close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିଜେପି-ଜେଜେପି ମେଣ୍ଟରେ ଅସନ୍ତୁଷ୍ଟ ତେଜ ବାହାଦୁର, ଛାଡିଲେ ଦଳ

ଚଳିତ ହରିୟାଣା ବିଧାନସଭା ନିର୍ବାଚନରେ ଦେଖା ଦେଇଛି ତ୍ରିଶଙ୍କୁ ପରିମାଣା । ଯାହା ପରେ ବିଜେପି ଓ ଜନନାୟକ ଜନତା ପାର୍ଟି(ଜେଜେପି) ମିଶି ରାଜ୍ୟରେ ସରକାର ଗଢିବାର ଘୋଷଣା କରିଛି । ଏହାକୁ ବିରୋଧ କରି ଜେଜେପି ନେତା ତଥା ବିଏସଏଫର ପୂର୍ବତନ ଯବାନ ତେଜ ବାହାଦୁର ଦଳ ଛାଡିବାର ନିଷ୍ପତ୍ତି ନେଇଛନ୍ତି ।    

ବିଜେପି-ଜେଜେପି ମେଣ୍ଟରେ ଅସନ୍ତୁଷ୍ଟ ତେଜ ବାହାଦୁର, ଛାଡିଲେ ଦଳ
Tej Bahadur Yadav

ନୂଆଦିଲ୍ଲୀ: ଚଳିତ ହରିୟାଣା ବିଧାନସଭା ନିର୍ବାଚନରେ ଦେଖା ଦେଇଛି ତ୍ରିଶଙ୍କୁ ପରିମାଣା । ଯାହା ପରେ ବିଜେପି ଓ ଜନନାୟକ ଜନତା ପାର୍ଟି(ଜେଜେପି) ମିଶି ରାଜ୍ୟରେ ସରକାର ଗଢିବାର ଘୋଷଣା କରିଛି । ଏହାକୁ ବିରୋଧ କରି ଜେଜେପି ନେତା ତଥା ବିଏସଏଫର ପୂର୍ବତନ ଯବାନ ତେଜ ବାହାଦୁର ଦଳ ଛାଡିବାର ନିଷ୍ପତ୍ତି ନେଇଛନ୍ତି ।    

ହରିୟାଣା ବିଧାନସଭା ନିର୍ବାଚନର ଠିକ କିଛି ସମୟ ପୂର୍ବରୁ ଜେଜେପିରେ ସାମିଲ ହୋଇଥିଲେ । ସେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ କରନାଲ ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ଅବଶ୍ୟ ଏହି ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।    

ଦଳ ଛାଡିବା ପରେ ସେ କହିଛନ୍ତି ଯେ ହରିୟାଣାର ଜନତାଙ୍କୁ ଧୋକା ଦେଇଛି ଜେଜେପି । ଦଳକୁ ବିରୋଧୀ ଆସନରେ ବସିବାର ଆବଶ୍ୟକତା ଥିଲା । ଯେତେବେଳେ ବିଜେପି ସ୍ୱାଧୀନ ବିଧାୟକଙ୍କ ସହ ମିଶି ରାଜ୍ୟରେ ସରକାର ଗଢୁଥିଲା, ସେହି ସମୟରେ ଜେଜେପି ଆସି ସେମାନଙ୍କ ସହ ମେଣ୍ଟ କରିଛି । ଯାହା ରାଜ୍ୟର ଜନତା ସହ ଏକ ପ୍ରକାରର ଧୋକା କହିଲେ ଅତୁକ୍ତି ହେବ ନାହିଁ । ଏହି ମେଣ୍ଟ ଠିକ ନୁହଁ ବୋଲି ସେ କହିଛନ୍ତି ।    

ବିଏସଏଫରୁ ବହିଷ୍କୃତ ଯବାନ ଆହୁରି କହିଛନ୍ତି ଯେ, ବିଜେପି ଓ ଜେଜେପି ଗୋଟିଏ ମାଳାର ଦୁଇଟି ଫୁଲ । ବିଜେପିର ଝିଅ ହେଉଛି ଜେଜେପି । ଯାହା ଜନତାଙ୍କ ସାମ୍ନାରେ ଆସି ଯାଇଛି । ଏପରି କିଛି ହେବ, ତାହା ମୁଁ ଅନୁମାନ କରି ନେଇଥିଲି । ଯେତେବେଳେ ମୁଁ ଝାନ୍ସି ଜେଲରେ ବନ୍ଦ ଥିଲି, ସେହି ସମୟରେ ଦଳ ତରଫରୁ କୌଣସି ବୟାନ ମଧ୍ୟ ଆସି ନଥିଲା ବୋଲି ତେଜ ବାହାଦୂର କହିଛନ୍ତି ।    

ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟର ୯୦ ଆସନରୁ ବିଜେପିକୁ ୪୦ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଅନ୍ୟପକ୍ଷେ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସ ପ୍ରଦର୍ଶନ କରି ୩୧ଟି ଆସନ ଜିତି ନେଇଥିଲା । ସେହିପରି ହରିୟାଣା ରାଜନୀତିରେ ନୂଆ ଦଳ ଜେଜେପି କିଙ୍ଗ ମେକର ଭାବେ ପ୍ରଦର୍ଶନ କରି ୧୦ଟି ଆସନରେ ଜିତିବାରେ ସଫଳ ନେଇଥିଲା ।  ଏହା ବ୍ୟତୀତ ଅନ୍ୟାନ୍ୟ ୯ଟି ଆସନରେ ବିଜୟ ଲାଭ କରିଥିଲେ ।