କାଶ୍ମୀରର ତ୍ରାଲରେ ଦୋକାନୀଙ୍କୁ ହତ୍ୟା କଲେ ଆତଙ୍କୀ

ବୁଧବାର ପୁଣିଥରେ ଆତଙ୍କୀମାନେ ଜମ୍ମୁ କାଶ୍ମୀର ତ୍ରାଲରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କୀମାନେ ଏଠାକାର ଜଣେ ଦୋକାନୀଙ୍କୁ ହତ୍ୟା କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ଉପରେ ମଧ୍ୟ ଫାଇରିଂ କରୁଥିବା କଥା କହିଛି ପୋଲିସ ।

କାଶ୍ମୀରର ତ୍ରାଲରେ ଦୋକାନୀଙ୍କୁ ହତ୍ୟା କଲେ ଆତଙ୍କୀ

ଶ୍ରୀନଗର: ଧାରା ୩୭୦ର ଉଚ୍ଛେଦ ପରେ ମଧ୍ୟ ଜମ୍ମୁ କାଶ୍ମୀରରୁ କମ ହୋଇ ନାହିଁ ଆତଙ୍କବାଦୀ କାର୍ଯ୍ୟକଳାପ । ପ୍ରାୟ ଦିନ କାଶ୍ମୀରରେ ଆତଙ୍କବାଦୀମାନେ ସୁରକ୍ଷା ବଳ ସହ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛନ୍ତି । ବୁଧବାର ପୁଣିଥରେ ଆତଙ୍କୀମାନେ ଜମ୍ମୁ କାଶ୍ମୀର ତ୍ରାଲରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କୀମାନେ ଏଠାକାର ଜଣେ ଦୋକାନୀଙ୍କୁ ହତ୍ୟା କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ଉପରେ ମଧ୍ୟ ଫାଇରିଂ କରୁଥିବା କଥା କହିଛି ପୋଲିସ । ବର୍ତ୍ତମାନ ପୋଲିସ ଅଞ୍ଚଳଟିକୁ ଘେରି ନେଇ ତଲାସୀ ଅଭିଯାନ ଜାରି ରଖିଛି ।

ଏହାପୂର୍ବରୁ ସୋମବାର ବାନ୍ଦୀପୋରାରେ ସୁରକ୍ଷା କର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଜଣେ ଆତଙ୍କୀ ନିହତ ହୋଇଥିଲା । ଏହାସହ ରବିବାରରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ନିହତ ଆତଙ୍କୀଙ୍କସ ସଂଖ୍ୟା ୨ରେ ପହଞ୍ଚିଥିଲା । ପୋଲିସ ଅନୁସାରେ, ବାନ୍ଦିପୋରର ବିଜହରା ଅଞ୍ଚଳରେ ୩ ଲଶକର ଆତଙ୍କୀଙ୍କ ଉପସ୍ଥିତି ଖବର ପାଇଁ ରବିବାର ମଧ୍ୟରାତିରୁ ଅପରେଶନ ଆରମ୍ଭ ହୋଅଥିଲା । ଏହା ପୋଲିସ ଓ ସେନାର ମିଳିତ ଅଭିଯାନ ଥିଲା ।

ସେହିପରି ପାକିସ୍ତାନ ବୁଧବାର ମଧ୍ୟ ଜମ୍ମୁ କାଶ୍ମୀର ସ୍ଥିତ ରାଜୌରୀ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଳଙ୍ଘନ କରିଥିଲା । ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା । ଏହାପୂର୍ବରୁ ମଙ୍ଗଳବାର ମଧ୍ୟ ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରତି ଉଲଙ୍ଘନ କରାଯାଇଥିଲା । ଅନ୍ୟପକ୍ଷେ ବିଗତ ମାସରେ ଜମ୍ମୁ କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କୀମାନେ କାଶ୍ମୀର ସ୍ଥିତ ସୋପୋରରେ ଗ୍ରେନେଡ ଦ୍ୱାରା ଏହି ଆକ୍ରମଣ କରିଥିଲା । ଏହି ଗ୍ରେନେଡ ମାଡ଼ ସୁରକ୍ଷା କର୍ମୀଙ୍କ ଉଦ୍ଦେଶ୍ୟର କରାଯାଇଥିଲା । ଏହି ଆକ୍ରମଣରେ ୧୯ ଜଣ ସାଧାରଣ ଜନତା ଆହତ ହୋଇଥିଲେ । 

ଶ୍ରୀନଗରରେ ଆତଙ୍କବାଦୀ ଦ୍ୱାରା ଗ୍ରେନେଡ ମାଡ଼ରେ ୬ ଜଣ ଭାରତୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ)ର ଯବାନ ଆହତ ହୋଇଥିଲେ । ଏହା ବ୍ୟତୀତ ପାକିସ୍ତାନ ତରଫରୁ କରାଯାଇଥିବା ଫାଇରିଂରେ ଜଣେ ଯବାନ ମଧ୍ୟ ଆହତ ହୋଇଥିଲେ ।