ବାରବାଟୀରେ ବିରାଟ ବିଜୟ, ଟିମ ଇଣ୍ଡିଆର ସିରିଜ ଦଖଲ
trendingNow,recommendedStories0/zeeodisha/odisha613980

ବାରବାଟୀରେ ବିରାଟ ବିଜୟ, ଟିମ ଇଣ୍ଡିଆର ସିରିଜ ଦଖଲ

ସୁପର ସଣ୍ଡେରେ ସୁପର ସୋ । ବାରବାଟୀରେ ବିରାଟ ବାହିନୀର ବିରାଟ 'ସୋ' । ନିର୍ଣ୍ଣାୟକ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ହରାଇ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ସିରିଜକୁ ୨-୧ରେ କବଜା କରିଛି ଭାରତ । 

 ବାରବାଟୀରେ ବିରାଟ ବିଜୟ, ଟିମ ଇଣ୍ଡିଆର ସିରିଜ ଦଖଲ

କଟକ: ସୁପର ସଣ୍ଡେରେ ସୁପର ସୋ । ବାରବାଟୀରେ ବିରାଟ ବାହିନୀର ବିରାଟ 'ସୋ' । ନିର୍ଣ୍ଣାୟକ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ହରାଇ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ସିରିଜକୁ ୨-୧ରେ କବଜା କରିଛି ଭାରତ । 

ବାରବାଟୀରେ ୩୧୬ ରନର ଟାର୍ଗେଟକୁ ଦଳ ୬ ୱିକେଟ୍ ହରାଇ ହାସଲ କରିଛି । ଦଳ ପାଇଁ ହିରୋ ସାଜିଛନ୍ତି ଅଧିନାୟକ କୋହଲି । ସେ ସର୍ବାଧିକ ୮୫ ରନର ସୁନ୍ଦର ଇନିଂସ ଖେଳିଛନ୍ତି । ଭାରତ ପ୍ରଥମରୁ ଲଢୁଆ ଆରମ୍ଭ କରିଥିଲା । ୧୨୨ ରନରେ ଦଳର ପ୍ରଥମେ ୱିକେଟ୍ ଭାବେ ପ୍ୟାଭିଲିଅନ୍ ଫେରିଥିଲେ ରୋହିତ ଶର୍ମା । ସେ ୬୩ ରନ୍ କରିଥିବା ବେଳେ ରାହୁଲ କରିଥିଲେ ୭୭ ରନ୍ । ପନ୍ତ ୭, ଆୟାର ୭ ଓ କେଦାର ଯାଦବ ୯ ରନରେ ଆଉଟ୍ ହେବା ପରେ ୨୨୮ ରନରେ ୫ ୱିକେଟ ହରାଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ତେବେ ଷଷ୍ଠ ୱିକେଟରେ ୫୮ ରନ୍ ଯୋଡ଼ିଥିଲେ ଜାଡେଜା ଓ କୋହଲି । ତେବେ, କୋହଲିଙ୍କ ଆଉଟ୍ ପରେ ଜାଡେଜା ଓ ଶାର୍ଦୁଳ ଦଳକୁ ବିଜୟୀ କରାଇଥିଲେ । ଜାଡେଜା ୩୯ ରନ୍ ଓ ଠାକୁର ଅପରାଜିତ ୧୭ ରନ୍ କରି ଦଳକୁ ବିଜୟୀ କରାଇଛନ୍ତି ।  

ସେପଟେ, ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୩୧୫ ରନ୍ କରିଥିଲା ୱେଷ୍ଟଇଣ୍ଡିଜ୍ । ବିସ୍ଫୋରକ ଇନିଂସ ଖେଳିଥିଲେ ପୋଲାର୍ଡ ଓ ପୁରନ୍ । ପୋଲାର୍ଡ ୫୧ ବଲରୁ ୭୪ ରନ୍ କରିଥିବା ବେଳେ ୬୪ ବଲରୁ ୮୯ ରନ୍ କରିଥିଲେ ପୁରନ୍ । ଅନ୍ୟମାନଙ୍କ ମଧ୍ୟରେ ସାଇ ହୋପ୍ ୪୨, ରୋଷ୍ଟନ ଚେଜ୍ ୩୮ କରିଥିଲେ । ଭାରତ ପକ୍ଷରୁ ନବଦୀପ ସାଇନିଙ୍କୁ ସର୍ବାଧିକ ୨ଟି ୱିକେଟ୍ ମିଳିଥିଲା ।  ଶେଷରେ ଭାରତର ରୋହିତ ଶର୍ମାଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ବିବେଚିତ କରାଯାଇଥିବା ବେଳେ ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Trending news