Advertisement
Article Detail0/zeeodisha/odisha669234
Zee OdishaOther Newsପୁଲଓ୍ୱାମାରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଗୁରୁତର

ପୁଲଓ୍ୱାମାରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଗୁରୁତର

ପୁଲଓ୍ୱାମାରେ ପୁଣି ଆକ୍ରମଣ

ପୁଲଓ୍ୱାମାରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଗୁରୁତର

ଶ୍ରୀନଗର: ପୁଲଓ୍ୱାମାରେ ପୁଣି ଥରେ ଆତଙ୍କୀ ଆକ୍ରମଣ। ପୁଲଓ୍ୱାମାରେ ଥିବା ସିଆରପିଏଫ ଓ ପୋଲିସ କ୍ୟାମ୍ପ ଉପରକୁ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଆକ୍ରମଣ ପରେ ଯବାନ ଉକ୍ତ ଅଞ୍ଚଳରେ ଛାନଭିନକୁ ଜୋରଦାର କରିଛନ୍ତି,। 

ପୁଲଓ୍ୱାମା ଜିଲାର ପୋଲିସ ଅଧିକାରୀ କହିଛନ୍ତି କି, ଜଣେ ଯବାନ ଏହି ଆତଙ୍କୀ ଆକ୍ରମଣରେ ଗୁରୁତର ହୋଇ ପଡ଼ିଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲଓ୍ୱାମାର ନେହା ଅଞ୍ଚଳରେ ଆତଙ୍କବାଦୀ ମାନେ ପୋଲିସ କ୍ୟାମ୍ପ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ। ତେବେ ଯବାନ ଓ ପୋଲିସ ମାନେ ମଧ୍ୟ ଆତଙ୍କବାଦୀମାନଙ୍କୁ କଡ଼ା ଯବାବ ଦେଇଥିଲେ। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀରେ ରଖାଯାଇଛି। 

Add Zee News as a Preferred Source
About the Author