• ରାଜ୍ୟର କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ CMଙ୍କ ସମୀକ୍ଷା
  • କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ
  • ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
  • ଶ୍ରୀମନ୍ଦିର ରୂପାଦ୍ବାର ଛାଉଣୀ ନେଇ ରୂପରେଖ ଚୂଡ଼ାନ୍ତ
  • କବାଟ ଓ ରୂପା ଛାଉଣୀ ତତ୍ବାବଧାନ ପାଇଁ ୨ଟି କମିଟି କରାଯାଇଛି
  • ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର
  • ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଲଗାଇଲେ ରାଜ୍ୟ ସରକାର
  • ୧୭ କମ୍‌ ସଂକ୍ରମିତ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ଟା ଯାଏ କଟକଣା କୋହଳ
  • ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା କୋହଳ
  • ବନ୍ଦ ରହିବ ବସ୍‌ ପରିବହନ, ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ

'ବିକ୍ରମ'କୁ ଖୋଜି ବାହାର କଲା ନାସା

ମିଳିଲା ବିକ୍ରମର ପତ୍ତା । ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରକୁ ଖୋଜି ବାହାର କଲା ନାସା । ନିଜ ଟ୍ୱିଟରେ ଏନେଇ ନାସା ସୂଚନା ଦେଇଛି । ଗତ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥାନ୍ତା ଭାରତର ମହାକାଶ ଯାନ ଚନ୍ଦ୍ରାୟନ-୨ । ମାତ୍ର ସଫଳତାର ଶେଷ ସ୍ପର୍ଶ ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । 

'ବିକ୍ରମ'କୁ ଖୋଜି ବାହାର କଲା ନାସା
ଫଟୋ ସୌଜନ୍ୟ: @NASA

ନୂଆଦିଲ୍ଲୀ: ମିଳିଲା ବିକ୍ରମର ପତ୍ତା । ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରକୁ ଖୋଜି ବାହାର କଲା ନାସା । ନିଜ ଟ୍ୱିଟରେ ଏନେଇ ନାସା ସୂଚନା ଦେଇଛି । ଗତ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥାନ୍ତା ଭାରତର ମହାକାଶ ଯାନ ଚନ୍ଦ୍ରାୟନ-୨ । ମାତ୍ର ସଫଳତାର ଶେଷ ସ୍ପର୍ଶ ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । 

ଏବେ ନାସାର ଲୁନାର ରିକନାଇସେନ୍ସ ଅର୍ବିଟର (ଏଲଆଇଓ) ବିକ୍ରମକୁ ଠାବ କରିଛି । ଏହାରି ମାଧ୍ୟମରେ କିଛି ଫଟୋ ଉତ୍ତୋଳନ କରାଯାଇଛି । ବହୁ ସ୍ଥାନରେ ବିକ୍ରମର ଧ୍ୱଂସାବଶେଷ ବିଛାଇ ହୋଇ ପଡିଥିବା ଏଥିରୁ ଜଣାପଡିଛି । ମହାକାଶ ଯାନର ଇମ୍ପାକ୍ଟ ଫିଲ୍ଡ ଏବଂ ଏହାର ପାଖାପାଖି ସ୍ଥାନର ଫଟୋ ଉଠାଇଛି ନାସା । 

ଗତ ଜୁଲାଇରେ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୨ ପଠାଇଥିଲା ଭାରତ । ଯଦି ଏହା ସଫ୍ଟଲ୍ୟାଣ୍ଡିଂ କରିଥାନ୍ତା, ତେବେ ଆମେରିକା, ରୁଷ୍ ଏବଂ ଚାଇନା ପରେ ଭାରତ ଚତୁର୍ଥ ଦେଶ ଭାବେ ଏହି ଗୌରବ ହାସଲ କରିଥାନ୍ତା । ମାତ୍ର ଚନ୍ଦ୍ରପୂଷ୍ଠକୁ ଛୁଇବାକୁ ଆଉ ୨।୧ କିଲୋମିଟର ବାକି ଥିବା ବେଳେ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । 

3

ଆହୁରି ପଢନ୍ତୁ; ହାଇଦ୍ରାବାଦ ପରେ ପୁରୀରେ ଲଜ୍ଜା, ଲିପ୍ଟ ଦେବା ବାହାନାରେ ପୋଲିସ ପରିଚୟ ଦେଇ ଗଣଦୁଷ୍କର୍ମ