ୍ଲୀ: କୋରୋନା ମହାମାରୀ କାରଣରୁ ବର୍ତ୍ତମାନ ସମଗ୍ର ଦେଶ ବନ୍ଦ ରହିଛି। ପର୍ଯ୍ୟଟନ ସ୍ଥଳ ଗୁଡିକ ମଧ୍ୟ ବେଶ ଖାଁ ଖାଁ। ପୁରା ଶୁନଶାନ ହୋଇ ପଡ଼ିଛି ଏହି ଲକଡାଉନ ସମୟରେ। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ଶତାୟୁ ବର୍ଷର ପର୍ଯ୍ୟଟନ ସ୍ଥଳ ଗୁଡିକ ମଧ୍ୟ ପୂର୍ବରୁ ଏହି ଭଳି ଏକ ଲମ୍ବା ସମୟ ପାଇଁ ବନ୍ଦ ରହି ସାରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ମଧ୍ୟ ଦେଶରେ ଦୀର୍ଘ ସମୟ ପାଇଁ ବନ୍ଦ ରହିଥିଲା।  

୩୭୨ ବର୍ଷର ତାଜ ମହଲ ମଧ୍ୟ କୋରୋନା ଲକଡାଉନ କାରଣରୁ ବନ୍ଦ ରହିଛି। ପୂର୍ବରୁ ମଧ୍ୟ ଦୀର୍ଘ ଦିନ ପାଇଁ ତାଜମହଲର କବାଟ ବନ୍ଦ ରହିଥିଲା। ସେହି ସମୟରେ ତାଜମହଲ ସହିତ ଫତେହପୁର ସିକ୍ରୀ ଓ ଆଗ୍ରା କିଲ୍ଲାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ୧୬୩୨ ରୁ ୧୬୪୮ ମସିହା ମଧ୍ୟରେ ଏହି କୀର୍ତ୍ତିକୁ ନିର୍ମାଣ କରାଯାଇଥିଲା। ତେବେ ତାଜମହଲର କବାଟ ପ୍ରଥମଥର ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବନ୍ଦ କରି ଦିଆଯାଇଥିଲା। ସେହିପରି ୧୯୭୮ ମସିହାରେ ଆଗ୍ରାରେ ବନ୍ୟା ସ୍ଥିତି ଦେଖାଦେବାରୁ ମଧ୍ୟ ତାଜମହଲକୁ ବନ୍ଦ କରିଦିଆଯାଇଥିଲା।  

ଆଗ୍ରାର ଭୂତତ୍ତ୍ୱବିତ ଡା। ବସନ୍ତ କୁମାର ସ୍ୱର୍ଣ୍ଣକାର କହିଛନ୍ତି କି, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଜମହଲକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ସଠିକ ତାରିଖ କହିବା ମୋ ପକ୍ଷେ କଷ୍ଟକର ହୋଇ ପଡ଼ିଥିଲା। ୧୯୭୧ ମସିହା ଯୁଦ୍ଧ ପାଇଁ ମଧ୍ୟ ବନ୍ଦ ରହିଥିଲା। ୧୯୭୧ ମସିହାରେ ଭାରତ ବିପକ୍ଷରେ ପାକିସ୍ତାନ ଯୁଦ୍ଧ ଘୋଷଣା କରିଥିଲା। ଏହି ସମୟରେ ମଧ୍ୟ ତାଜମହଲ ବନ୍ଦ ରହିଥିଲା। ୧୯୭୮ ମସିହାରେ ମଧ୍ୟ ବନ୍ୟା ପାଇଁ ୮ ଦିନ ତାଜମହଲ ବନ୍ଦ ରହିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାକୁ ଏତେ ମାତ୍ରାରେ ପର୍ଯ୍ୟଟକ ଆସୁନଥିଲେ। ୧୯୮୦ ମସିହା ପରେ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଧିରେଧିରେ ବଢିବାକୁ ଲାଗିଥିଲା। ୧୯୯୦ ମସିହା ପରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ହଠାତ ବଢିଯାଇଥିଲା। ବହୁଳ ମାତ୍ରାରେ ଏଠାକୁ ପର୍ଯ୍ୟଟକ ଆସିବାରେ ଲାଗିଥିଲେ ବୋଲି ସେ କହିଥିଲେ।  

Add Zee News as a Preferred Source

ସେ ଆହୁରି ମଧ୍ୟ କହିଥିଲେ କି, ୧୮୫୭ ମସିହାରେ ଏଏସଆଇ ଗଠନ ହୋଇନଥିଲା। ଫଳରେ ଏନେଇ କୌଣସି ସଠିକ ତଥ୍ୟ ହୋଇନଥିଲା। କିଏ ଜାଣେ ସେହି ସମୟରେ ବ୍ରିଟିଶ ଶାସକ ମଧ୍ୟ ଏହାକୁ ବନ୍ଦ କରିଦେଇ ପାରିଥାନ୍ତି ବୋଲି ସେ କହିଥିଲେ। ଐତିହାସ କାର ଇରଫାନ ହବିବ ଆହୁରି ମଧ୍ୟ କହିଥିଲେ କି, ଦେଶରେ ପ୍ରଥମଥର ପାଇଁ ସବୁକିଛି ବନ୍ଦ ରହିଛି। ମର୍ଡର୍ଣ୍ଣ ସମୟରେ ୧୯୭୧ ମସିହାରେ ଯୁଦ୍ଧ ସମୟରେ ତାଜ ବନ୍ଦ ହୋଇଥିଲା। ସେହି ସମୟରେ ତାଜମହଲ ବନ୍ଦ ହେବା ଘଟଣା ଏକ ବହୁତ ବଡ଼ ଘଟଣା ଭାବେ ପରିଗଣତି ହେଉଥିଲା। ୧୯୭୮ ମସିହାରେ ମଧ୍ୟ ବନ୍ୟା ସମୟରେ ବନ୍ଦ ହୋଇଥିଲା ବୋଲି ସେ କହିଥିଲେ।

About the Author