ଟେରାକୋଟା ଦେଇଛି ମହିଳାଙ୍କୁ ସମ୍ମାନ, ଚର୍ଚ୍ଚାରେ ହଳଧରପୁର ଗାଁ
Advertisement

ଟେରାକୋଟା ଦେଇଛି ମହିଳାଙ୍କୁ ସମ୍ମାନ, ଚର୍ଚ୍ଚାରେ ହଳଧରପୁର ଗାଁ

ଏହିଭଳି କିଛି ମହିଳା ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କୁ ରୋଜଗାର ବାଟ ଦେଖାଇପାରିଛନ୍ତି । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ହଳଧରପୁର ଗାଁର ମହିଳାଙ୍କ କଥା । 

ଟେରାକୋଟା ଦେଇଛି ମହିଳାଙ୍କୁ ସମ୍ମାନ, ଚର୍ଚ୍ଚାରେ ହଳଧରପୁର ଗାଁ

ହିମାଂଶୁ ଶେଖର ସାମଲ, କେନ୍ଦୁଝର: ଆଜିର ମହିଳା ମାନେ ପୁରୁଷଙ୍କ ଠାରୁ ବି କୌଣସି ଗୁଣରେ କମ ନୁହନ୍ତି । ବିଭିନ୍ନ କ୍ଷେତ୍ରରେ ମହିଳା ନିଜର ପାରଦର୍ଶିତା ଦେଖାଇପାରୁଛନ୍ତି । ତେବେ ଏହିଭଳି କିଛି ମହିଳା ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କୁ ରୋଜଗାର ବାଟ ଦେଖାଇପାରିଛନ୍ତି । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ହଳଧରପୁର ଗାଁର ମହିଳାଙ୍କ କଥା । ଟେରାକୋଟା କାମକରି ବେସ ଭଲ ରୋଜଗାର କରିବା ସହ ଗାଁର ସୁନାମ ବଢାଇପାରିଛନ୍ତି । 

fallbackଘଟଗାଁ ବ୍ଲକର  ଅନ୍ତର୍ଗତ ହଳଧରପୁର ଗାଁ ଟେରାକୋଟା କାର୍ଯ୍ୟ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରେ ବେଶ ପ୍ରସିଦ୍ଧି  ଲାଭ କରିଛି ।  ଗାଁର ମହିଳା  ଜୟ ହନୁମାନ ନାମକ ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରି ମାଟିରେ ତିଆରି  କରୁଛନ୍ତି  ବିଭିନ୍ନ ପ୍ରକାର  ଟେରାକୋଟା ସାମଗ୍ରୀ । ଏହି ସବୁ ଜିନିଷକୁ  ନିକଟସ୍ଥ ବଜାର ତଥା ହସ୍ତକଳା ପ୍ରଦର୍ଶନୀରେ ଷ୍ଟଲ ପକାଇ ବିକ୍ରି କରୁଛନ୍ତି । ପୂର୍ବରୁ କୂମ୍ଭକାର ଚକ ସାହାଯ୍ୟରେ ମାଟିର ଜିନିଷ ତିଆରି କରୁଥିଲେ । ଏବେ  ମହିଳାଙ୍କୁ ସରକାରୀ ପ୍ରୋତ୍ସାହନ ମଧ୍ୟାମରେ  ଅତ୍ୟାଧୁନିକ ମେସିନ ଯୋଗାଇ ଦିଆଯାଇଛି । ଯାହାଫଳରେ  ଅତି କମ ସମୟ ମଧ୍ୟରେ ଅଧିକ କାରୁକାର୍ଯ୍ୟ ଯୁକ୍ତ ଜିନିଷ ତିଆରି ହୋଇପାରୁଛି ।

ପୂର୍ବରୁ  କୁମ୍ଭକାର ପରିବାରର ଲୋକେ  ମାଟିରେ ହାଣ୍ଡି ମାଠିଆ ଗଢି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ଏହି ସବୁ ଜିନିଷର ଚାହିଦା କମିଯାଇଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡୁଛି ।  ଗାଁର ମହିଳା  ଟେରାକୋଟା କାମର ତାଲିମ ପାଇବା ପରେ ଏହାକୁ କୌଳିକ ବୃତ୍ତି ଭାବେ  ଆପଣାଇ ନେଇଛନ୍ତି । ସ୍ୱୟଂସହାୟକ ଗୋଷ୍ଠୀ ମହିଳା  ମାଟିରୁ   ଆକର୍ଷଣୀୟ  ଘରକରଣା ସାମଗ୍ରୀ ତିଆରି କରୁଛନ୍ତି । ଯାହା ବର୍ତ୍ତମାନ ଆଧୁନିକ ସଭ୍ୟ ସମାଜରେ ବେଶ ଗ୍ରହଣୀୟ ହୋଇ ପାରିଛି ।  ହଳଧରପୁର ଗାଁର  ମହିଳାଙ୍କ ଟେରାକୋଟା  ସାମଗ୍ରୀ   ଗାଁର ଖ୍ୟାତି  ବଢାଇବା ସହ ଅନ୍ୟମାନଙ୍କୁ ତାଲିମ ଦେଇ ରୋଜଗାରର ରାସ୍ତା  ଦେଖାଉଛନ୍ତି ।