ବିମାନରେ ହଙ୍ଗାମା କଲେ କୋଟିଏ ଜରିମାନା
Advertisement

ବିମାନରେ ହଙ୍ଗାମା କଲେ କୋଟିଏ ଜରିମାନା

ବିମାନରେ ହଙ୍ଗାମା କଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ବିମାନରେ ହଙ୍ଗାମା କଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ବିମାନ ଅପହରଣ କରିବାକୁ ଚେଷ୍ଟା କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏୟାରକ୍ରାପ୍ଟ ଆକ୍ଟରେ ସଂଶୋଧନ ଆଣିବାକୁ ଯାଉଛନ୍ତି ମୋଦି ସରକାର । ଏନେଇ ନୂଆ ବିଲ ଲୋକସଭାରେ ଆଗତ ହୋଇଛି । ଏହା ସଂସଦରେ ପାଶ ହେଲେ ଆହୁରି କଠୋର ହେବ ଏୟାରକ୍ରାପ୍ଟ ଆକ୍ଟ । 

ମଙ୍ଗଳବାର ମୋଦି ସରକାର  ସଂସଦରେ ଏୟାରକ୍ରାପ୍ଟ ସଂଶୋଧନ ବିଲ ୨୦୨୦ ଆଗତ କରିଛନ୍ତି । ସଂସଦୀୟ ରାଜ୍ୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲେ ଏହାକୁ ଆଗତ କରିଥିଲେ । ବିଲ ପାଶ ହେବା ପରେ ଯଦି କେହି ବିମାନ ଭିତରେ ହଙ୍ଗାମା କରେ, ତା ଉପରେ କୋଟିଏ ଟଙ୍କା ଜରିମାନା ଲଗାଯିବ । ଯେପରିକି ବୋମା ଥିବା ନେଇ ଗୁଜବ ଖେଳାଇବା, ଏୟାର ହଷ୍ଟେସଙ୍କ ସହ ଦୁର୍ବ୍ୟବହାର କରିବା, ବିମାନ ହାଇଜାକ୍ କରିବାକୁ ଉଦ୍ୟମ କରିବା ଇତ୍ୟାଦି କ୍ଷେତ୍ରରେ ଏହି ଜରିମାନା ଆଦାୟ ହେବ । ଅଭିଯୁକ୍ତକୁ ୧ କୋଟି ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । 

ବର୍ତ୍ତମାନର ନିୟମ ମୁତାବକ ଏ କ୍ଷେତ୍ରରେ ଜରିମାନା ରାଶି ୧୦ ଲକ୍ଷ ଟଙ୍କା ଥିଲା । ମାତ୍ର ନୂଆ ନିୟମ ଆସିଲେ, ଏହା ଉପରେ କୋଟିଏ ଟଙ୍କା ଜରିମାନା ଲଗାଯିବ । ଅର୍ଥାତ ଆହୁରି କଠୋର ହେବ ଏୟାରକ୍ରାପ୍ଟ ଆକ୍ଟ ।  ଏହା ଫଳରେ ବିମାନ ଭିତରେ ହରକତ୍ କରୁଥିବା ଲୋକଙ୍କ ଉପରେ ଲଗାମ ଲାଗିବ । ଏହାସହ ମନ୍ତ୍ରାଳୟକୁ ଦେଶର ଯେକୌଣସି ବ୍ୟବସାୟିକ ଏୟାରକ୍ରାପ୍ଟର ଜାଞ୍ଚ ପାଇଁ ଅଧିକାର ମଧ୍ୟ ମିଳିବ । 

ଆହୁରି ପଢ଼ନ୍ତୁ; କେଜ୍ରିୱାଲଙ୍କୁ ଡକାଯାଉ...