• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ସ୍ୱାମୀ ରକ୍ତରେ ଜୁଡୁବୁଡୁ ହୋଇଥିବା ଚାଉଳ ସ୍ତ୍ରୀକୁ ଖାଇବାକୁ ବାଧ୍ୟ କରିଥିଲା ଚଣ୍ଡାଳ ଆତଙ୍କବାଦୀ

୧୯୯୦ ଜାନୁଆରୀରେ ସମସ୍ତ ହିନ୍ଦୁ ପୁରୁଷଙ୍କ ମୁଣ୍ଡ ମାଗିଥିଲା ଆତଙ୍କବାଦୀ

ସ୍ୱାମୀ ରକ୍ତରେ ଜୁଡୁବୁଡୁ ହୋଇଥିବା ଚାଉଳ ସ୍ତ୍ରୀକୁ ଖାଇବାକୁ ବାଧ୍ୟ କରିଥିଲା ଚଣ୍ଡାଳ ଆତଙ୍କବାଦୀ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଶୁକ୍ରବାର ଆମେରିକା ସଂସଦରେ କାଶ୍ମୀର ପଣ୍ଡିତଙ୍କ ଦୁଃଖ ବଖାଣିଛନ୍ତି ସ୍ତମ୍ଭକାର ସୁନନ୍ଦା ବଶିଷ୍ଠ । ୩୦ ବର୍ଷ ପୂର୍ବରୁ ସହିଥିବା ଅତ୍ୟାଚାରର କାହାଣୀ ସାରା ବିଶ୍ୱ ସାମ୍ନାରେ ବଖାଣିଛନ୍ତି ବଶିଷ୍ଠ । ଆଇଏସଆଇଏସର କ୍ରୁରତା କେତେ କ୍ରୁର ତାହା ସେ ସାରା ବିଶ୍ୱକୁ ଜଣାଇଛନ୍ତି । ୩୦ ବର୍ଷ ତଳେ ୧୯୯୦ ଜାନୁଆରୀ ୧୯ରେ ହିନ୍ଦୁଙ୍କ ଉପରେ ଘଟିଥିବା ସବୁଠାରୁ ବଡ଼ ଅତ୍ୟାଚାରର ଚିତ୍ର ସାମ୍ନାକୁ ଆଣିଛନ୍ତି ସେ । 

 
୧୯୯୦ ଜାନୁଆରୀ ୧୯ରେ କାଶ୍ମୀରରେ ଥିବା ହିନ୍ଦୁଙ୍କୁ ବଞ୍ଚିବା ପାଇଁ ଦିଆଯାଇଥିଲା ତିନୋଟି ବିକଳ୍ପ । କାଶ୍ମୀର ଛାଡ଼ି ପଳାୟନ କଲେ ଜୀବନ ବଞ୍ଚିବ, ତା ନ ହେଲେ ଧର୍ମ ପରିବର୍ତ୍ତନ କଲେ ମିଳିବ ଜୀବନଦାନ କିମ୍ବା ମୃତ୍ୟୁରେ ଆହୁତି ଦେବାକୁ ଦିଆଯାଇଥିଲା ଏପରି ତିନିଟି ବିକଳ୍ପ  । ଆଉ ସେହିଦିନ କ୍ରୁରତାର ସବୁ ସୀମା ପାର କରିଥିଲା ଆଇଏସଆଇଏସ । କାଶ୍ମୀରରେ ସମସ୍ତ ହିନ୍ଦୁ ପୁରୁଷଙ୍କ ମୁଣ୍ଡ ମାଗିଥିଲା ଆଇଏସଆଇଏସ । ଆଉ କହିଥିଲା ଆମକୁ କେବଳ ହିନ୍ଦୁ ନାରୀ ଦରକାର । ଆଉ ସେଥିପାଇଁ ଗୋଡ଼ାଇ ଗୋଡ଼ାଇ ହିନ୍ଦୁ ପୁରୁଷଙ୍କୁ ହାଣିଥିଲା ଚଣ୍ଡାଳ ଆଇଏସଆଇଏସ । 
 
ଆଉ ଏହି ପୁରୁଷ ବଳିର ସ୍ୱୀକାର ହୋଇଥିଲେ ଇଞ୍ଜିନିୟର ବି.କେ ଗଞ୍ଜୋ । ବି.କେ ନିଜ ଘରେ ରହିଯାଇଥିବା ପାଖ ପଡ଼ୋଶୀ ଆଇଏସଆଇଏସକୁ ଖବର ପହଞ୍ଚାଇ ଦେଇଥିଲେ । ଆଉ ବାସ... ତାପରେ ମୃତ୍ୟୁର ଜନ୍ତା ଧରି ଘରେ ବଜରଦସ୍ତ ପହଞ୍ଚିଯାଇଥିଲା ଆଇଏସଆଇଏସ । ସ୍ୱାମୀର ମୁଣ୍ଡ ନେବାକୁ ଯମ ଆସିଛି ଜାଣିପାରି ଚାଉଳ ଡବା ମଧ୍ୟରେ ସ୍ୱାମୀକୁ ଲୁଚାଇ ଦେଇଥିଲେ ସ୍ତ୍ରୀ । ମାତ୍ର ଆତଙ୍କବାଦୀଙ୍କ ଆଖିରୁ ବେଶି ସମୟ ଲୁଚି ରହି ପାରି ନ ଥିଲେ ବି.କେ । ଲୁଚିଥିବା ଚାଉଳ ଡବା ସହ ବି.କେଙ୍କୁ ହତ୍ୟା କରି ସ୍ୱାମୀ ରକ୍ତରେ ଜୁଡୁବୁଡୁ ହୋଇଥିବା ଚାଉଳକୁ ସ୍ତ୍ରୀକୁ ଖାଇବାକୁ ବାଧ୍ୟ କରିଥିଲା ଚଣ୍ଡାଳ ନରହନ୍ତା ଆଇଏସଆଇଏସ ।
 
ଏହିପରି ବର୍ବର କାଣ୍ଡ କାଶ୍ମୀରି ପଣ୍ଡିତ ସହୁଥିବାବେଳେ, କାଶ୍ମୀର ମାଟିରୁ ୪ ଲକ୍ଷ ହିନ୍ଦୁଙ୍କୁ ବିତାଡିତ କରିବାବେଳେ କାହିଁକି ମାନବାଧିକାର କଥା ଉଠିନଥିଲା ବୋଲି ସାରା ବିଶ୍ୱକୁ ସେ ପ୍ରଶ୍ନ କରିଥିଲେ ସୁନନ୍ଦା ବଶିଷ୍ଠ । ଆଉ ସେ ନିଜେ ମଧ୍ୟ ଭାଗ୍ୟବାନ ହୋଇଥିବାରୁ ଆଜିଯାଏ ତାଙ୍କର ନିଶ୍ୱାସ ଚାଲୁଛି ବୋଲି କହିଥିଲେ ବଶିଷ୍ଠ ।