ଦୋକାନଗୁଡ଼ିକୁ ଦିନ ୧୦.୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଫଳରେ ଚେନ୍ନାଇର ଦୋକାନୀମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରିଛନ୍ତି ।
Trending Photos
ଚେନ୍ନାଇ: ଏବେ ଲକଡାଉନ୍ ୩.o ଜାରିରହିଛି । ଆଉ ଏହାରି ଭିତରେ କିଛି ଲକଡାଉନ୍ କଟକଣା କୋହଲ କରିଛନ୍ତି ତାମିଲନାଡ଼ୁ ସରକାର । ଆଜି ଚେନ୍ନାଇରେ ଚା' ଦୋକାନ, କପଡ଼ା ଦୋକାନ, ହାର୍ଡୱେର ଷ୍ଟୋର ଏବଂ ଖୋଲାସ୍ଥାନରେ ଏକାକୀ ଥିବା ପଡ଼ୋଶୀ ଦୋକାନ ଖୋଲିଛି । ସାମାଜିକ ଦୂରତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି ।
Tamil Nadu: Tea stalls, cloth stores, hardware stores & other standalone shops re-open in Chennai amid #CoronavirusLockdown.
Standalone & neighbourhood shops can function from 10:30 AM to 6 PM in Chennai, according to a state govt order. pic.twitter.com/dTv3XAK0QW
— ANI (@ANI) May 11, 2020
ପଡୋଶୀ ଦୋକାନ ଏବଂ ଖୋଲାସ୍ଥାନରେ ଏକାକୀ ଥିବା ଦୋକାନଗୁଡ଼ିକୁ ଦିନ ୧୦.୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଫଳରେ ଚେନ୍ନାଇର ଦୋକାନୀମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରିଛନ୍ତି ।
କହିରଖୁଛୁ, ତାମିଲନାଡ଼ୁରେ ଏପର୍ଯ୍ୟନ୍ତ ୭୨୦୪ଟି ମାମଲା ସାମ୍ନାକୁ ଆସିଛି । ସେହିପରି ୪୭ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ ।