• ବାହାଘର ପୂର୍ବରୁ ବର ଉପରକୁ ଗୁଳିମାଡ଼। ଖଲିକୋଟ ଅଞ୍ଚଳର ଘଟଣା॥
  • ବିଜେପି ସାଂସଦ ତଥା ଅଭିନେତା ସନି ଦେଓଲଙ୍କୁ କୋରୋନା।ସୂଚନା ଦେଲେ ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ସଚିବ ॥
  • ବଲାଙ୍ଗିର ପାଟଣାଗଡ଼ ତମିଆଁ ପୋଲ ଭୁଶୁଡ଼ିବା ଘଟଣା, କଟକ ଭିଜିଲାନ୍ସ ଟେକ୍ନିକାଲ୍ ଟିମ୍‌ର ତଦନ୍ତ ଆରମ୍ଭ
  • IndvsAUS: ତୃତୀୟ ଦିନିକିଆରେ ଭାରତର ବିଜୟ ଜାରି, ଟସ ଜିତି ବ୍ୟାଟିଂ ନିଷ୍ପତ୍ତି
  • ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୬,୬୦୪ ନୂଆ ଆକ୍ରାନ୍ତି ଚିହ୍ନଟ। ୫୦୧ ଜଣଙ୍କ ମୃତ୍ୟୁ ॥
  • ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୯୯,୪୧୪ ଛୁଇଁଲା॥

ତିନି ଦିନରେ ଦ୍ୱିତୀୟ ହମଲା, ଛତିଶଗତ ଶ୍ରମିକଙ୍କୁ କାଶ୍ମୀରରେ ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ କାଶ୍ମୀରରେ ଛତିଶଗଡ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଘଟଣାଟି ଦକ୍ଷିଣ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଘଟିଛି । ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି । ଗତ ୩ ଦିନ ମଧ୍ୟରେ ଏହା ଦ୍ୱିତୀୟ ଆତଙ୍କବାଦୀ ହମଲା । ସୋମବାର ଜମ୍ମୁ କାଶ୍ମୀର ସୋପିୟା ଜିଲ୍ଲାରେ ଏକ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । 

ତିନି ଦିନରେ ଦ୍ୱିତୀୟ ହମଲା, ଛତିଶଗତ ଶ୍ରମିକଙ୍କୁ କାଶ୍ମୀରରେ ହତ୍ୟା କଲେ ଆତଙ୍କବାଦୀ
ଛତିଶଗତ ଶ୍ରମିକଙ୍କୁ କାଶ୍ମୀରରେ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଛତିଶଗଡ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଘଟଣାଟି ଦକ୍ଷିଣ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଘଟିଛି । ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି । ଗତ ୩ ଦିନ ମଧ୍ୟରେ ଏହା ଦ୍ୱିତୀୟ ଆତଙ୍କବାଦୀ ହମଲା । ସୋମବାର ଜମ୍ମୁ କାଶ୍ମୀର ସୋପିୟା ଜିଲ୍ଲାରେ ଏକ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । 

ଏହି ଘଟଣା ସେତେବେଳେ ଘଟିଛି, ଯେତେବେଳେ ଧାରା ୩୫(ଏ) ଏବଂ ୩୭୦ର ଉଚ୍ଛେଦ ଯୋଗୁଁ ୭୨ ଦିନ ହେଲା ବନ୍ଦ ଥିବା ପୋଷ୍ଟପେଡ ସେବା ପୁଣିଥରେ ଆରମ୍ଭ ହୋଇଛି । ଯଦିଓ ଏବେବି ଇଣ୍ଟରନେଟ ସେବା ବନ୍ଦ ରହିଛି, ତଥାପି ମଧ୍ୟ ୩ ଦିନ ମଧ୍ୟରେ ୨ ଟି ହତ୍ୟା କଲେଣି ଆତଙ୍କବାଦୀ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ବୋଲି ପୋଲିସ ସନ୍ଦେହ କରୁଛି । 

ସୋମବାର ହୋଇଥିବା ହତ୍ୟାକାଣ୍ଡ ସୋପିୟାରେ ହୋଇଥିଲା । ରାଜସ୍ଥାନର ଏକ ଫଳ ବୋଝେଇ ଟ୍ରକ ଡ୍ରାଇଭରଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ମୃତକ ଡ୍ରାଇଭରଙ୍କ ନାଁ ଶରିଫ ଖାନ । ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ସେ କହିଥିଲେ, ଏହା ବହୁତ ଦୁଃଖଦ ଘଟଣା । ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ଯେଉଁ ସ୍ଥିତି ରହିଛି, ତାହା ଆହୁରି ସ୍ୱାଭାବିକ ହେବା ଦରକାର । ଏଥିପାଇଁ ଆମକୁ କାମ କରିବାକୁ ହେବ ବୋଲି କହିଥିଲେ ସଚିନ । 

ସଚିନ ପାଇଲଟ ଆହୁରି ମଧ୍ୟ କହିଥିଲେ, ରାଜନୀତି ନୁହେଁ । ହେଲେ ଆମକୁ ସମସ୍ତ ଲୋକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ହେବ । ବର୍ତ୍ତମାନର ସ୍ଥିତି କହୁଛି, କାଶ୍ମୀରରେ ସବୁକିଛି ଠିକଠାକ ନାହିଁ ।