• ବିଧାନସଭା ସମ୍ମୁଖରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ । ନୟାଗଡ଼ର ଦମ୍ପତି ବୋଲି ସୂଚନା II
  • ଏସସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ II
  • କୋରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି II
  • ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଦିନକରେ ୩୭ ହଜାର ୯୭୫ ଜଣ କୋରୋନା ଆକ୍ରାନ୍ତ, ୪୮୦ ମୃତ
  • ରାଜଧାନୀବାସୀଙ୍କ ପାଇଁ ଖୁସି ଖବର।
  • ଭୁବନେଶ୍ୱର: କୋରୋନା ଶୂନ୍ୟ ହେଲା ବସ୍ତି ।I
  • ଆଜି ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ II

ପୁଲୱାମାରେ ସେନା ଉପରେ ଆତଙ୍କୀ ଆକ୍ରମଣ

ଜମ୍ମୁ କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ଘଟିଛି । ମଙ୍ଗଳବାର ପୁଲୱାମା ସ୍ଥିତ ଦ୍ରାବଗାମରେ ଭାରତୀୟ ସେନା ଓ ଭାରତୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ)ଙ୍କ ଉପରେ ଆତଙ୍କୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ଜଣାପଡିଛି । ଆକ୍ରମଣ ପରେ ଆତଙ୍କୀମାନେ ସେଠାରୁ ପଳାୟନ କରିବାରେ ସଫଳ ହୋଇଛନ୍ତି ।

ପୁଲୱାମାରେ ସେନା ଉପରେ ଆତଙ୍କୀ ଆକ୍ରମଣ
ପୁଲୱାମାରେ ସେନା ଉପରେ ଆତଙ୍କୀ ଆକ୍ରମଣ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ଘଟିଛି । ମଙ୍ଗଳବାର ପୁଲୱାମା ସ୍ଥିତ ଦ୍ରାବଗାମରେ ଭାରତୀୟ ସେନା ଓ ଭାରତୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ)ଙ୍କ ଉପରେ ଆତଙ୍କୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ଜଣାପଡିଛି । ଆକ୍ରମଣ ପରେ ଆତଙ୍କୀମାନେ ସେଠାରୁ ପଳାୟନ କରିବାରେ ସଫଳ ହୋଇଛନ୍ତି ।

ଏହି ଆକ୍ରମଣ ଏକ ପରୀକ୍ଷା କେନ୍ଦ୍ର ନିକଟରେ ହୋଇଛି । ଆପଣଙ୍କୁ କହି ରଖୁଛୁ ଯେ, କାଶ୍ମୀରରେ ଆଜି ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ବିଦ୍ୟାର୍ଥୀଙ୍କୁ ଭୟଭୀତ କରିବା ପାଇଁ ଆତଙ୍କୀ ଏହି ଭଲି ଆକ୍ରମଣ କରୁଛନ୍ତି । ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନେ ପରୀକ୍ଷା ଦେବା ପାଇ ଆସିଥିଲେ । ପରୀକ୍ଷା କେନ୍ଦ୍ର ଠାରୁ କିଛି ଦୂରରେ ଏହି ଆକ୍ରମଣ ହୋଇଛି ।

ଅନ୍ୟପଟେ ଆଜି ୟୁରୋପୀୟନ ସାଂସଦଙ୍କ ଏକ ପ୍ରତିନିଧି ଦଳ ମଧ୍ୟ କାଶ୍ମୀର ପରିଦର୍ଶନ କରିବାକୁ ଯାଇଛି । ଏହି ପ୍ରତିନିଧି ମଣ୍ଡଳରେ ୨୮ ଜଣ ସଦସ୍ୟ ଅଛନ୍ତି । ଏମାନେ ବର୍ତ୍ତମାନ କାଶ୍ମୀର ପରିସ୍ଥିତି ଉପରେ ଅନୁଧ୍ୟାନ କରିବେ ।

ଅନ୍ୟପକ୍ଷେ ସୋମବାର ଜମ୍ମୁ କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କୀମାନେ କାଶ୍ମୀର ସ୍ଥିତ ସୋପୋରରେ ଗ୍ରେନେଡ ଦ୍ୱାରା ଏହି ଆକ୍ରମଣ କରିଥିଲା । ଏହି ଗ୍ରେନେଡ ମାଡ଼ ସୁରକ୍ଷା କର୍ମୀଙ୍କ ଉଦ୍ଦେଶ୍ୟର କରାଯାଇଥିଲା । ଏହି ଆକ୍ରମଣରେ ୧୯ ଜଣ ସାଧାରଣ ଜନତା ଆହତ ହୋଇଥିଲେ । ଗତ ଶନିବାର ଶ୍ରୀନଗରରେ ଆତଙ୍କବାଦୀ ଦ୍ୱାରା ଗ୍ରେନେଡ ମାଡ଼ରେ ୬ ଜଣ ଭାରତୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ)ର ଯବାନ ଆହତ ହୋଇଥିଲେ । ଏହା ବ୍ୟତୀତ ପାକିସ୍ତାନ ତରଫରୁ କରାଯାଇଥିବା ଫାଇରିଂରେ ଜଣେ ଯବାନ ମଧ୍ୟ ଆହତ ହୋଇଥିଲେ ।