• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

'ମୋ ବସ୍' ଆଣିଲା ଜାତୀୟ ସ୍ତରୀୟ ପୁରସ୍କାର

ରାଜ୍ୟ ସରକାରଙ୍କ 'ମୋ ବସ୍' ସେବାକୁ ପୁରସ୍କାର । ଶ୍ରେଷ୍ଠ ସହରାଞ୍ଚଳ ବସ୍ ସେବା ପାଇଁ ଭୁବନେଶ୍ୱରକୁ ପୁରସ୍କାର ମିଳିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହୋଇଥିଲା ଦ୍ୱାଦଶ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସ । ଏହି କାର୍ଯ୍ୟକ୍ରମରେ ବେଷ୍ଟ ସିଟି ବସ୍ ସେବା ପାଇଁ 'ମୋ ବସ'କୁ ପୁରସ୍କୃତ କରାଯାଇଛି । 

'ମୋ ବସ୍' ଆଣିଲା ଜାତୀୟ ସ୍ତରୀୟ ପୁରସ୍କାର
ଫଟୋ ସୌଜନ୍ୟ: ଏଏନଆଇ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 'ମୋ ବସ୍' ସେବାକୁ ପୁରସ୍କାର । ଶ୍ରେଷ୍ଠ ସହରାଞ୍ଚଳ ବସ୍ ସେବା ପାଇଁ ଭୁବନେଶ୍ୱରକୁ ପୁରସ୍କାର ମିଳିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହୋଇଥିଲା ଦ୍ୱାଦଶ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସ । ଏହି କାର୍ଯ୍ୟକ୍ରମରେ ବେଷ୍ଟ ସିଟି ବସ୍ ସେବା ପାଇଁ 'ମୋ ବସ'କୁ ପୁରସ୍କୃତ କରାଯାଇଛି । 

ନଭେମ୍ବର ୬ ତାରିଖରେ ‘ମୋ ବସ୍’ ସେବାକୁ ଏକ ବର୍ଷ ପୂରଣ ହୋଇଥିଲା । ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି 'ମୋ ବସ୍' ସେବା ଯୋଗାଇ ଆସୁଛି । ଏହା ଏବେ ଦେଶପାଇଁ ଉଦାହରଣ ପାଲଟିଛି । ରାଜ୍ୟ, ଦେଶବିଦେଶରୁ ଯେଉଁମାନେ ଆସି ଏହି ବସରେ ଯାତ୍ରା କରୁଛନ୍ତି ଏଭଳି ସେବାକୁ ଭୂୟସୀ ପ୍ରଶଂସା କରୁଛନ୍ତି।

Mo Bus

ଯାତ୍ରୀମାନେ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ସୁବିଧା ପାଇପାରୁଛନ୍ତି । ବସରେ ଥିବା ଡିଜିଟାଲ ବ୍ୟବସ୍ଥା ମଧ୍ୟ ଯାତ୍ରୀଙ୍କୁ ଅଧିକ ଖୁସି ଯୋଗାଇ ପାରୁଛି । ଆପ୍ ମାଧ୍ୟମରେ ବସ୍ ଚଳାଚଳ ସମ୍ପର୍କିତ ସୂଚନା ପାଇପାରୁଛନ୍ତି ଯାତ୍ରୀ । ଭୁବନେଶ୍ୱର, କଟକ ଓ ପୁରୀରେ ଏବେ ପାଖାପାଖି ୨୦୦ରୁ ଅଧିକ ବସ୍ ଚଳାଚଳ କରୁଛି । ଆଗାମୀ ଦିନରେ ଏହି ସେବା ଆହୁରି ଅଧିକ ଲୋକପ୍ରିୟ ହେବ ବୋଲି ଆଶା ରଖିଛନ୍ତି ସରକାର । 

୨୦୧୮ ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିଲା ‘ମୋ ବସ୍’ ସେବା । ଉଦଘାଟନୀ ଅବସରରେ ପ୍ରଥମେ ‘ମୋ ବସ’ ରାଜଧାନୀ ଭୁବନେଶ୍ୱରରୁ କଟକ ଯାଏ ଯାଇଥିଲା । ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ଏହାର ଶୁଭାରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ମୋ ବସ' ସେବାର ଶୁଭାରମ୍ଭ କରିଥିଲେ । ଆଜି ଏହି ସେବା ବେଶ୍ ଲୋକପ୍ରିୟ ହୋଇପାରିଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ପୁରୀବାସୀ ଏହାର ବେଶ୍ ଫାଇଦା ନେଇପାରୁଛନ୍ତି ।

ଆହୁରି ବି ପଢନ୍ତୁ; ଭୁବନେଶ୍ୱରରେ ଫୁଟିଲା ବହ୍ମ କମଳ, ଦେଖିବାକୁ ଲାଗିଛି ଭିଡ଼