close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜାଣନ୍ତୁ, କିଭଳି ବାହା ହୋଇକି ମଧ୍ୟ ବ୍ରହ୍ମଚାରୀ ଥିଲେ ହନୁମାନ

 ଆନ୍ଧ୍ରପ୍ରଦେଶ ର ଖମନ ଜିଲାରେ ଏକ ମନ୍ଦିର ରେ ପ୍ରଭୁ ହନୁମାନ ଙ୍କ ସହିତ ତାଙ୍କ ପତ୍ନୀ ସୁବର୍ଚଳାଙ୍କ ସହ ପୂଜା ପାଇଥାନ୍ତି , ଯାହାକୁ ଦେଖିବାକୁ ହଜାର ହାଜର ସଂଖ୍ୟାରେ ଭକ୍ତ ସେଠାରେ ଭିଡ ଲଗାଇଥାନ୍ତି I

ଜାଣନ୍ତୁ, କିଭଳି ବାହା ହୋଇକି ମଧ୍ୟ ବ୍ରହ୍ମଚାରୀ ଥିଲେ ହନୁମାନ

ସ୍ୱାଗତ ରଞ୍ଜନ ପ୍ରଧାନ, ଭୁବନେଶ୍ୱର: ସବୁ ସଙ୍କଟକୁ ମୋଚନ କରନ୍ତି ବୋଲି ତାଙ୍କୁ ସଙ୍କଟମୋଚନ କୁହାଯାଏ I ତେବେ ଆମେ ସମସ୍ତେ ଜାଣିଛେ  ଯେ ହନୁମାନ ବିବାହ କରିନାହାନ୍ତି ସେ ବ୍ରହ୍ମଚର୍ଯ୍ୟ ଅଟନ୍ତି I କିନ୍ତୁ ସଂସାର ର ହିତ ପାଇଁ ପ୍ରଭୁ ହନୁମାନ ମଧ୍ୟ ବିବାହ କରିଥିଲେ I ହଁ ଆଜ୍ଞା ଆପଣ ମାନଙ୍କୁ ଏହି କଥା ବିଶ୍ୱାସ ଲାଗୁ ନଥାଇପାରେ ହେଲେ ଏହି କଥା ସମ୍ପୂର୍ଣ୍ଣ ସତ୍ୟ I ତେବେ ଆସନ୍ତୁ ଜାଣିବା କେମିତି ଓ କିପରି ବିବାହ କରିଥିଲେ ପ୍ରଭୁ ହନୁମାନ I

 ଆନ୍ଧ୍ରପ୍ରଦେଶ ର ଖମନ ଜିଲାରେ ଏକ ମନ୍ଦିର ରେ ପ୍ରଭୁ ହନୁମାନ ଙ୍କ ସହିତ ତାଙ୍କ ପତ୍ନୀ ସୁବର୍ଚଳାଙ୍କ ସହ ପୂଜା ପାଇଥାନ୍ତି , ଯାହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତ ସେଠାରେ ଭିଡ ଲଗାଇଥାନ୍ତି I ଲୋକକଥା ରହିଛି ଯେଉଁ ଦମ୍ପତିଙ୍କ ବୈବାହିକ ଜୀବନରେ ସବୁବେଳେ କଳହ ଲାଗି ରହିଥାଏ ସେହି ଦମ୍ପତି ଏଠାରେ ଆସି ପ୍ରଭୁଙ୍କ ଏହି ଗୃହସ୍ଥି ରୂପକୁ ଦର୍ଶନ କଲେ ଦାମ୍ପତ୍ୟ ଜୀବନରେ ସୁଖରେ କଟିଥାଏ I 

କଣ ପାଇଁ  ବିବାହ କରିଥିଲେ ପ୍ରଭୁ ହନୁମାନ

ସୂର୍ଯ୍ୟଦେବ ଥିଲେ ହନୁମାନଙ୍କ ଗୁରୁ ଏବଂ ହନୁମାନ ମଧ୍ୟ ସୂର୍ଯ୍ୟଦେବଙ୍କୁ ନିଜର ଗୁରୁ ବୋଲି ମାନି ତାଙ୍କଠାରୁ ବିଭିନ୍ନ ବିଦ୍ୟାଲାଭ କରୁଥିଲେ । ସୂର୍ଯ୍ୟଦେବ ସଦାସର୍ବଦା ପରିକ୍ରମା କରୁଥିବା ହେତୁ ହନୁମାନ ମଧ୍ୟ ସୂର୍ଯ୍ୟଦେବଙ୍କ ରଥ ସହ ପରିକ୍ରମା କରିବାକୁ ପଡୁଥିଲା । ତେବେ ଏଭଳି ଦିନେ ଶିକ୍ଷା ଦାନ ପ୍ରଦାନ କରୁ କରୁ ଗୁରୁ ସୂର୍ଯ୍ୟଦେବଙ୍କ ସମ୍ମୁଖରେ ଏକ ଧର୍ମ ସଙ୍କଟ ସୃଷ୍ଟି ହେଲା , ହନୁମାନଙ୍କୁ ସୂର୍ଯ୍ୟଦେବ ୯ପ୍ରକାରର ବିଦ୍ୟା ଉପରେ ଶିକ୍ଷା ଲାଭ ଦେବାକୁ ଥିବା ବେଳେ ୫ ପ୍ରକାର ବିଦ୍ୟା ଶିକ୍ଷା ପରେ ସୂର୍ଯ୍ୟ ଦେବ ଏକ ବଡ ଧର୍ମ ସଙ୍କଟରେ ପଡିଲେ ଆଉ ବଳକା ଶିକ୍ଷା କେବଳ ଏକ ବିବାହିତ ବ୍ୟକ୍ତିଙ୍କୁ ହିଁ ଦିଆଯାଇ ପାରିବ ବୋଲି ନିୟମ ରହିଥିଲା ଏହି ନିୟମକୁ ଦୃଷ୍ଟିରେ ରଖି ସୂର୍ଯ୍ୟଦେବ କଣ କରିବେ ଚିନ୍ତା କଲେ ।

ଏପଟେ ଗୁରୁଙ୍କ ଠାରୁ ସମସ୍ତ ବିଦ୍ୟା ଶିକ୍ଷା ଲାଭ କରିବେ ବୋଲି ପ୍ରଭୁ ହନୁମାନ ମଧ୍ୟ ପଣ କରିଥିଲେ ହେଲେ ଗୁରୁ ସୂର୍ଯ୍ୟଦେବଙ୍କ ସମ୍ମୁଖରେ ନିୟମକୁ ଭାଙ୍ଗିବା ପାଇଁ ସାହାସ ହେଉନଥାଏ ଅନେକ ଦିଗ ଉପରେ ଚିନ୍ତା ପ୍ରକାଶ କରିବା ପରେ ଗୁରୁ ସୂର୍ଯ୍ୟଦେବ ଏକ ଉପାୟ ବିଷୟରେ ହନୁମାନଙ୍କୁ ଜଣାଇଲେ । ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ହନୁମାନଙ୍କୁ ପରାର୍ମଶ ଦେଲେ ଗୁରୁ ସୂର୍ଯ୍ୟ । ନିଜ ବିଦ୍ୟାକୁ ଶିଖିବା ପାଇଁ ହନୁମାନ ମଧ୍ୟ ବିବାହ କରିବାକୁ ରାଜି ହୋଇଗଲେ, ହେଲେ ଏବେ ପୁଣି ଏକ ସମସ୍ୟା ସୃଷ୍ଟି ହେଲା ହନୁମାନଙ୍କୁ ବିବାହ କିଏ କରିବ ?

ସୂର୍ଯ୍ୟଦେବ ଅନେକ ଭାବିବା ପରେ ପରମ ତପସ୍ୱୀଙ୍କ କନ୍ୟା ସୁବର୍ଚଳାଙ୍କ ସହ ହନୁମାନଙ୍କ ବିବାହ କରାଇବା ପାଇଁ ଠିକ କରାଇଲେ, ନିଜ ବିଦ୍ୟା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ହନୁମାନ ମଧ୍ୟ ଏଥିରେ ରାଜି ହୋଇଗଲେ ଓ ସୁବର୍ଚଳାଙ୍କ ସହ ବିବାହ କରିଥିଲେ । ବିବାହ କରିବା ପରେ ହନୁମାନ ବାକିଥିବା ବିଦ୍ୟା ହାସଲ କରି ଗୁରୁ ସୂର୍ଯ୍ୟଦେବଙ୍କ ଠାରୁ ବିଦାୟ ନେଇଥିଲେ ପତ୍ନୀ ସୁବର୍ଚଳା ମଧ୍ୟ ହନୁମାନଙ୍କ ଯିବା ପରେ ନିଜ ତପସ୍ୟାରେ ମଗ୍ନ ରହିଲେ । ଏହିଭଳି ଭାବେ ପ୍ରଭୁ ହନୁମାନ ବିବାହ କରିଥିଲେ ମଧ୍ୟ ସେ ଶାରୀରିକ ଭାବେ ଆଜୀବନ ବ୍ରହ୍ଣଚର୍ଯ୍ୟା ଧର୍ମକୁ ନିଜ  ଜୀବନର ବ୍ରତ କରିଥିଲେ ।