ଜାଣନ୍ତୁ, ସ୍ୱଳ୍ପ ନିଦ୍ରା ଆପଣଙ୍କ ପ୍ରଦର୍ଶନକୁ କିଭଳି ପ୍ରଭାବିତ କରେ...
Advertisement

ଜାଣନ୍ତୁ, ସ୍ୱଳ୍ପ ନିଦ୍ରା ଆପଣଙ୍କ ପ୍ରଦର୍ଶନକୁ କିଭଳି ପ୍ରଭାବିତ କରେ...

ସ୍ୱଳ୍ପ ନିଦ୍ରା ଯୋଗୁଁ  ନା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ , ଏହା ଦ୍ୱାରା ଆପଣଙ୍କ କର୍ମକ୍ଷେତ୍ର ପ୍ରଦର୍ଶନରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ ଽ ଜାଣନ୍ତୁ ଏକ ପରୀକ୍ଷାରୁ କ'ଣ ଜଣାପଡ଼ିଛି ଽ

ପ୍ରତୀକାତ୍ମକ ଫଟୋ

ପ୍ରଦ୍ୟୁମ୍ନ କୁମାର ମାଝୀ, ଭୁବନେଶ୍ୱର:  ଶୋଇବା ଅଭ୍ୟାସ ଯୋଗୁଁ କର୍ମକ୍ଷେତ୍ରରେ ପ୍ରଦର୍ଶନ ଉପରେ ପ୍ରଭାବ ନେଇ ଏକ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ଜଣାପଡ଼ିଲା କେମିତି ନିଦର ସମ୍ୱନ୍ଧ ଆପଣଙ୍କ କର୍ମକ୍ଷେତ୍ରରେ ପ୍ରଦର୍ଶନ ସହ ଜଡ଼ିତ ରହିଛି ।

ଏକ ପରୀକ୍ଷାରୁ ଜଣାପଡ଼ିଛି ସ୍ୱଳ୍ପ ନିଦ୍ରା ଯୋଗୁଁ ଆପଣଙ୍କ ଆତ୍ମବିଶ୍ୱାସ କମ୍ ହୋଇଯାଇଥାଏ । ଏହାଠାରୁ ମଧ୍ୟ ଅଧିକ କ୍ଷତି ହୋଇଥାଏ । ନିଦ ଠିକଭାବେ ପୁରା ନ ହେବା କାରଣରୁ ଆପଣଙ୍କ ଅଫିସ କାର୍ଯ୍ୟରେ ପ୍ରଭାବ ପଡ଼ିଥାଏ । ଏହା ସହ ଆପଣଙ୍କୁ ଅବସାଦଗ୍ରସ୍ତ କରିଥାଏ ।

ଆମେରିକାର ମିସିଗନ୍ ଷ୍ଟେଟ୍ ୟୁନିଭର୍ସିଟିର ବିଶେଷଜ୍ଞ  କିମ୍ୱରଲି ଫ୍ୟାନଙ୍କ କହିବା କଥା ହେଲା,  ଆମର ପରୀକ୍ଷାରୁ ଜଣାପଡ଼ିଛି କାର୍ଯ୍ୟକ୍ଷେତ୍ରରେ ଦୁଇଗୁଣା ପ୍ରଭାବ ବଢ଼ାଇଦେଇଥାଏ ସ୍ୱଳ୍ପ ନିଦ୍ରା । ଯାହା ଆପଣଙ୍କ ଫୋକସକୁ ତିନି ଗୁଣା କମ୍ କରିଦେଇଥାଏ ।  ଯାହା ଅତି ଚିନ୍ତାଜନକ ବିଷୟ ।

ସ୍ୱଳ୍ପ ନିଦ୍ରାର ଶିକାର ବ୍ୟକ୍ତିମାନେ ଅତ୍ୟଧିକ ସାବଧାନ ରହିବା ଉଚିଚ୍ । ଏହା ସୁନିଚିତ କରିନିଅନ୍ତୁ ଯେ  ଯାହା ବି କରୁଛନ୍ତି ନିଜ ସ୍ୱାସ୍ଥ୍ୟ ପାଇଁ ବଡ଼ ଭୁଲ୍ କରୁଛନ୍ତି । ପରୀକ୍ଷାରୁ ଜଣାପଡ଼ିଛି ସ୍ୱଳ୍ପ ନିଦ୍ରା ଯୋଗୁଁ ନିଜର କର୍ମକ୍ଷେତ୍ର ଉପରେ ଫୋକସ୍ କରିପାରନ୍ତି ନାହିଁ ।  ଏହାଯୋଗୁ ଭୁଲ୍ କରିବାର ବିପଦ ବଢ଼ିଯାଇଥାଏ ।  

ପରୀକ୍ଷାମୂଳକ ଭାବେ ଏକ ମନସ୍ତତ୍ୱ ମାଗାଜିନରେ ପ୍ରକାଶିତ ରିସର୍ଚ୍ଚରୁ ଜଣାପଡ଼ିଛି, ଏକ ଗବେଷକ ଦଳ  ୧୩୮ଜଣ  ଲୋକଙ୍କୁ ନେଇ ଏକ ପରୀକ୍ଷା କରିଥିଲେ । ଯେଉଁଥିରେ ୭୭ ଲୋକଙ୍କୁ ସାରା ରାତି ଅନିଦ୍ରା ରଖାଯାଇଥିଲା ଏବଂ ୬୧ଜଣ ଲୋକଙ୍କୁ ରାତିରେ ଶୋଇବାକୁ ଦିଆଯାଇଥିଲା ।  

ସମସ୍ତ ପ୍ରତିଯୋଗୀଙ୍କୁ ଅଲଗା ଅଲଗା ମୁଣ୍ଡ ଖଟାଇବା ଭଳି କାମ ଦିଆଗଲା ।  ଯେଉଁ ଲୋକମାନେ ରାତିରେ ଶୋଇନଥିଲେ ସେମାନଙ୍କ ମଧ୍ୟରୁ ଗୋଟିଏ ଦଳକୁ ସକାଳ ସମୟରେ ଓ ଆଉ ଗୋଟିଏ ଦଳକୁ ଅପରାହ୍ନରେ କାମ କରିବାକୁ ଦିଆଗଲା । ଏହାପରେ ଦେଖାଗଲା ଦୁଇ ଦଳର ପ୍ରତିଯୋଗୀଙ୍କ କାମ କିପରି ଥିଲା । ଏହା ମଧ୍ୟ ଦେଖାଗଲା ନିଦର ଅଭାବ ଯୋଗୁଁ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ କିପରି ପ୍ରଭାବ ପକାଉଛି ।

ପରୀକ୍ଷାରୁ ଏହା ଜଣାପଡ଼ିଲା ଯେଉଁ ଲୋକମାନେ ସାରା ରାତି ଶୋଇନଥିଲେ ସେମାନଙ୍କ କାମରେ ୩୦ ପ୍ରତିଶତ ଭୁଲ୍ ଥିଲା ।  ସେହିପର୍ ରାତିସାରା ଉଜାଗର ଥିବା ଲୋକଙ୍କ ମଧ୍ୟରୁ ଅନ୍ୟ ଦଳଙ୍କ ଅପରାହ୍ନ କାମରେ ୧୫ ପ୍ରତିଶତ ଭୁଲ୍ ରହିଥିଲା ।

ଗବେଷକଙ୍କ କହିବା କଥା ହେଲା, କିଛି ଏପରି କାମଥାଏ ଯାହା ଅଟୋ-ପାଇଲଟ୍ ଭାବେ କରିପାରିବା ।  ସେମାନଙ୍କ ମଧ୍ୟରେ ସ୍ୱଳ୍ପ ନିଦ୍ରା କାରଣରୁ କାମ ପ୍ରଭାବିତ ହୋଇନଥାଏ । ଗବେଷକ ଦଳ ଏହା ମଧ୍ୟ କହିଛନ୍ତି, କିଛି ଲୋକ ନିଦ ପୁରା ନହେବା ପରେ ମଧ୍ୟ ଭଲ କାମ କରିନେଇଥାନ୍ତି,  ହେଲେ ଏପରି ଲୋକଙ୍କ ସଂଖ୍ୟା ବହୁତ କମ୍ ।

ଏପରି ଖବରକୁ ଅନୁସରଣ କରିବା ପୂର୍ବରୁ ଆପଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ପରାମର୍ଶ ନିଅନ୍ତୁ ।