• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

'ଆତଙ୍କୀ ଗୋଡସେକୁ ଦେଶଭକ୍ତ କହିଲେ ଆତଙ୍କୀ ପ୍ରଜ୍ଞା'

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରି ପ୍ରଜ୍ଞା ଠାକୁରଙ୍କୁ ଟାର୍ଗେଟ କରିଛନ୍ତି । ସେ ପ୍ରଜ୍ଞାଙ୍କୁ ଆତଙ୍କୀ କହିବା ସହ ଜଣେ ଆତଙ୍କୀ ଆଉ ଜଣେ ଆତଙ୍କୀର ପ୍ରଂଶାସ କରିଛନ୍ତି ବୋଲି ରାହୁଲ କହିଛନ୍ତି ।

'ଆତଙ୍କୀ ଗୋଡସେକୁ ଦେଶଭକ୍ତ କହିଲେ ଆତଙ୍କୀ ପ୍ରଜ୍ଞା'
ଫାଇଲ ଫଟୋ

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର, ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥିୁରାମ ଗୋଡସେକୁ ଦେଶଭକ୍ତ କହିଛନ୍ତି ପ୍ରଜ୍ଞା । ଏଥରେ ଏହି ସେ ଲୋକସଭାରେ ଦେଇଛନ୍ତି । ତାଙ୍କର ଏହି ମନ୍ତବ୍ୟ ପରେ ରାଜନୈତିକ ବିବାଦ ଦେଖା ଦେଇଛି । ଏହାକୁ ନେଇ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରୁଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରି ପ୍ରଜ୍ଞା ଠାକୁରଙ୍କୁ ଟାର୍ଗେଟ କରିଛନ୍ତି । ସେ ପ୍ରଜ୍ଞାଙ୍କୁ ଆତଙ୍କୀ କହିବା ସହ ଜଣେ ଆତଙ୍କୀ ଆଉ ଜଣେ ଆତଙ୍କୀର ପ୍ରଂଶାସ କରିଛନ୍ତି ବୋଲି ରାହୁଲ କହିଛନ୍ତି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ଆତଙ୍କୀ ଗୋଡସେକୁ ଦେଶଭକ୍ତ କହିଲେ ଆତଙ୍କୀ ପ୍ରଜ୍ଞା । ଭାରତର ସଂସଦୀୟ ଇତିହାସରେ ଏହା ଏକ ଦୁଃଖଦ ଦିନ । 

ଗୁରୁବାର ଯେତେବେଳେ ଲୋକସଭାର କାର୍ଯ୍ୟବାହୀ ଆରମ୍ଭ ହୋଇଥିଲା, ବିଷୟକୁ ନେଇ କଂଗ୍ରେସ ତରଫରୁ ଜୋରଦାର ହଙ୍ଗାମା କରାଯାଇଛି । ଏହି ବିଷୟ ଉପରେ ଯେତେବେଳେ ରାହୁଲଙ୍କୁ ପ୍ରଶ୍ନ ପଚାରା ଯାଇଥିଲା, ସେତେବେଳେ ସେ କହିଛନ୍ତି ଯେ ମୁଁ ସେହି ମହିଳାଙ୍କ ବିଷୟରେ କିଛି କହିବାକୁ ଚାହୁଁନି । ଏହା ହେଉଛି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ଓ ବିଜେପିର ଆତ୍ମା । ଏହା କେଉଁଠୁ ନା କେଉଁଠୁ ବାହାରିବ । ସେ ଗାନ୍ଧୀଜୀଙ୍କୁ ଯେତେ ପୂଜା କଲେ ମଧ୍ୟ ତାଙ୍କ ଆତ୍ମା ସଂଘର, ମୁଁ ନିଜ ସମୟ ଖରାପ କରିବାକୁ ଚାହୁଁନି । ତାଙ୍କ ଉପରେ ପଦକ୍ଷେପ ନେବା ଆବଶ୍ୟକ ।

ବୁଧବାର ଲୋକସଭାର କାର୍ଯ୍ୟବାହୀ ସମୟରେ ପ୍ରଜ୍ଞା ଠାକୁର ନାଥୁରାମ ଗୋଡସେଙ୍କୁ ଦେଶଭକ୍ତ କହିଥିଲେ । ଏହା ଉପରେ ବିବାଦ ଦେଖା ଦେବାରୁ ଲୋକସଭା କାର୍ଯ୍ୟବାହୀରେ ଏହି ମନ୍ତବ୍ୟକୁ ହଟାଇ ଦିଆଯାଇଥିଲା । ବର୍ତ୍ତମାନ ଯାଏ ଏହା ଉପରେ  ବିରୋଧୀ ବିଜେପି ଉପରେ କ୍ରମାଗତ ଟାର୍ଗେଟ କରି ଚାଲିଛନ୍ତି । ପ୍ରଜ୍ଞାଙ୍କ ଏହି ମନ୍ତବ୍ୟ ଆସିବା ପରେ ବିଜେପି ମଧ୍ୟ ଏହାର ନିନ୍ଦା କରିଛି । ତାଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର କମିଟିରୁ ହଟାଇ ଦିଆ ଯାଇଛି । ଏହାସହ ଏହି ଅଧିବେଶରେ ବିଜେପିର ଯେତେଟା ବୈଠକ ହେବ, ସେଥିରେ ପ୍ରଜ୍ଞା ସାମିଲ ହୋଇ ପାରିବେ ନାହିଁ ।