ସଫେଇ କର୍ମୀଙ୍କୁ ତହସିଲଦାରଙ୍କ ମାଡ଼ ଅଭିଯୋଗ
Advertisement
Article Detail0/zeeodisha/odisha685477

ସଫେଇ କର୍ମୀଙ୍କୁ ତହସିଲଦାରଙ୍କ ମାଡ଼ ଅଭିଯୋଗ

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ମଇସାନପୁର ଗ୍ରାମର କ୍ୱାରେଣ୍ଟାଇନ ସେଣ୍ଟରରେ ଅଘଟଣ। ପାତ୍ରପୁରର ତହସିଲଦାର ଉକ୍ତ ସେଣ୍ଟରରେ ଥିବା କିଛି ସଫେଇ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନେ ଆଜି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ପାତ୍ରପୁର ତଦସିଲଦାରଙ୍କ ବିରୋଧର

ସଫେଇ କର୍ମୀଙ୍କୁ ତହସିଲଦାରଙ୍କ ମାଡ଼ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ମଇସାନପୁର ଗ୍ରାମର କ୍ୱାରେଣ୍ଟାଇନ ସେଣ୍ଟରରେ ଅଘଟଣ। ପାତ୍ରପୁରର ତହସିଲଦାର ଉକ୍ତ ସେଣ୍ଟରରେ ଥିବା କିଛି ସଫେଇ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନେ ଆଜି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ପାତ୍ରପୁର ତଦସିଲଦାରଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହ କାର୍ଯ଼୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି।

ରାଜ୍ୟ ସରକାର କୋରୋନାକୁ ମୁକାବିଲା କରିବା ଲାଗି ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିବା ସହ ପଞ୍ଚାୟତର ମଙ୍ଗ ଧରାଇଥିଲେ। ଯାହାକୁ ଦୃଷ୍ଟିରେ ରଖି ସରପଞ୍ଚମାନେ ଦିନରାତି ଏକ କରି କାମ କରୁଥିବା ବେଳେ ତହସିଲଦାରଙ୍କ ଏଭଳି ଦାଦାଗିରି ସମସ୍ତଙ୍କ ମନୋବଳକୁ କମାଇଦେବା ବୋଲି ଅଭିଯୋଗ ହୋଇଛି।

ସେପଟେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତହସିଲଦାର। ଗ୍ରାମର କିଛି ଜୁବକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଓଏଏସ ସଂଘ ଏସପିଙ୍କ ନିକଟରେ ଫେରାଦ ହୋଇ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଉଭୟଙ୍କ ପକ୍ଷରୁ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଥିବା ଏସପି ସୂଚନା ଦେଇଛନ୍ତି।

;