ନାଗୌର ସ୍ୱାସ୍ଥ୍ୟ ବିଭାଗର ପରିଶ୍ରମ ଏବଂ ଉଦ୍ୟମ ବଳରେ କୋରୋନା ଲଢ଼େଇରେ ବାଜି ମାରିଛନ୍ତି ନବଜାତ ।
Trending Photos
ଜୟପୁର: ରାଜସ୍ଥାନ ନାଗୌରରୁ ଆସିଛି ଏକ ଭଲ ଖବର । ଜନ୍ମର ତୃତୀୟ ଦିନ ସଂକ୍ରମିତ ହୋଇଥିବା ଜଣେ ନବଜାତ ଶିଶୁ କୋରୋନାକୁ ମାତ୍ ଦେଇଛନ୍ତି । ବୋଧେ ଦେଶରେ ଏହା ପ୍ରଥମ ଘଟଣା । ନାଗୌର ସ୍ୱାସ୍ଥ୍ୟ ବିଭାଗର ପରିଶ୍ରମ ଏବଂ ଉଦ୍ୟମ ବଳରେ କୋରୋନା ଲଢ଼େଇରେ ବାଜି ମାରିଛନ୍ତି ନବଜାତ ।
ଶୁକ୍ରବାର ନବଜାତ ଶିଶୁ ଏବଂ ଶିଶୁର ମାଆଙ୍କ ପୁଣିଥରେ କୋରୋନା ପରୀକ୍ଷା କରାଯାଇଥିଲା । ତେବେ ରିପୋର୍ଟ ନେଗେଟିଭ ଆସିଛି । ତେଣୁ ଉଭୟଙ୍କୁ ଆଇସୋଲେସନ ୱାର୍ଡରୁ କ୍ୱାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ।
କାହିଁକି ଏ ଖବର ବେଶ୍ ଗୁରୁତ୍ୱବହନ କରୁଛି ?
ଏହି ଖବର ଏଇଥି ପାଇଁ ବେଶ୍ ଗୁରୁତ୍ୱବହନ କରୁଛି, କାହିଁକିନା ୮ ବର୍ଷରୁ କମ୍ ଶିଶୁଙ୍କ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ବୋଲି ବିଚାର କରାଯାଏ । ସେହିପରି ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥିବା ବ୍ୟକ୍ତିଙ୍କ ପାଇଁ କୋରୋନା ବେଶ୍ ଘାତକ ହୋଇଥାଏ । ହେଲେ ଏହି ଶିଶୁ କନ୍ୟା କୋରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ତେଣୁ ଏହା ଏକ ଚମତ୍କାରଠୁ କିଛି କମ୍ ନୁହେଁ ।