ରାଜନୀତିକୁ ଓହ୍ଲାଇବେ ଭୀମସେନା ମୁଖ୍ୟ
Advertisement
Article Detail0/zeeodisha/odisha648831

ରାଜନୀତିକୁ ଓହ୍ଲାଇବେ ଭୀମସେନା ମୁଖ୍ୟ

ଭୀମସେନା ଦଳର ମୁଖ୍ୟ ଚନ୍ଦ୍ରଶେଖର ରାଜନୈତିକ ମୈଦାନକୁ ଓହ୍ଲାଇ ପାରନ୍ତି.

ରାଜନୀତିକୁ ଓହ୍ଲାଇବେ ଭୀମସେନା ମୁଖ୍ୟ

ଲକ୍ଷ୍ନୌ: ଭୀମସେନା ଦଳର ମୁଖ୍ୟ ଚନ୍ଦ୍ରଶେଖର ରାଜନୈତିକ ମୈଦାନକୁ ଓହ୍ଲାଇ ପାରନ୍ତି. ଏନେଇ ସେ ଆସନ୍ତା ୧୫ ତାରିଖରେ ନିଜର ରାଜନୈତିକ ଦଳ ଘୋଷଣା କରିପାରନ୍ତି। ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଚନ୍ଦ୍ରଶେଖର ଲକ୍ଷ୍ନୌରେ ସୁହେଲଦେବ ଭାରତ ସମାଜ ପାର୍ଟିର ସଭାପତି ଓମ ପ୍ରକାଶ ରାଜଭରଙ୍କୁ ଭେଟିଥିଲେ। 

ଲକ୍ଷ୍ନୌରେ ପହଞ୍ଚିଥିବା ଚନ୍ଦ୍ରଶେଖର ତାଙ୍କୁ ଘଣ୍ଟା ଘରରେ ଚାଲିଥିବା ଆନ୍ଦୋଳନରେ ଯୋଗଦେବାକୁ ପୋଲିସ ଅନୁମତି ଦେଇ ନଥିବା ଅଭିଯୋଗ କରିଛି। ଏନେଇ ଚନ୍ଦ୍ରଶେଖର କହିଛନ୍ତି ଯେ ସେମାନେ ଡିସେମ୍ବରରେ ଏକ ରାଜନୈତିକ ଦଳ ଘୋଷଣା କରିବାକୁ ଚାହୁଁଛନ୍ତି। କିନ୍ତୁ ସିଏଏ (CAA)ଲାଗୁ ହେତୁ କାର୍ଯ୍ୟ ବନ୍ଦ ହୋଇଯାଇଛି। ସେ କହିଛନ୍ତି ଯେ CAA ବିରୋଧରେ ନିର୍ବାଚନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି। ସେ ସାରା ଦେଶରେ CAA, NRC ଏବଂ NPR ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେବେ ବୋଲି ଚନ୍ଦ୍ରଶେଖର ଦାବି କରିଛନ୍ତି।

କେବଳ ଏତିକି ନୁହେଁ ଚନ୍ଦ୍ରଶେଖର ଜାତିସଂଘକୁ ଦେଶରେ ମାନବିକ ଅଧିକାରର ଉଲ୍ଲଂଘନ ବିଷୟରେ ଏକ ଚିଠି ଲେଖିଛନ୍ତି। ଭାରତରେ ଜାତିସଂଘ ମାଣ୍ଡେଟ୍ ଆନ୍ତର୍ଜାତୀୟ ଆୟୋଗ ମାନବିକ ଅଧିକାରର ଉଲ୍ଲଂଘନ ଘଟଣାର ତଦନ୍ତ ଦାବି କରିଛି।