Advertisement
Article Detail0/zeeodisha/odisha678689
Zee OdishaOther Newsକୋରୋନା ଲଢ଼େଇରେ ସଫଳ ନବଜାତ ଶିଶୁ, ଜନ୍ମର ତୃତୀୟ ଦିନରୁ ହୋଇଥିଲେ ସଂକ୍ରମିତ

କୋରୋନା ଲଢ଼େଇରେ ସଫଳ ନବଜାତ ଶିଶୁ, ଜନ୍ମର ତୃତୀୟ ଦିନରୁ ହୋଇଥିଲେ ସଂକ୍ରମିତ

ନାଗୌର ସ୍ୱାସ୍ଥ୍ୟ ବିଭାଗର ପରିଶ୍ରମ ଏବଂ ଉଦ୍ୟମ ବଳରେ କୋରୋନା ଲଢ଼େଇରେ ବାଜି ମାରିଛନ୍ତି ନବଜାତ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଜୟପୁର: ରାଜସ୍ଥାନ ନାଗୌରରୁ ଆସିଛି ଏକ ଭଲ ଖବର । ଜନ୍ମର ତୃତୀୟ ଦିନ ସଂକ୍ରମିତ ହୋଇଥିବା ଜଣେ ନବଜାତ ଶିଶୁ କୋରୋନାକୁ ମାତ୍ ଦେଇଛନ୍ତି । ବୋଧେ ଦେଶରେ ଏହା ପ୍ରଥମ ଘଟଣା । ନାଗୌର ସ୍ୱାସ୍ଥ୍ୟ ବିଭାଗର ପରିଶ୍ରମ ଏବଂ ଉଦ୍ୟମ ବଳରେ କୋରୋନା ଲଢ଼େଇରେ ବାଜି ମାରିଛନ୍ତି ନବଜାତ । 

ଶୁକ୍ରବାର ନବଜାତ ଶିଶୁ ଏବଂ ଶିଶୁର ମାଆଙ୍କ ପୁଣିଥରେ କୋରୋନା ପରୀକ୍ଷା କରାଯାଇଥିଲା । ତେବେ ରିପୋର୍ଟ ନେଗେଟିଭ ଆସିଛି । ତେଣୁ ଉଭୟଙ୍କୁ ଆଇସୋଲେସନ ୱାର୍ଡରୁ କ୍ୱାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । 

କାହିଁକି ଏ ଖବର ବେଶ୍ ଗୁରୁତ୍ୱବହନ କରୁଛି ? 

Add Zee News as a Preferred Source

ଏହି ଖବର ଏଇଥି ପାଇଁ ବେଶ୍ ଗୁରୁତ୍ୱବହନ କରୁଛି, କାହିଁକିନା ୮ ବର୍ଷରୁ କମ୍ ଶିଶୁଙ୍କ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ବୋଲି ବିଚାର କରାଯାଏ । ସେହିପରି ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥିବା ବ୍ୟକ୍ତିଙ୍କ ପାଇଁ କୋରୋନା ବେଶ୍ ଘାତକ ହୋଇଥାଏ । ହେଲେ ଏହି ଶିଶୁ କନ୍ୟା କୋରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ତେଣୁ ଏହା ଏକ ଚମତ୍କାରଠୁ କିଛି କମ୍ ନୁହେଁ । 

About the Author