)
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ। ଶନିବାର ଜମ୍ମୁ କାଶ୍ମୀରର ସାପୋର ଜିଲ୍ଲୀରେ ହୋଇଥିବା ଏହି ଆକ୍ରମଣରେ ୩ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ଏହା ସହିତ ଅନ୍ୟ ଦୁଇ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆତଙ୍କବାଦୀମାନେ ସାପୋରରେ ଥିବା ପୋଲିସ ଓ ସିଆରପିଏଫ ଯବାନ କ୍ୟାମ୍ପ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ତେବେ ଗତକାଲି ସେନା ମୁଖ୍ୟ ନରାଓ୍ୱଣେ ଜମ୍ମୁ ଗସ୍ତ କରି ସେନାମାନଙ୍କୁ ସାହସ ଦେଇଥିଲେ।
ମିଳିଥିବା ସୂଚନା ମୁତାବକ ସାପୋର ଅହଦ ବାବା ଛକ ନିକଟ ପାସ ନୁରବାଗ ଅଞ୍ଚଳରେ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଏହି ଆକ୍ରମଣରେ ଆହତ ହୋଇଥିବା ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଡାକ୍ତରଖାନାରେ ଦୁଇ ଜଣ ଯବାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ସାପୋର କହିଛନ୍ତି ଏସପି କହିଛନ୍ତି କି, ସେଠାରେ ବର୍ତ୍ତମାନ ପୋଲିସ ଓ ଯବାନ କୁମ୍ବିଂକୁ ଜୋରଦାର କରିଛନ୍ତି। ସେଠାରେ ଆତଙ୍କବାଦୀଙ୍କୁ ପୋଲିସମାନେ ଖୋଜୁଥିବା କହିଛନ୍ତି।
ସୂଚନାଯୋଗ୍ୟ ଗତ ଶୁକ୍ରବାର ମଧ୍ୟ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପୁଲୱାମା ଜିଲ୍ଲାରେ ଥିବା ସିଆରପିଏଫ କ୍ୟାମ୍ପ ଉପରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ଦୁଇ ଜଣ ଯବାନ ଆହତ ହୋଇଥିଲେ। ସେହିପରି ୭ ଏପ୍ରିଲରେ ମଧ୍ୟ ଅନନ୍ତନାଗ ଅଞ୍ଚଳର ମଧ୍ୟ ଆତଙ୍କବାଦୀ ଆକ୍ରମଣ କରିଥିଲେ।