ବାହାଘରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ ! ପୀଡିତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ଭେଟିନାହାଁନ୍ତି KCR
Advertisement

ବାହାଘରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ ! ପୀଡିତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ଭେଟିନାହାଁନ୍ତି KCR

ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ରାଜରାସ୍ତାରୁ ସଂସଦ, ସବୁଠି ଉଦବେଗ ପ୍ରକାଶ ପାଇଛି । ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେ। ଚନ୍ଦ୍ରଶେଖର ରାଓ ପୀଡିତାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇନାହାଁନ୍ତି । ଏହି ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇନାହାଁନ୍ତି KCR। ଯାହାକୁ ନେଇ ସୋସିଆଲ ମିଡିଆରେ କଡା ସମାଲୋଚନା କରାଯାଉଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ରାଜରାସ୍ତାରୁ ସଂସଦ, ସବୁଠି ଉଦବେଗ ପ୍ରକାଶ ପାଇଛି । ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେ। ଚନ୍ଦ୍ରଶେଖର ରାଓ ପୀଡିତାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇନାହାଁନ୍ତି । ଏହି ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇନାହାଁନ୍ତି KCR। ଯାହାକୁ ନେଇ ସୋସିଆଲ ମିଡିଆରେ କଡା ସମାଲୋଚନା କରାଯାଉଛି । 

ଦିଶା(ଛଦ୍ମନାମ)ଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ନେଇ ଏବେ ଉଠୁଛି ପଡୁଛି ସମଗ୍ର ଦେଶ । ଦୁଷ୍କର୍ମକାରୀକୁ ଫାଶୀ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ପୀଡିତାଙ୍କ ପରିବାର ବର୍ଗଙ୍କୁ ସମସ୍ତେ ସମବେଦନା ଜଣାଉଛନ୍ତି । ତେଲେଙ୍ଗାନା ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିଶନ ରେଡ୍ଡୀ ପୀଡିତାଙ୍କ ପରିବାରକୁ ଭେଟି ସାରିଛନ୍ତି । ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ପରିବାରକୁ ନ ଭେଟିବା ଘଟଣା ସାଧାରଣରେ ହଜମ ହେଉନି । କେବଳ ଫାଷ୍ଟ୍ରଟ୍ରାକ କୋର୍ଟରେ ଦିଶା ମାମଲାର ବିଚାର ହେବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଥିଲା । 

 

ଏହି ମାମଲାକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ପ୍ରଶ୍ନ କରାଯାଇଥିଲା । ତେବେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଦୂରେଇ ରହିଥିଲେ । ଅନ୍ୟପଟେ କେସିଆର ଆଜି ଦିଲ୍ଲୀରେ ଏକ ହାଇ ପ୍ରୋଫାଇଲ ବାହାଘରେ ଯୋଗ ଦେବେ ବୋଲି ଜଣାପଡିଛି । ଜଣେ ଦଳୀୟ ବିଧାୟକଙ୍କ ବାହାଘର ଉତ୍ସବରେ ସାମିଲ ହୋଇପାରନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଦପ୍ତରରୁ ଏନେଇ ବୟାନ ଜାରି କରାଯିବା ପରେ ସୋସିଆଲ ମିଡିଆରେ କେସିଆରଙ୍କୁ କଡା ସମାଲୋଚନା କରାଯାଉଛି । 

ତେବେ ଚାଟାର୍ଡ ପ୍ଲେନରେ ଦିଲ୍ଲୀ ପହଞ୍ଚିଛନ୍ତି କେସିଆର । ଏହି ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି । 

ଆହୁରି ପଢନ୍ତୁ; ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ପୋଲିସ ଜାରି କଲା ୧୪ଟି ଟିପ୍ସ, ଟିପ୍ସ ଦେଖି ତାତିଲେ ମହିଳା