Advertisement
Article Detail0/zeeodisha/odisha662289
Zee OdishaOther Newsକୋରୋନା ମାଡ଼ରେ ରାମନବମୀ ଫିକା

କୋରୋନା ମାଡ଼ରେ ରାମନବମୀ ଫିକା

କୋରୋନା ପାଇଁ ଚତୁର୍ଦ୍ଦିଗ ଖାଁ ଖାଁ

କୋରୋନା ମାଡ଼ରେ ରାମନବମୀ ଫିକା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ରାମନବମୀ। ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ପାଳିତ ହୋଇଥାଏ ଏହି ପବିତ୍ର ପର୍ବ। ଏହି ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ ମର୍ଯ୍ୟାଦାପୁରୁଷ ଶ୍ରୀରାମ। ତେବେ ଦେଶରେ ଲକଡାଉନ ଜାରି ରହିଥିବାରୁ ଫିକା ପଡ଼ିଛି ଏହି ପର୍ବ। କୋରୋନା ପାଇଁ ରାଜ୍ୟ ତଥା ଦେଶରେ ଜାରି ରହିଛି ଲକଡାଉନ। ଫଳରେ ଚାରିଆଡ଼େ ଖାଁ ଖାଁ, ମନ୍ଦିର ବନ୍ଦ। ସବୁ ବର୍ଷ ବେଶ ଧୁମଧାମରେ ଏହି ପର୍ବ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ବେଶ ଫିକା ପଡ଼ିଛି।  

ତିଥି ଅନୁଯାୟୀ ଅଯୋଧ୍ୟାରେ ମଧ୍ୟ ବେଶ ଫିକା ପଡ଼ିଛି ଏହି ପର୍ବ। କେବଳ ପୂଜାରୀମାନେ ପ୍ରଭୁ ଶ୍ରୀ ରାମଙ୍କ ଆରାଧନା କରିଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ୱର ରାମ ମନ୍ଦିରରେ ମଧ୍ୟ ସାଧାରଣ ଭାବେ ପୂଜୋତ୍ସବ ଅନୁଷ୍ଠିତ ହୋଇଛି। ରାଜ୍ୟରେ ଲକଡାଉନ ସ୍ଥିତି ଜାରି ରହିଥିବା ରାଜ୍ୟ ତଥା ରାଜଧାନୀରେ ସମସ୍ତ ମନ୍ଦିର ବନ୍ଦ ରହିଛି। ଫଳରେ ଖାଁ ଖାଁ ରହିଛି ସହର ଅବସ୍ଥା।  

ସେପଟେ କୋରୋନା ପାଇଁ ଅଶୋକାଷ୍ଟମୀରେ ମଧ୍ୟ ବେଶ ଖାଁ ଖାଁ ରହିଥିଲା ପ୍ରଭୁ ଲିଙ୍ଗରାଜ ମନ୍ଦିରର ରୁକୁଣା ରଥଯାତ୍ରା। ଲକଡାଉନ ସମୟରେ ଭିଡ଼ ନ କରିବାକୁ ସରକାର ଅନୁରୋଧ କରିଛନ୍ତି। ଫଳେ ଗତକାଲି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ମଧ୍ୟ ବାତିଲ ହୋଇଯାଇଥିଲା। ଏହା ସହିତ ଦୀର୍ଘ ବର୍ଷର ପରମ୍ପରା ଏକ ରକମର ଭାଙ୍ଗିଥିବା ନେଇ ଲିଙ୍ଗରାଜଙ୍କ ପୂଜକମାନେ ପ୍ରକାଶ କରିଥିଲେ।  

Add Zee News as a Preferred Source
About the Author