କାଶ୍ମୀର କୁଲଗାମ ଜିଲ୍ଲାରେ ପୋଲିସ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି |
Trending Photos
)
ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ପୋଲିସ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି | ଏ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି | ଏହି ଆକ୍ରମଣରେ ଜଣେ ସ୍ଥାନୀୟ ଲୋକ ଆହତକ ହୋଇଥିବାର ଖବର ମିଳିଛି | କାଶ୍ମୀର ଘାଟିରେ ଆତଙ୍କୀ ହମଲା ପରେ ସୁରକ୍ଷା ବଳ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି |
ଏନେଇ ପ୍ରତିକ୍ରିୟା ରଖି କାଶ୍ମୀର ଆଇଜିପି କହିଛନ୍ତି, କୁଲଗାମର ୟାରିପୋରା ଅଞ୍ଚଳରେ ଥିବା ପୋଲିସ ଥାନାର ଏସଏଚଓ, ପୋଲିସକର୍ମୀ ଏବଂ ପୋଲିସ ଗାଡିକୁ ଟାର୍ଗେଟ କରି ଗୁଳିମାଡ କରିଥିଲେ ଆତଙ୍କବାଦୀ | ଯାହାର ଜବାବ ଦେବାକୁ ଯାଇ କରାଯାଇଥିବା ପାଲଟା ଆକ୍ରମଣରେ ଜଣେ ଲୋକ ଆହତ ହୋଇଛି |
ଆହତ ହୋଇଥିବା ବ୍ୟକ୍ତିଙ୍କ ନାଁ ଇମତିୟାଜ ଅହମ୍ମଦ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି | ତାଙ୍କର ଛାତିରେ ଗୁଳି ବାଜିଛି | ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନନ୍ତନାଗ ସ୍ଥିତ ଜିଏସିକୁ ସ୍ଥାନାନ୍ତର କରାଯାଇଛି | କାଶ୍ମୀର ରେଞ୍ଜ ପୋଲିସ ଆଇଜି ବିଜୟ କୁମାର କହିଛନ୍ତି ଗାଡିରେ ଆସିଥିବା ଆତଙ୍କବାଦୀ ଏକ ବଜାରରେ ପୋଲିସ ପାର୍ଟି ଉପରେ ଗୁଳିମାଡ କରିଥିଲେ | ଏହାର ଜବାବ ଦେବାକୁ କରାଯାଇଥିବା ପାଲଟା ଆକ୍ରମଣରେ ଜଣେ ନାଗରିକ ଆହତ ହୋଇଛି |