ଆଜିଠୁ ମହଙ୍ଗା ହେଲା ମୋବାଇଲ୍ ସେବା, ଆଉ କରିପାରିବେନି ଶସ୍ତା କଲ୍

ମହଙ୍ଗା ହେଲା ମୋବାଇଲ୍ ଫୋନ୍ ସେବା । ଭୋଡ଼ାଫୋନ୍, ଆଇଡିଆ ଏବଂ ଏୟାରଟେଲର ଟେଲିକମ୍ ସେବାରେ ୪୦ରୁ ୫୦% ଯାଏଁ ଦର ବୃଦ୍ଧି  ।  ଭୋଡ଼ାଫୋନ୍-ଆଇଡିଆ କେବଳ ଅନଲିମିଟେଡ୍ ଡାଟା ଏବଂ କଲିଂ ସୁବିଧା ବାଲା ପ୍ରିପେଡ୍ ପ୍ଲାନ୍ ବଢ଼ାଇ ଦେଇଛନ୍ତି । ଏୟାରଟେଲ୍ ଲିମିଟେଡ୍ ଡାଟା ଏବଂ କଲିଂ ବାଲା ପ୍ଲାନ୍ ଶୁଳ୍କରେ ମଧ୍ୟ ସଂଶୋଧନ କରିଛି ।   

ଆଜିଠୁ ମହଙ୍ଗା ହେଲା ମୋବାଇଲ୍ ସେବା, ଆଉ କରିପାରିବେନି ଶସ୍ତା କଲ୍
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଭୋଡାଫେନ୍-ଆଇଡିଆ ଏବଂ ଏୟାରଟେଲର ପ୍ରିପେଡ୍ ବ୍ୟବହାରକାରୀଙ୍କ ଉପରେ  ଆଜିଠାରୁ ବଢିଲା ଅତିରିକ୍ତ ବୋଝ । ଏହି ଦୁଇ କମ୍ପାନୀ ପ୍ରିପେଡ୍ ମୋବାଇଲ୍  ଦର ୫୦ ପ୍ରତିଶତ ବଢ଼ାଇବାକୁ ରବିବାର ଦିନ ଘୋଷଣା କରିଥିଲେ । ଯାହା ଗତ ୪ ବର୍ଷ ମଧ୍ୟରେ ପ୍ରଥମ ବୃଦ୍ଧି । ଟେଲିକମ୍ ଅପରେଟର୍ସ ଡିସେମ୍ୱର ଆରମ୍ଭରେ ଦର ବଢ଼ାଇବାକୁ ଆଗରୁ ଘୋଷଣା କରିଥିଲେ ।  ଏହି ଦୁଇ କମ୍ପାନୀ ରବିବାର ଦିନ  ଅଲଗା ଅଲଗା ବୟାନ ଜାରି କରିବା ସହ ବିଭିନ୍ନ ପ୍ଲାନର ଦର ବଢ଼ିବା ନେଇ ସୂଚନା ଦେଇଛନ୍ତି ।

ଭୋଡାଫେନ୍-ଆଇଡିଆ  ବର୍ଷିକ ପ୍ଲାନରେ ୪୧.୨ ପ୍ରତିଶତ ବୃଦ୍ଧି କରିଛନ୍ତି 

ଭୋଡାଫେନ୍-ଆଇଡିଆ କେବଳ ଡାଟା ଏବଂ କଲିଂ ସୁବିଧା ବାଲା ପ୍ରିପେଡ୍ ପ୍ଲାନର ଦର ବଢ଼ାଇଛନ୍ତି । ଏୟାରଟେଲ୍ ଲିମିଟେଡ୍ ଡାଟା ଏବଂ କଲିଂ ବାଲା ପ୍ଲାନର ଶୁଳ୍କରେ ମଧ୍ୟ ସଂଶୋଧନ କରିଛି । ତାର ଏହି ପ୍ଲାନର ଦର ୧, ୬୯୯ ଟଙ୍କା ରୁ ୨, ୩୯୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

୧୯୯ ଟଙ୍କା ବାଲା ପ୍ଲାନ ଏବେ ୨୪୯ ଟଙ୍କାକୁ ବୃଦ୍ଧି

ଏହିପରି ଭାବେ ପ୍ରତ୍ୟେକ ଦିନ ୧.୫ ଡେଟା ସହ ୮୪ ଦିନ ବୈଦଧତା ବାଲା ପ୍ଲାନ ପାଇଁ ୪୫୮ ଟଙ୍କାରୁ ୩୧ ପ୍ରତିଶତ ବଢ଼ି  ୫୯୯ ଟଙ୍କା ହୋଇଯାଇଛି । କମ୍ପାନୀର ୧୯୯ ଟଙ୍କା ବାଲା ପ୍ଲାନ ଏବେ ୨୪୯ ଟଙ୍କା ହୋଇଯିବ ।  କମ୍ପାନୀ ଏହା ସହ ଅନ୍ୟ ନେଟୱର୍କ ଉପରେ ଆଉଟଗୋଇଂ କଲ୍ କରିବା ପାଇଁ ୬ ପଇସା ପ୍ରତି ମିନିଟ୍ ଦର ହିସାବରେ ଶୁଳ୍କ ଲଗାଇବାକୁ ଘୋଷଣା କରାଯାଇଛି ।

ଏୟାରଟେଲ୍: ଏୟାରଟେଲ୍ ବର୍ଷିକ ପ୍ଲାନରେ ୪୧.୪ ପ୍ରତିଶତ ବଢ଼ି କରି ୧,  ୬୯୯ ଟଙ୍କା ବଦଳରେ ୨,୩୯୮ ଟଙ୍କା ହୋଇଯାଇଛି । କମ୍ପାନୀର ସୀମିତ ଡାଟା ବାଲା ପ୍ଲାନ ୯୯୮ ଟଙ୍କା ବଦଳରେ ୩ ତାରିଖରୁ ୧, ୪୯୮ ଟଙ୍କା ହୋଇଯାଇଛି ।  ଏହି ପ୍ଲାନ ଦରରେ ୫୦.୧୦ ପ୍ରତିଶତ ବୃଦ୍ଧି ହୋଇଛି ।

m

୮୨ଦିନ ବୈଧତା ବାଲା ପ୍ଲାନ ଦରରେ ୩୩.୪୮ ପ୍ରତିଶତ ମହଙ୍ଗା ଏୟାରଟେଲ୍

ସେହିପରି ଏୟାରଟେଲ୍  ୮୨ ଦିନ ବୈଧତା ସହ ଅନଲିମିଟେଡ୍  ବାଲା ଡାଟା ପ୍ଲାନ୍ ସହ ୪୯୯ ଟଙ୍କାରୁ ୩୯.୮୭ ପ୍ରତିଶତ ବଢ଼ି ୬୯୮ ଟଙ୍କା ଏବଂ ସୀମିତ ଡାଟା କରିଦିଆଯାଇଛି ।  କମ୍ପାନୀ ୮୨ ଦିନର ବୈଧତା ବାଲା ପ୍ଲାନର ଦର ୩୩.୪୮ ପ୍ରତିଶତ ମହଙ୍ଗା ହୋଇଯାଇଛି । ଏହାର ଦର ଏବେ ୪୪୮ ଟଙ୍କାରୁ ବଢ଼ି ୫୯୮ ଟଙ୍କା ହୋଇଯାଇଛି । ଏହି ଦୁଇ ପ୍ଲାନର ବୈଧତା ୮୨ ଦିନ ବଦଳରେ  ୮୪ଦିନ ହେବ । କମ୍ପାନୀ ୨୮ଦିନର ବୈଧତା ବାଲା ବିଭିନ୍ନ ପ୍ଲାନର ଦରରେ ୧୪ଟଙ୍କାରୁ  ୭୯ ଟଙ୍କା ଯାଏଁ ବୃଦ୍ଧି ହୋଇଛି ।

ରିଲାଇନ୍ସ ପରି ଜିଓ ଡିସେମ୍ୱର ୬ରେ ଦାମ୍ ବଢ଼ାଇବାକୁ କରିଛି ଘୋଷଣା

ରିଲାଇନ୍ସ ଜିଓ ମୋବାଇଲ୍ ସେବାର ଦରରେ ୬ ଡିସେମ୍ୱରରୁ ୪୦ ପ୍ରତିଶତ ବଢ଼ାଇବାକୁ ଘୋଷଣା କରିଛି । କମ୍ପାନୀ ତାର ବୟାନରେ କହିଛି ଉପଭୋକ୍ତା ତାଙ୍କ ସିଦ୍ଧାନ୍ତରେ ରହିଛନ୍ତି, ସେଥିପାଇଁ  କମ୍ପାନୀ ୪୦ ପ୍ରତିଶତ ଯାଏଁ ଦର ବୃଦ୍ଧି ସହ  ଅଧିକ  ୩୦୦ ପ୍ରତିଶତ ଲାଭ ପ୍ରଦାନ କରିବ ।  ସେହିପରି ଭାବେ ୮୪ ଦିନ ପାଇଁ ଜିଓ ପ୍ଲାନ୍ ୩୯୯ ଟଙ୍କା ବଦଳରେ ୪୪୮ ଟଙ୍କାକୁ ବୃଦ୍ଧି ହୋଇଛି ।  ସେହିପରି ଦୁଇ ପ୍ଲାନ ପାଇଁ ଜିଓ ୧୬୯୯ ଟଙ୍କା ପ୍ଲାନରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଆହୁରି ପଢନ୍ତୁ; 'ମନରେଗା'ରୁ ମହାଭାରତ: YSRCP ଏବଂ TDP ମଧ୍ୟରେ ଗଣ୍ଡଗୋଳ, ୧୦ ଗୁରୁତର