ଦୀପାବଳିରେ କେବଳ ୨ ଘଣ୍ଟା ହିଁ ବାଣ ଫୁଟାଇ ପାରିବେ ଏହି ରାଜ୍ୟବାସୀ
Advertisement
Article Detail0/zeeodisha/odisha590007

ଦୀପାବଳିରେ କେବଳ ୨ ଘଣ୍ଟା ହିଁ ବାଣ ଫୁଟାଇ ପାରିବେ ଏହି ରାଜ୍ୟବାସୀ

ଦେଶସାରା ଧୁମଧାମରେ ପାଳନ କରାଯାଉଛି ପବିତ୍ର ଦୀପାବଳି ଉତ୍ସବ । ଦେଶର ବିଭିନ୍ନ ଭାଗରୁ ଏହାର ଭିନ୍ନ ଭିନ୍ନ ଛବି ମଧ୍ୟ ଆମ ପାଖକୁ ଆସୁଛି ।  ଚଳିତ ଦୀପାବଳିରେ ପରିବେଶ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଉଛି । ଦୀପାବଳି ଅବସରରେ ବାଣ ଫୁଟାଇବା ଦ୍ୱାରା ଧୂଆରୁ ପରିବେଶ ପ୍ରଦୂଷଣ ହେଉଛି । ତେଣୁ ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଲୋକେ ଦୀପାବଳି ପାଳନ କରୁଥିବାର ଦେଖାଯାଉଛି । 

  • ଦେଶସାରା ଧୁମଧାମରେ ପାଳନ କରାଯାଉଛି ପବିତ୍ର ଦୀପାବଳି ଉତ୍ସବ 
    ଚଳିତ ଦୀପାବଳିରେ ପରିବେଶ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଉଛି 
    ତାମିଲନାଡୁରେ ବାଣ ଫୁଟାଇବା ଉପରେ କିଛି ଖାସ ସମୟ ନିର୍ଦ୍ଧାରିତ କରାଯାଇଛି 

Trending Photos

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ଚେନ୍ନାଇ: ଦେଶସାରା ଧୁମଧାମରେ ପାଳନ କରାଯାଉଛି ପବିତ୍ର ଦୀପାବଳି ଉତ୍ସବ । ଦେଶର ବିଭିନ୍ନ ଭାଗରୁ ଏହାର ଭିନ୍ନ ଭିନ୍ନ ଛବି ମଧ୍ୟ ଆମ ପାଖକୁ ଆସୁଛି ।  ଚଳିତ ଦୀପାବଳିରେ ପରିବେଶ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଉଛି । ଦୀପାବଳି ଅବସରରେ ବାଣ ଫୁଟାଇବା ଦ୍ୱାରା ଧୂଆରୁ ପରିବେଶ ପ୍ରଦୂଷଣ ହେଉଛି । ତେଣୁ ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଲୋକେ ଦୀପାବଳି ପାଳନ କରୁଥିବାର ଦେଖାଯାଉଛି । 

ଚଳିତ ଦୀପାବଳିରେ ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ସରକାର ଓ ପ୍ରଶାସନ ମଧ୍ୟ କିଛି ଦିଶା ନିର୍ଦ୍ଦେଶ ଜାରି କରିଛି । ତାମିଲନାଡୁରେ ବାଣ ଫୁଟାଇବା ଉପରେ କିଛି ଖାସ ସମୟ ନିର୍ଦ୍ଧାରିତ କରାଯାଇଛି । ଯାହାକୁ ଧ୍ୟାନରେ ରଖି ଲୋକଙ୍କୁ ବାଣ ଫୁଟାଇବାକୁ ଅନୁରୋଧ କରାଯାଇଛି । ରବିବାର ତାମିଲନାଡୁର ଜନତା ସକାଳେ ବାଣ ଫୁଟାଇଛନ୍ତି । ଅନ୍ୟପକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦୀପାବଳି ହାର୍ଦ୍ଦିଶ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । 

ତାମିଲନାଡୁର ରାଜ୍ୟ ସରକାର ଦୀପାବଳୀ ଅବସରରେ ବାଣ ଫୁଟାଇବା ପାଇଁ ନିର୍ଦ୍ଧାରିତ ସମୟ ସ୍ଥିର କରିଛି । ଯାହା ଅନୁସାରେ ସକାଳ ଓ ସନ୍ଧ୍ୟାରେ ଗୋଟିଏ ଗୋଟିଏ ଘଣ୍ଟାର ସମୟ ବାଣ ଫୁଟାଇବା ପାଇଁ ରଖାଯାଇଛି ।  ନିୟମ ଅନୁସାରେ, ଦୀପାବଳି ଦିନ ସକାଳ ୬ଟାରୁ ୭ଟା ଓ ସନ୍ଧ୍ୟା ୭ରୁ ୮ଟା ଯାଏ ବାଣ ଫୁଟାଇବାର ଅନୁମତି ରହିଛି । ଏହି ନିୟମ ଅନ୍ତର୍ଗତ ରବିବାର ସକାଳୁ ସକାଳୁ ଚେନ୍ନାଇରେ ବାଣ ଫୁଟାଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଠାରେ କହି ରଖୁଛୁ ଯେ ପ୍ରଦୂଷଣକୁ ଧ୍ୟାନରେ ରଖି ଦୀପାବଳି ଅବସରରେ ଏପରି କିଛି ନିୟମ କରାଯାଇଛି । ଲୋକ ମଧ୍ୟ ନିୟମ ପାଳନ କରୁଛନ୍ତି ଓ ଆନନ୍ଦର ସହ ଦୀପାବଳି ଉତ୍ସବ ପାଳନ କରୁଛନ୍ତି । 

;